କଟକ: ସିଲ ହେଲା କୋଚିଂ ସେଣ୍ଟର । କୋଭିଡ ନିୟମ ଭାଙ୍ଗି ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବା ପଡିଲା ମହଙ୍ଗା । ଲିଙ୍କ ରୋଡ଼ ସ୍ଥିତ ଏଆର କ୍ରିଏସନ କୋଚିଂ ସେଣ୍ଟର(AR Creation Coaching Center), କୋଭିଡ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ଉକ୍ତ ସେଣ୍ଟରକୁ ସିଲ କରିଛି କଟକ ମହାନଗର ନିଗମ(Cuttack municipal corporation)।
ତେବେ କୋଭିଡର ତୃତୀୟ ଲହର ମଧ୍ୟରେ ସବୁ ଶିକ୍ଷାନୁଷ୍ଠାନକୁ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । କିନ୍ତୁ ଏହି ଘୋଷଣାକୁ ଆଖି ଠାର ମାରି କୋଚିଂ ସେଣ୍ଟରେ ଅନେକ ଛାତ୍ରଛାତ୍ରୀଙ୍କୁ ନେଇ ପଢ଼ା ଯାଉଥିଲା। ଯାହାର ସୂଚନା ପାଇ ସେଣ୍ଟରକୁ ସିଲ କରିବା ସହ କର୍ତ୍ତୃପକ୍ଷଙ୍କୁ ତାଗିଦ ମଧ୍ୟ କରିଛି CMC ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ