ETV Bharat / state

Chhatra Bazar Bridge Collapsed: ସହରର ସବୁ ନିର୍ମାଣ ଉପରେ ନଜର ରଖିଛି ସିଏମସି - କଟକର ସବୁ ନିର୍ମାଣ ଉପରେ ସିଏମସିର ନଜର

ଛତ୍ର ବଜାର ପୋଲ ଅତଡ଼ା ଖସିବା ଘଟଣା । ସହରର ଅନ୍ୟ ନିର୍ମାଣଧିନ କାର୍ଯ୍ୟ ଉପରେ ନଜର ରଖିଛି ସିଏମସି । ଅଧିକ ପଢନ୍ତୁ

cmc commissioner says the focus is on safety construction
Chhatra Bazar Bridge Collapsed: ସହରର ସବୁ ନିର୍ମାଣ ଉପରେ ନଜର ରଖିଛି ସିଏମସି
author img

By

Published : Mar 11, 2022, 1:36 PM IST

କଟକ: ଛତ୍ର ବଜାର ପୋଲ ଅତଡ଼ା ଖସିବା ଘଟଣା । ପୋଲ ଭୁଶୁଡ଼ିବା ନେଇ ଆରଡିସି ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଅଘଟଣ ପରେ ସହରରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସିଏମସି କମିଶନର ।

Chhatra Bazar Bridge Collapsed: ସହରର ସବୁ ନିର୍ମାଣ ଉପରେ ନଜର ରଖିଛି ସିଏମସି

କଟକ ସହର ଛତ୍ର ବଜାର ପୋଲ ଭୁଶୁଡ଼ିବା ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଶ୍ରମିକଙ୍କ ପରିବାରକୁ ରାଜ୍ୟ ସରକାଙ୍କ ପକ୍ଷରୁ 3 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହ ଜିଲ୍ଳା ରେଡ଼କ୍ରସ ପାଣ୍ଠିରୁ ମଧ୍ୟ କଟକ ଜିଲ୍ଲାପାଳ ସହାୟତା ପ୍ରଦାନ କରିଛନ୍ତି । ଦୁଇ ମୃତ ଶ୍ରମିକ ହେଉଛନ୍ତି ଅର୍ଜୁନ ଦେହୁରୀ ଓ କୀର୍ତନ ଦେହୁରୀ । ତେବେ ଏହି ଘଟଣା ଘଟିବା ପରେ କଟକ ମହାନଗର ନିଗମ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ Chhatra Bazar Bridge Collapsed: ୨ ମୃତ, ମୁଖ୍ୟମନ୍ତ୍ରୀଙ୍କ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା, RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ସହରରେ ଯେଉଁଠି ସରକାରୀ ସ୍ତରୀୟ ନିର୍ମାଣ କାର୍ଯ୍ୟ ହେଉଛି ସେଠି ଟିମ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରୁଛନ୍ତି । ଯେପରି କୌଣସି ଅଘଟଣ ନ ଘଟେ, ସେ ଦିଗରେ କଟକ ମହାନଗର ନିଗମ ଫୋକସ କରୁଛି । ତେବେ ଛତ୍ର ବଜାର ପୋଲ ଅତଡ଼ା ଖସିବା ଘଟଣାରେ ତଦନ୍ତ ରିପୋର୍ଟ ସମ୍ନାକୁ ଆସିଲେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ନେଇ ସିଏଏମସି କମିଶନର ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.