ETV Bharat / state

ପଲଥିନର ବିକଳ୍ପ ଆଣିବା ପାଇଁ ଯୋଜନା କରୁଛି CMC କହିଲେ କମିଶନର - ପଲଥିନର ବିକଳ୍ପ ଆଣିବା ପାଇଁ ଯୋଜନା କରୁଛି ସିଏମସି

କଟକ ମହାନଗର ନିଗମରେ ପଲଥିନ ବ୍ୟବହାର ଉପରେ କଟକଣା ଲାଗୁ କରାଯିବ ବୋଲି ସିଏମସି କମିଶନର କହିଛନ୍ତି । ଅଧିକ ପଢନ୍ତୁ

ପଲଥିନର ବିକଳ୍ପ ଆଣିବା ପାଇଁ ଯୋଜନା କରୁଛି ସିଏମସି, କମିଶନର

author img

By

Published : Jun 30, 2022, 10:57 PM IST

କଟକ: ଆସନ୍ତାକାଲି(ଗୁରୁବାର) ଠାରୁ ସାରା ଦେଶରେ ପଲଥିନ ବ୍ୟବହାର ଉପରେ କଟକଣା ଲାଗୁ କରାଯିବ । ଏହି କ୍ରମରେ କଟକ ମହାନଗର ନିଗମରେ ମଧ୍ୟ ଏହି କଟକଣା ଲାଗୁ କରାଯିବ ବୋଲି ସିଏମସି କମିଶନର କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପଲଥିନର ବିକଳ୍ପ କ’ଣ ରଖାଯିବ ସେନେଇ ସିଏମସି ଯୋଜନା କରୁଥିବା କମିଶନର କହିଛନ୍ତି । ସାଧାରଣ ଜନତାଙ୍କ ସୁବିଧାକୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।

ପଲଥିନର ବିକଳ୍ପ ଆଣିବା ପାଇଁ ଯୋଜନା କରୁଛି ସିଏମସି, କମିଶନର

ଏହାର ବିକଳ୍ପ ସଦୃଶ ଏପରି କରାଯିବ ଯେପରିକି ସାଧାରଣ ଜନତା ପଲଥିନକୁ ଆପେ ଆପେ ଭୁଲିଯିବେ । ସେନେଇ ଅନେକ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରାଯାଉଛି । ତେବେ ଗତକାଲି ଠାରୁ, ପଲଥିନ ବ୍ୟବହାର ନିଷେଧ ଉପରେ ଯଦିଓ ସିଏମସି ଧ୍ୟାନ ଦେବ ମାତ୍ର ପ୍ରଥମରୁ ଚଢ଼ାଉ ପ୍ରକ୍ରିୟା ଜୋରଦାର କରାଯିବ ନାହିଁ ବୋଲି କମିଶନର ସ୍ପଷ୍ଟ କରିଛନ୍ତି । ସେହିପରି ପଲଥିନ ଯେଉଁଠାରେ ପ୍ରସ୍ତୁତ କରାଯାଉଛି ସେଠାରେ ହିଁ ପ୍ରଥମେ ଚଢ଼ାଉ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.