ETV Bharat / state

ଆକ୍ସନ ମୋଡ୍‌ରେ ସିଏମସି, ନର୍ସିଂହୋମରେ ଭାଲେଣି

author img

By

Published : May 7, 2023, 6:19 PM IST

କଟକରେ ବିଭିନ୍ନ ନର୍ସିଂହୋମ ଉପରେ ଚଢ଼ାଉ କରିଛି CMC । ନୋ ଟଲେରାନ୍ସ ଅଭିଯାନ ଆରମ୍ଭ କରିଛି ମହାନଗର ନିଗମ । ଅଧିକ ପଢନ୍ତୁ

cmc raid nursing home
cmc raid nursing home
ନର୍ସିଂହୋମରେ ଚଢ଼ାଉ

କଟକ: ଆକ୍ସନ ମୋଡ଼ରେ CMC । ନୋ ଟଲରାନ୍ସ ଅଭିଯାନ ଆରମ୍ଭ କରିଛି ମହାନଗର ନିଗମ । କଟକରେ ବିଭିନ୍ନ ନର୍ସିଂହୋମ ଉପରେ ଚଢ଼ାଉ ଜାରି କରିଛି CMC । ବିଗତ କିଛି ଦିନ ଧରି ଟ୍ରେଡ୍ ଲାଇସେନ୍ସ, ୟୁଜର୍ସ ଫି ଏବଂ ଫାୟାର ଏନଓସି ନଥିବା ଅଭିଯୋଗରେ ଚଢାଉ ଜାରି ରଖିବ ବୋଲି କହିଛନ୍ତି ସିଏମସି ର ସ୍ବାସ୍ଥ୍ୟ ଅଧିକାରୀ । ସିଏମସି ଏନଫୋର୍ସମେଣ୍ଟର ଟିମ ଦୁଇଟି ନର୍ସିହୋମରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଫାଇନ କରିଛି ।

୨୦୧୬ରୁ ଟ୍ରେଡ୍ ଲାଇସେନ୍ସ ନଥାଇ ମହାନଦୀ ବିହାରରେ ଚାଲିଥିଲା ସାବରମତି ନର୍ସିଂହୋମ । ତେବେ ସମସ୍ତ କାଗଜ ପତ୍ର ଯାଞ୍ଚ ପରେ ମୋଟ 9 ଲକ୍ଷ ଟଙ୍କା ପୈଠ କରିଛି ନର୍ସିଂହୋମ । ଏହାବ୍ୟତୀତ ନୂଆ ବଜାର ଅଞ୍ଚଳରେ ଥିବା ସାଇ ସଞ୍ଜୀବନି ହସ୍ପିଟାଲରେ ମଧ୍ୟ ଅତର୍କିତ ଚଢ଼ାଉ କରିଥିଲା ଟିମ୍‌ । ବିଭିନ୍ନ କାଗଜପତ୍ରରେ ତ୍ରୁଟି ପରିଲକ୍ଷିତ ହେଲା ପରେ ଉକ୍ତ ହସ୍ପିଟାଲ୍‌ରୁ 2 ଲକ୍ଷ ଟଙ୍କା ଫାଇନ ଆଦାୟ କରିଛି ସିଏମସି । ଦରକାରୀ କାଗଜପତ୍ର ସହ ୟୁଜର ଫି' ଓ ଫାୟାର ଏନଓସି ଦିଗକୁ ତଦାରଖ କରିଛି ସିଏମ୍‌ସିର ଏନଫୋର୍ସମେଣ୍ଟ୍‌ର ଟିମ୍‌ ।

ତେବେ ଗତ ସାତ ଦିନ ଭିତରେ 7ଟି ହସ୍ପିଟାଲରେ ଚଢ଼ାଉ କରିସାରିଲାଣି ସିଏମସି । ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ବେଆଇନ ନର୍ସିଂହୋମ ଉପରେ ନଜର ରହିଛି । କିଛି ଦିନ ତଳେ ମଙ୍ଗଳାବାଗ ସ୍ଥିତ ସାଇଜୀବନ ନର୍ସିଂହୋମ ଏବଂ ଉର୍ମିଳା ନର୍ସିଂହୋମ ଉପରେ ଚଢ଼ାଉ କରିଥିଲା ସିଏମସି ଏନଫୋର୍ସମେଣ୍ଟ ଓ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ । ୨୦୧୬ରୁ ଟ୍ରେଡ୍ ଲାଇସେନ୍ସ ନଥାଇ ବେଆଇନ୍ ଭାବେ ସାଇ ଜୀବନ ନର୍ସିଂହୋମ ଚାଲୁଥିବା ଅଭିଯୋଗରେ କାଗଜପତ୍ର ଯାଞ୍ଚ କରିଥିଲା ଟିମ୍‌ ।

ଆବଶ୍ୟକୀୟ କାଗଜପତ୍ର ସହ ୟୁଜର ଫି' ଓ ଫାୟାର ଏନଓସି ନଥିବାରୁ 40 ହଜାର ଟଙ୍କା ଫାଇନ କରିଛି ସିଏମସି । ବହୁ ନର୍ସିଂହୋମ୍‌ର କାଗଜପତ୍ର ଠିକ ନଥିବା ଅଭିଯୋଗରେ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ନଗର ସ୍ୱାସ୍ଥ୍ୟ ଅଧିକାରୀ । କେବଳ ଏହି ଦୁଇଟି ନର୍ସିଂହୋମ ନୁହଁ ବରଂ ବେଆଇନ ଭାବେ ସହରରେ ଚାଲୁଥିବା ବିଭିନ୍ନ ନର୍ସିଂହୋମ ଉପରେ ପର୍ଯ୍ୟାୟକ୍ରମେ ଚଢ଼ାଉ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ତେବେ କଟକର ମାଳମାଳ ନର୍ସିଂହୋମ ଗଢି ଉଠିଥିବା ବେଳେ ଏହାର ସଠିକ ଯାଞ୍ଚ ପୂର୍ବରୁ ଏତେ ମାତ୍ରାରେ ହେଉ ନଥିଲା । ହେଲେ ବର୍ତ୍ତମାନ ସିଏମସିର ଜୋରଦାର ଚେକ୍‌ଅପ୍‌ ପରେ ସବୁ ନର୍ସିଂହୋମ ବେଶ ସଜାଗ ରହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.