କଟକ: ସ୍ଥାନୀୟ ରାଣୀହାଟ କେନାଲ ରୋଡ ପାଖରେ ବିଗତ ଅନେକ ଦିନ ହେବ ଚାଲିଥିଲା ଜୁଆ ଆଡ୍ଡା । ଯାହାର ଖବର ପାଇ ରବିବାର ପୋଲିସ ସମ୍ପୃକ୍ତ ସ୍ଥାନରେ ଚଢାଉ କରି 12 ଜଣ ଜୁଆଡିଙ୍କୁ ଗିରଫ କରିବା ସହ ଅନେକ ଦାମୀ ମୋବାଇଲ, କାଲକୁଲେଟର ଓ 11 ହଜାରରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ କରିଛି ।
ଘଟଣାର ମାଷ୍ଟରମାଇଣ୍ଡ ଦେବବ୍ରତ ଜେନା ଓରଫ ମୁନାକୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି କମିଶନରେଟ ପୋଲିସ । ସୂଚନା ଅନୁଯାୟୀ ଅନେକ ଦିନ ହେବ ଏଠାରେ ଜୁଆ ଖେଳ ଚାଲିଥିବା ବେଳେ ସୁଯୋଗର ଲାଭ ଉଠାଇ ରବିବାର ମଙ୍ଗଳବାଗ ଥାନା ପୋଲିସ ଘଟଣାସ୍ଥଳରେ ଚଢାଉ କରିଥିଲେ । ଫଳରେ ମାଷ୍ଟରମାଇଣ୍ଡ ଜୁଆଡି ସହ ଅନ୍ୟ 11 ଜୁଆଡି ମଧ୍ୟ ଗିରଫ ହୋଇଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ