ETV Bharat / state

'ୟସ' ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କଟକ ମହାନଗର ନିଗମ - ଅନନ୍ୟା ଦାସ

ବାତ୍ୟାର ମୁକାବିଲା ପାଇଁ କଟକରେ ସରିଛି ସମସ୍ତ ପ୍ରସ୍ତୁତି । ସହରର ୩୦ଟି ବସ୍ତିରୁ ବସ୍ତି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

'ୟସ' ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କଟକ ମହାନଗର ନିଗମ

author img

By

Published : May 25, 2021, 7:39 PM IST

କଟକ: 'ୟସ' ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ କଟକ ମହାନଗର ନିଗମ । ସହରରେ ଜିରୋ କାଜୁଆଲିଟି ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ସିଏମସି କମିଶନର କହିଛନ୍ତି । ବାତ୍ୟା ସମୟରେ ଏବଂ ପରେ ଏଥିପ୍ରତି ସଜାଗ ରହିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

'ୟସ' ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କଟକ ମହାନଗର ନିଗମ

ସହରର ୩୦ଟି ବସ୍ତିରୁ ବସ୍ତି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପବନ ବେଗ ଅଧିକ ବହିଲେ ବଡ ବଡ ଗଛ, ବିଦ୍ୟୁତ ଖୁଣ୍ଟ ଆଦି ଭାଙ୍ଗି ଯିବାର ସମ୍ଭାବନା ରହିଛି । ତେବେ ଏହାର ମରାମତି ପାଇଁ କର୍ମଚାରୀମାନେ ପ୍ରସ୍ତୁତ ଅଛନ୍ତି । ସେହିପରି ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଛି।

ତେବେ ଜଳମଗ୍ନ ସମସ୍ୟାର ସମାଧାନ ପାଇଁ ସହରର ୧୯୫ଟି ପଏଣ୍ଟରେ ପାଣି ପମ୍ପର ବ୍ୟବସ୍ଥା କରାଯାଇଛି। ସୁଇସ ଗେଟ ବି ଖୋଲାଯାଇଛି। ସେହିପରି ବାତ୍ୟା ସମୟରେ ସମସ୍ତେ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସିଏମସି କମିଶନର।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.