ETV Bharat / state

କୋଭିଡ ନିୟମ ଉଲ୍ଲଙ୍ଘନ, ତଣ୍ଡ ଗଣିଲେ କଟକର ଘରୋଇ ହସ୍ପିଟାଲ

କଟକର ଘରୋଇ ହସ୍ପିଟାଲକୁ ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । କଟକ କଲେଜ ଛକ ମଙ୍ଗଳାବାଗ ଓ ରାଣୀହାଟ ଅଞ୍ଚଳରେ ଥିବା ପ୍ରମୁଖ ଘରୋଇ ମେଡିକାଲରେ ଶୁକ୍ରବାର ଅତର୍କିତ ଚଢ଼ାଉ କରିଛି ସିଏମସି ।

CMC raided
ତଣ୍ଡ ଗଣିଲେ ଘରୋଇ ହସ୍ପିଟାଲ
author img

By

Published : Jun 26, 2020, 3:34 PM IST

Updated : Jun 26, 2020, 3:56 PM IST

କଟକ: ରାଜଧାନୀ ପରେ ଏବେ କଟକର ଘରୋଇ ହସ୍ପିଟାଲକୁ ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ହସ୍ପିଟାଲରେ ମୁଖ୍ୟତଃ ସାମଜିକ ଦୂରତ୍ବ ଓ ମାସ୍କ ନପିନ୍ଧିବା ଅଭିଯୋଗରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡିଛି ତଣ୍ଡ । କଟକ କଲେଜ ଛକ ମଙ୍ଗଳାବାଗ ଓ ରାଣୀହାଟ ଅଞ୍ଚଳରେ ଥିବା ପ୍ରମୁଖ ଘରୋଇ ମେଡିକାଲରେ ଶୁକ୍ରବାର ଅତର୍କିତ ଚଢ଼ାଉ କରିଛି ସିଏମସି ।

ତଣ୍ଡ ଗଣିଲେ ଘରୋଇ ହସ୍ପିଟାଲ

କଟକର ଏକ ଘରୋଇ ହସ୍ପିଟାଲରେ ସିଏମସି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରି କୋଭିଡ ନିୟମ ପାଳନର ଯାଞ୍ଚ କରିଥିଲା । ଯାହାପରେ ହସ୍ପିଟାଲରେ ସଠିକ୍ ଭାବେ କୋଭିଡ ନିୟମ ପାଳନ ହେଉ ନଥିବାରୁ ପ୍ରାୟ 2 ହଜାର ଲେଖାଏଁ ଫାଇନ କାଟିବା ସହ ଓ ଅଣ୍ଡରଟେକିଙ୍ଗ ମଧ୍ୟ ଲେଖିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଏହାସହ ଅଣ୍ଡରଟେକିଙ୍ଗ ଲେଖି ଆଗମୀ ଦିନରେ ଯେପରି ଏହି ଅବବ୍ୟସ୍ଥା ଦୃଷ୍ଟିଗୋଚର ନହୁଏ, ସେଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ସିଏମସି ତାଗିଦ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jun 26, 2020, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.