ETV Bharat / state

SCB ସମ୍ପ୍ରସାରଣ କାର୍ଯ୍ୟ, ସମୀକ୍ଷା କଲେ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା - ଏସସିବି ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା

ଏସସିବି ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା । ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ସମସ୍ତ ନିର୍ମାଣ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

cm secretary vineel krishna reviews development works of scb medical in cuttack
SCB ସମ୍ପ୍ରସାରଣ ପ୍ରକଳ୍ପ, ସମୀକ୍ଷା କଲେ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା
author img

By

Published : Oct 29, 2022, 11:43 AM IST

କଟକ: ଏସସିବି ସମ୍ପ୍ରସାରଣ କାର୍ଯ୍ୟ ପ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା । କାର୍ଯ୍ୟରେ ମନ୍ଥରତା ନେଇ ନିର୍ମାଣକାରୀ ସଂସ୍ଥା ଏଲଏଣ୍ଡଟିର ଚିଫ୍ ଏକଜିକ୍ୟୁଟିଭ୍ ଏସ ଏନ ସୁବ୍ରମଣିୟମ ତଦାରଖ କରିଛନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ସମସ୍ତ ନିର୍ମାଣ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

SCB ସମ୍ପ୍ରସାରଣ ପ୍ରକଳ୍ପ

ଏନେଇ ସିଡିଏ ଅଧ୍ୟକ୍ଷ ଅନିଲ ସାମଲ କହିଛନ୍ତି,"ଏସସିବି ଦୁଇଟି ନିର୍ମାଣଧୀନ କ୍ଲିନିକାଲ ବ୍ଲକ 31 ଡିସେମ୍ବର 2023 ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ କୌଣସି କାରଣ ବଶତଃ କାର୍ଯ୍ୟ ବିଳମ୍ବରେ ଜାରି ରହିଛି । ତେଣୁ ଏହି ଦିଗରେ ନଜର ଦିଆଯାଇଛି ।" ତେବେ ଏସିବି ବଡ଼ ମେଡିକାଲକୁ ଏମ୍ସ ପ୍ଲସ ରୂପ ଦେବା ପାଇଁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ପୂର୍ବରୁ 5ଟି ସଚିବ ଭିକେ ପାଣ୍ଡିଆନ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଧାର୍ଯ୍ୟ ସମୟ ପୂର୍ବରୁ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉକି, ଏସସିବିର ଏମ୍ସ ପ୍ଲସ କାର୍ଯ୍ୟ ୪୪୦୦ କୋଟିର ଚାଲିଥିବା ବେଳେ ତାଳଦଣ୍ଡା ପୁନଃରୁଦ୍ଧାର କାର୍ଯ୍ୟ ୨୦୦ କୋଟି ଟଙ୍କାର ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଛି । ସେହିଭଳି ଛତ୍ରବଜାର ଭେଣ୍ଡି ଯୋନ ୪ କୋଟିର ଚାଲିଥିବା ବେଳେ ମହାନଦୀରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାର୍ଯ୍ୟ ୫ କୋଟି ଟଙ୍କାର ରାଜ୍ୟ ସରକାର କରୁଛନ୍ତି । SCB ସମ୍ପ୍ରସାରଣ ପାଇଁ ରାଣୀହାଟ ଛକରେ ଥିବା 3 ମହଲା ବିଶିଷ୍ଟ ସିନେମା ହଲ ଭଙ୍ଗା ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: କଟକରେ ୫T ସଚିବ, SCB ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପୁନଃରୁଦ୍ଧାର କାର୍ଯ୍ୟର କଲେ ସମୀକ୍ଷା

ଏସସିବି ମେଡିକାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣରେ ହଲ ସମସ୍ୟା ସୃଷ୍ଟି କରୁଥଲା । ଫଳରେ ଏହାକୁ ଭାଙ୍ଗିବା ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା । ଶେଷରେ କୋର୍ଟର ନିର୍ଦ୍ଦେଶ ମୁତାବକ କ୍ଷତିପୂରଣ ଅର୍ଥ ଜମା କରିବା ପରେ ଉଚ୍ଛେଦ ନେଇ ଅନୁମତି ମିଳିଥିଲା । ଏହାପରେ ବିଧିବଦ୍ଧ ଭାବରେ ଏହାକୁ ଭଙ୍ଗାଯିବା ସହିତ ଅଟକି ରହିଥିବା ସମ୍ପ୍ରସାରଣ ତଥା ସୌନ୍ଦର୍ଯ୍ୟକରଣ କାମ ଆଗକୁ ଯାଇଛି । ତେବେ ସମସ୍ତଙ୍କୁ ଥଇଥାନ ଓ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । 5ଟି ବୁଲଡୋଜର ମେସିନ ସାହାଯ୍ୟରେ ହଲ ଓ ଏହାକୁ ଲାଗି ରହିଥିବା ସିଏମସିର 30ଟି ଦୋକାନ ଘରକୁ ପ୍ରଶାସନ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.