ETV Bharat / state

ବାଲିଯାତ୍ରାରେ ଆର୍ଥିକ ଅନିୟମିତତା ଅଭିଯୋଗ, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମେୟର - ସିଏମସି ମେୟର ସୁବାଷ ସିଂ

ବାଲିଯାତ୍ରାରେ ବଡ ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଲେ କର୍ପୋରେଟର । ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ସିଏମସି ଦ୍ବାରା ହୋଇଥିବା ନିର୍ମାଣ କାମରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମେୟର । ଅଧିକ ପଢ଼ନ୍ତୁ

CMC Corporator alleged irregularities in Cuttack Baliyatra
ବାଲିଯାତ୍ରାରେ ଆର୍ଥିକ ଅନିୟମିତତା ଅଭିଯୋଗ, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମେୟର
author img

By

Published : Dec 16, 2022, 10:54 PM IST

ବାଲିଯାତ୍ରାରେ ଆର୍ଥିକ ଅନିୟମିତତା ଅଭିଯୋଗ, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମେୟର

କଟକ: ବାଲିଯାତ୍ରାରେ ବଡ ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ । ବିଶେଷ କରି ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ସିଏମସି ଦ୍ବାରା ହୋଇଥିବା ନିର୍ମାଣ କାମରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଜଣେ କର୍ପୋରେଟର ଏନେଇ ଅଭିଯୋଗ କରିବା ପରେ କଟକରେ ଆରମ୍ଭ ହୋଇଯାଇଛି ଆଲୋଚନା ।

ସିଏମସିରୁ ମିଳିଥିବା ସୂଚନା ମୁତାବକ କିଛି ହାତଗଣତି କର୍ପୋରେଟର ଓ ଯନ୍ତ୍ରୀଙ୍କ ଭାଇ ଭଉଣୀଙ୍କ ନାଁରେ କୋଟି କୋଟି ଟଙ୍କାର ଓ୍ବାର୍କ ଅର୍ଡର ଦିଆଯାଇଛି । ବିରୋଧି ଦଳ ଏହି ଆର୍ଥିକ ଅନିୟମିତତାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ସେପଟେ ମେୟର ସୁବାଷ ସିଂ କହିଛନ୍ତି କାଉନସିଲ ବୈଠକ ବସିଲେ ଆଲୋଚନା କରି ଏନେଇ ପଦକ୍ଷେପ ଓ ସତ୍ୟତା ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଅଭିଯୋଗ ଆଣିଥିବା କର୍ପୋରେଟରଙ୍କ କହିଛନ୍ତି, "ମେୟରଙ୍କ ପାଖ ଲୋକ ହେଲେ ହିଁ ମିଳିବ ୱାର୍କ ଅର୍ଡର । ଘରର ସମସ୍ତଙ୍କ ନାଁରେ ବି ମିଳିପାରେ ଏହି ଅର୍ଡର ।"

ଅଭିଯୋଗ ଆଧାରରେ ଜଣେ କର୍ପୋରେଟରଙ୍କ ନାଁରେ ୪୨ଟି ୱାର୍କ ଅର୍ଡର, ଆଉ ଜଣେ ୧୪ଟି ୱାର୍କ ଅର୍ଡର ପାଇଛନ୍ତି । ଯାହା ପ୍ରିୟାପ୍ରୀତିର ବାର୍ତ୍ତା ପ୍ରଦାନ କରୁଛି । ଆଉ ଏହାରି ଭିତରେ କେତେ ଟଙ୍କା ଯେ ଆତ୍ମସାତ ହୋଇଛି ତାହା କେବଳ ମେୟର ହିଁ ଜାଣିଛନ୍ତି ବୋଲି କହିଛନ୍ତି ଅଭିଯୋଗ କରିଥିବା କର୍ପୋରେଟର । ଅନ୍ୟପଟେ ସିଏମସି ମେୟର ସୁବାଷ ସିଂ ଏ ବାବଦରେ କିଛି ଜାଣିନଥିବା କହିଛନ୍ତି । କିନ୍ତୁ ମେୟର ଏକଥା ମଧ୍ୟ କହିଛନ୍ତି, "ଯଦି କାହାକୁ ଅହେତୁକ ଅନୁକମ୍ପା ଦେଖାଯାଇଥିବାର ପ୍ରମାଣ ମିଳେ, ତେବେ କାଉନସିଲ ବୈଠକ ଡାକି କାର୍ଯ୍ୟାନୁଷ୍ଠାନ ସ୍ଥିର କରାଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.