ETV Bharat / state

ପଲିଥିନ ବ୍ୟାନ ସତ୍ତ୍ବେ ଚାଲିଛି ବ୍ୟବସାୟ, ସିଏମସିର ଚଢାଉ ଜାରି

author img

By

Published : Jul 2, 2022, 10:36 PM IST

ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବା ପଲିଥିନ ବ୍ୟବହାର ଉପରେ କଟକଣା ଜାରି ହେବା ପରେ କଟକ ସହରରେ ଆରମ୍ଭ ହୋଇଛି ପଲିଥିନ ଧରପଗଡ । ପଲିଥିନ ବ୍ୟବସାୟର କେନ୍ଦ୍ରସ୍ଥଳ କୁହାଯାଉଥିବା ପିଠାପୁର ଅଞ୍ଚଳ ବିଭିନ୍ନ ଗୋଦାମ ଓ ବାଦମବାଡ଼ି ବସଷ୍ଟାଣ୍ଡରେ ଥିବା ଦୋକାନ ଗୁଡ଼ିକ ଉପରେ ରେଡ କରିଥିଲା ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । ଅଧିକ ପଢନ୍ତୁ

ପଲଥିନ ବ୍ୟାନ ସତ୍ତ୍ବେ ଚାଲିଛି ବ୍ୟବସାୟ, ସିଏମସିର ଚଢାଉ ଜାରି

କଟକ: ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବା ପଲିଥିନ ବ୍ୟବହାର ଉପରେ କଟକଣା ଜାରି ହେବା ପରେ କଟକ ସହରରେ ଆରମ୍ଭ ହୋଇଛି ପଲିଥିନ ଧରପଗଡ । ସିଏମସିର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଶନିବାର ଦିନ ସହରର ବିଭିନ୍ନ ସ୍ଥାନରେ ରେଡ କରି ବିପୁଳ ପରିମାଣର ପଲିଥିନ ଜବତ କରିବା ସହ ଆଇନ ଖିଲାପକାରୀଙ୍କ ଠାରୁ ଫାଇନ ଆଦାୟ କରିଛି । ତେବେ ଆଗକୁ ରେଡ ଜୋରଦାର ହେବ ବୋଲି ମେୟର କହିଛନ୍ତି ।

ବେଶ କିଛି ଦିନ ପରେ କଟକ ସହରରେ ଆରମ୍ଭ ହୋଇଛି ପଲିଥିନ ଧରପକଡ଼ । ଏହି କ୍ରମରେ ପଲିଥିନ ବ୍ୟବସାୟର କେନ୍ଦ୍ର ସ୍ଥଳ କୁହାଯାଉଥିବା ପିଠାପୁର ଅଞ୍ଚଳ ବିଭିନ୍ନ ଗୋଦାମ ଓ ବାଦମବାଡ଼ି ବସଷ୍ଟାଣ୍ଡରେ ଥିବା ଦୋକାନ ଗୁଡ଼ିକ ଉପରେ ରେଡ କରିଥିଲା ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । କିନ୍ତୁ, ଏନଫୋର୍ସମେଣ୍ଟ ସ୍କ୍ବାର୍ଡକୁ ଗୋଦାମରୁ କିଛି ମିଳିନଥିବା ବେଳେ ବାଦାମବାଡ଼ି ଫଳ ଦୋକାନରୁ ପୁଳାପୁଳା ପଲିଥିନ ଜବତ ହୋଇଥିଲା ।

କଟକଣା ଜାରି ହୋଇଥିବା ସତ୍ତ୍ବେ ପଲିଥିନ ରଖିବା ସହ ସେଗୁଡ଼ିକୁ ବ୍ୟବହାର କରୁଥିବାରୁ ବ୍ୟବସାୟୀଙ୍କ ଉପରେ ଫାଇନ ଲଗାଯାଇଥିଲା । ତେବେ ଏହାକୁ ବିରୋଧ କରିବାକୁ ଯାଇ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ସହିତ ଫଳ ବ୍ୟବସାୟୀ ମାନଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା । ତେବେ ପ୍ରଥମେ ପଲିଥିନର ବିକଳ୍ପ ଆଣନ୍ତୁ ବୋଲି ଜନସାଧାରଣ ଦାବି କରିଛନ୍ତି । ସେହିପରି ପଲଥିନ ଗୋଦାମକୁ ବନ୍ଦ ନକରି ଛୋଟଛୋଟ ଦୋକାନୀଙ୍କ ଉପରେ ଅଯଥାରେ ଫାଇନ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ସିଏମସି ମେୟର ସୁବାସ ସିଂହ ଜନସାଧାରଣଙ୍କ ସମର୍ଥନ ଲୋଡିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.