ETV Bharat / state

ନୂଆ ଆଇନ: ଛାତ୍ରଛାତ୍ରୀ ଧରାପଡିଲେ 25 ବର୍ଷ ଯାଏଁ ମିଳିବନି ଲାଇସେନ୍ସ

author img

By

Published : Sep 6, 2019, 8:33 PM IST

ଅଧିକ ଫାଇନ କଟାଯାଇ ପୋଲିସ ଜୁଲମ କରୁଥିବା ଘଟଣାକୁ ଖଣ୍ଡନ କରିଛନ୍ତି ପୋଲିସ କମିଶନର ଡ଼ଃ ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି ଯେ, 1ରୁ ଆଜି ପର୍ଯ୍ୟନ୍ତ ଯେତେ ଫାଇନ ସବୁ କଟା ଯାଇଛି ,କାହାଠାରୁ  1ହଜାରରୁ ଅଧିକ ଟଙ୍କା ଫାଇନ ରଖା ଯାଇନାହିଁ। କେବଳ 2ଜଣଙ୍କ ଠାରୁ ଗତକାଲି 5 ହଜାର ଲେଖାଏଁ ଫାଇନ କଟାଯାଇଛି। ସେମାନେ ମୋବାଇଲରେ କଥା ହୋଇ ଗାଡି ଚଳାଉଥିଲେ । ଏଯାଏଁ ପଲ୍ୟୁସନ ପାଇଁ କାହାଠାରୁ ବି ଫାଇନ କଟାଯାଇ ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ନୂଆ ମୋଟର ଯାନ ଆଇନ ଆଳରେ ଟ୍ରାଫିକ ପୋଲିସ ଓ ଏମଭିଆଇ ଫାଇନ ନାଁରେ ଅଧିକ ଜରିମାନା ଆଦାୟ କରାଯାଉଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ଫାଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ଡ଼ ସୁଧାଂଶୁ ଷଡଙ୍ଗୀ। ଅଧିକ ଫାଇନ କଟାଯାଇ ପୋଲିସ ଜୁଲମ କରୁଥିବା ଘଟଣାକୁ ସେ ଖଣ୍ଡନ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପ୍ଟେମ୍ବର 1 ରୁ ଆଜି ପର୍ଯ୍ୟନ୍ତ ଯେତେ ଫାଇନ ସବୁ କଟା ଯାଇଛି ,କାହାଠାରୁ 1ହଜାରରୁ ଅଧିକ ଟଙ୍କା ଫାଇନ ରଖା ଯାଇନାହିଁ। କେବଳ 2ଜଣଙ୍କ ଠାରୁ ଗତକାଲି 5 ହଜାର ଲେଖାଏଁ ଫାଇନ କଟାଯାଇଛି। ସେମାନେ ମୋବାଇଲରେ କଥା ହୋଇ ଗାଡି ଚଳାଉଥିବାରୁ ସେମାନଙ୍କଠାରୁ କେବଳ 5 ହଜାର ଲେଖାଏଁ ଫାଇନ କଟାଯାଇଥିବା ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି। ତେବେ ପଲ୍ୟୁସନ ପାଇଁ କାହାଠାରୁ ବି ଫାଇନ କଟାଯାଇନଥିବା କମିଶନର କହିଛନ୍ତି ।

ଅଟୋ ଚାଳକଙ୍କ ଠାରୁ ଯେଉଁ ଅଧିକ ଫାଇନ କରାଯାଇଥିଲା, ତାହା ଆରଟିଓ କରିଛି। ସମସ୍ତଙ୍କୁ ସଚେତନ କରିବା ପୋଲିସର କର୍ତ୍ତବ୍ୟ । ସମସ୍ତେ ଏନେଇ ସଚେତନ ହେବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି। ତେବେ ପୋଲିସ ପିସିଆର ଗାଡିରେ ଗାଡି ଡ୍ରାଇଭର ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ରହିଥିବା କମିଶନର କହିଛନ୍ତି। ଅନ୍ୟ ସମସ୍ତ ସୁରକ୍ଷାକର୍ମୀଙ୍କ ପାଇଁ ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କମିଶନର ଆଜି ସ୍ପଷ୍ଟ କରିଛନ୍ତି।

ସେହିପରି ବଡ ବଡ ସପିଂ ମଲ୍‌ କର୍ତ୍ତୃପକ୍ଷ ମଲ ଆଗରେ ଧଳା ଚୁନ ପକାଇ ପାର୍କିଂ ସମ୍ପର୍କରେ ସଚେତନତା କରାଇବା ବାଧ୍ୟତାମୂଳକ। ଏନେଇ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୌଣସି ସପିଂ ମଲ୍‌ କର୍ତ୍ତୃପକ୍ଷ ଯଦି ନିଜ କର୍ମଚାରୀଙ୍କୁ ପାର୍କିଂ ସ୍ଥାନ ପାଇଁ ନିଯୁକ୍ତି କରନ୍ତି, ତେବେ ସେମାନଙ୍କୁ ଅତିରିକ୍ତ ପୋଲିସ କର୍ମଚାରୀର ମାନ୍ୟତା ଦିଆଯିବ ବୋଲି କମିଶନର କହିଛନ୍ତି।

ସେହିପରି ଛାତ୍ରଛାତ୍ରୀଙ୍କୁ ଗାଡି ଚଳାଇବା ଉପରେ ଅଙ୍କୁଶ ଲଗାଯାଇଛି। ଯଦି କମ ବୟସର ଛାତ୍ରଛାତ୍ରୀ ଗାଡି ଚାଳନା କରୁଥିବାବେଳେ ଧରା ପଡନ୍ତି,ତେବେ ସେମାନଙ୍କୁ 25 ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ଦିଆଯିବ ନାହିଁ। ଏଥିସହ ସେମାନଙ୍କ ଅଭିଭାବକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଫାଇନ କୁ ନେଇ ଅପପ୍ରଚାର କରାଯାଉଥିବା ବେଳେ ଏନେଇ ସ୍ପଷ୍ଟ ପ୍ରତିକ୍ରିୟା କରିଛନ୍ତି ପୋଲିସ କମିଶନର।ସେପ୍ଟେମ୍ବର 1 ରୁ ଆଜି ପର୍ଯ୍ୟନ୍ତ ଯେତେ ଫାଇନ ସବୁ କଟା ଯାଇଛି ,କାହାଠାରୁ 1 ହଜାର ରୁ ଅଧିକ ଟଙ୍କା ଫାଇନ ରଖା ଯାଇନାହିଁ।କେବଳ 2 ଜଣଙ୍କ ଠାରୁ ଗତକାଲି 5 ହଜାର ଲେଖାଏଁ ଫାଇନ କଟାଯାଇଛି।ସେମାନେ ମୋବାଇଲ ରେ କଥା ହୋଇ ଗାଡି ଚଳାଉଥିବା ରୁ ସେମାନଙ୍କଠାରୁ କେବଳ 5 ହଜାର ଲେଖାଏଁ ଫାଇନ କଟାଯାଇଥିବା ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି।ଅଧିକ ଫାଇନ କଟା ଯାଇ ପୋଲିସ ଜୁଲମ କରୁଥିବା ଘଟଣା କୁ ସେ ଖଣ୍ଡନ କରିଛନ୍ତି।ତେବେ ପଲ୍ୟୁସନ ପାଇଁ କାହାଠାରୁ ବି ଫାଇନ କଟାଯାଏନଥିବା କମିଶନର କହିଛନ୍ତି।
ଅଟୋ ଚାଳକଙ୍କ ଠାରୁ ଯେଉଁ ଅଧିକ ଫାଇନ କରାଯାଇଥିଲା,ତାହା କୁ ଆରଟିଓ କରିଛି।ସମସ୍ତଙ୍କୁ ସଚେତନତା କରିବା ପୋଲିସର କର୍ତ୍ତବ୍ୟ।
ସମସ୍ତେ ଏନେଇ ସଚେତନ ହେବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି।ତେବେ ପୋଲିସ ପିସିଆର ଗାଡି ରେ ,ଗାଡି ଡ୍ରାଇଭର ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ରହିଥିବା କମିଶନର କହିଛନ୍ତି।ଅନ୍ୟ ସମସ୍ତଙ୍କ ପାଇଁ ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କମିଶନର ଆଜି ସ୍ପଷ୍ଟ କରିଛନ୍ତି।ସେହିପରି ବଡ଼ ବଡ଼ ସପିଂ ମହଲ କର୍ତ୍ତୃପକ୍ଷ ମଲ ଆଗରେ ଧଳା ଚୁନ ପକାଇ ପାର୍କିଂ ସମ୍ପର୍କରେ ସଚେତନତା କରାଇବା ବାଧ୍ୟତାମୂଳକ।ଏନେଇ ସମସ୍ତ ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି କୌଣସି ସପିଂ ମଲ କର୍ତ୍ତୃପକ୍ଷ ଯଦି ନିଜ କର୍ମଚାରୀ ଙ୍କୁ ପାର୍କିଂ ସ୍ଥାନ ପାଇଁ ନିଯୁକ୍ତି କରନ୍ତି,ତେବେ ସେମାନଙ୍କୁ ଅତିରିକ୍ତ ପୋଲିସ କର୍ମଚାରୀ ର ମାନ୍ୟତା ଦିଆଯିବ ବୋଲି କମିଶନର କହିଛନ୍ତି।ସେହିପରି 12 ବର୍ଷରୁ କମ ବର୍ଷ ର ଛାତ୍ର ଛାତ୍ରୀ ଙ୍କୁ ଗାଡି ଚଳାଇବା ଉପରେ ଅଙ୍କୁଶ ଲଗାଯାଇଛି।ଯଦି କମ ବୟସ ର ଛାତ୍ର ଛାତ୍ରୀ ଗାଡି ଚାଳନା କରିବା ଅବସ୍ଥାରେ ଧରା ପଡନ୍ତି,ତେବେ ସେମାନଙ୍କୁ 25 ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ଦିଆଯିବ ନାହିଁ।ସେମାନଙ୍କ ଅଭିଭାବକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି।

ବାଇଟ - ଡ଼ଃ ସୁଧାଂଶୁ ଷଡଙ୍ଗୀ,ପୋଲିସ କମିଶନର।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.