କଟକ: ନାଇଜେରିଆରୁ ଫେରିଥିବା ଏବଂ କୋଭିଡ ପଜେଟିଭ ଚିହ୍ନଟ ହୋଇଥିବା ଜଣେ 41 ବର୍ଷୀୟ ବ୍ୟକ୍ତିଙ୍କୁ ନେଇ ଚିନ୍ତାରେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ସମ୍ପୃକ୍ତ ବ୍ୟକ୍ତି ଜଣକ କଟକ ଜିଲ୍ଲା ବାହାରର ଲୋକ ଏବଂ ନାଇଜେରିଆରୁ ଫେରିବା ପରେ କଟକ ଥୋରିଆ ସାହିଠାରେ ଥିବା ଏକ ହୋଟେଲରେ କ୍ଵାରେଣ୍ଟିନରେ ଥିଲେ ।
ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ବର୍ଗରେ ରଖି ତାଙ୍କର ଜେନମକୁ ପରୀକ୍ଷା ପାଇଁ ପଠାଇବା ସହ ତାଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହିତ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ମଧ୍ୟ କରାଯାଇଛି । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ଜେନମ ପରୀକ୍ଷା ରିପୋର୍ଟକୁ ଏବେ ଅପେକ୍ଷା କରିଛି CMC । ଏହା ବ୍ୟତୀତ କଟକ ମେରିଆ ବଜାର ଠାରେ ଗୋଟିଏ ଘରୁ 7 ଜଣ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ସେମାନଙ୍କର ଜେନମକୁ ବି ପରୀକ୍ଷା ପାଇଁ ପଠାଯାଇଥିବା କହିଛନ୍ତି CMC କମିଶନର ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ