ETV Bharat / state

ନେତାଜୀ ବସ୍‌ ଟର୍ମିନାଲ୍‌ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପ୍ରସ୍ତୁତିର ସମୀକ୍ଷା କଲା ପ୍ରଶାସନ

author img

By ETV Bharat Odisha Team

Published : Sep 15, 2023, 7:31 PM IST

ରାଜ୍ୟର ସର୍ବବୃହତ୍ତ ଅତ୍ୟାଧୁନିକ ବସ ଟର୍ମିନାଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି । ଅଧିକ ପଢନ୍ତୁ

ଅତ୍ୟାଧୁନିକ ବସ ଟର୍ମିନାଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ: ଅସନ୍ତାକାଲି ଲୋକାର୍ପିତ ହେବ ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ନେତାଜୀ ବସ୍‌ ଟର୍ମିନାଲ । କଟକ ଖାନନଗର ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡକୁ ବିଧିବଦ୍ଧ ଭାବରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡରେ ରହିଛି ଅନେକ ସୁବିଧା ଯାହାକି ସମସ୍ତ ଯାତ୍ରୀ ଏହାଦ୍ୱାରା ଉପକୃତ ହେବେ। ଏହି ମେଗା ପ୍ରକଳ୍ପର ଉଦଘାଟନ ପାଇଁ ସିଡିଏ, ଜିଲ୍ଲା ପ୍ରଶାସନ, ସିଏମସି ପକ୍ଷରୁ ଆଜି ଚୂଡ଼ାନ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ତେବେ ନୂତନ ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ପାଇଁ ୩ଟି ରୁଟର ବ୍ୟବସ୍ଥା କରାଯାଇଛି । ସହରରେ ଟ୍ରାଫିକ ସମସ୍ୟା ଯେପରି ସୃଷ୍ଟି ନହୁଏ ସେନେଇ ପଦକ୍ଷେପ ବି ଗ୍ରହଣ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ କହିଛନ୍ତି, "ଏହା କଟକବାସୀଙ୍କ ପାଇଁ ଏକ ଗୌରବର କଥା । ରାଜ୍ୟ ପରିବହନ ଶିଳ୍ପରେ ଯୋଡ଼ିହେବାକୁ ଯାଉଛି ଏକ ନୂତନ ଅଧ୍ୟାୟ । ରାଜ୍ୟର ଅନ୍ୟତମ ମେଗା ପ୍ରକଳ୍ପ ନେତାଜୀ ବସ ଟର୍ମିନାଲକୁ ଆସନ୍ତାକାଲି ଠାରୁ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉତ୍ସର୍ଗ କରିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସହରରେ ପ୍ରାୟ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।"

ମେୟର ସିଏମସି ସୁବାଷ ସିଂ କହିଛନ୍ତି, "ପ୍ରାୟ ୧୫ ଏକର ପରିମିତ ଜମି ଉପରେ ୯୦ କୋଟି ବ୍ୟୟ ଅଟକଳରେ ନିର୍ମିତ ରାଜ୍ୟର ବୃହତ ପରିବହନ ପ୍ରକଳ୍ପ କଟକ ନେତାଜୀ ବସ୍‌ ଟର୍ମିନାଲ। ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏହି ମେଗା ପ୍ରକଳ୍ପକୁ ରାଜ୍ୟବାସୀଙ୍କ ଉଦେଶ୍ୟରେ ସମର୍ପଣ କରିବା ସହିତ ଅଉ 12ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଯାହା ସିଲଭର ସିଟି କଟକର ବିକାଶ ଅଭିଯାନରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ । ଏଠାରେ 192ଟି ବସ୍‌ର ରହଣି ଓ ଯାଆ ଆସ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷା, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଶୌଚାଳୟର ବ୍ୟବସ୍ଥା କରାଯାଇଛି । ଯାହା କି ବହୁ ଦିନ ଧରି ବାଦାମବାଡ଼ିରେ ଯାତ୍ରୀ ପରିବହନକୁ ନେଇ ଲାଗି ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ କରିଛି । ଟର୍ମିନାଲ ପରିସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଯୋଗ ଦେବା ସହିତ ଏଠାରୁ ଭର୍ଚୁଆଲ ମୋଡ୍‌ରେ ଅନ୍ୟ ୧୨ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଟର୍ମିନାଲରେ ବୁଲି ପୁରା ପ୍ରୋଜେକ୍ଟ ଦେଖିବା ସହିତ ପତାକା ଦେଖାଇ ବସ ଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.