ETV Bharat / state

ଅସହାୟ ମୁଖ୍ୟମନ୍ତ୍ରୀଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ, ଭତ୍ତା ପାଇଁ କଲେ ଆବେଦନ

author img

By

Published : Aug 12, 2023, 2:24 PM IST

ଅସହାୟ ମନେ କରି ଭତ୍ତା ପାଇଁ ଆବେଦନ କଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ । ନିଜ ରକ୍ତ ସମ୍ପର୍କ ପାଇଁ କର୍ତ୍ତବ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଦିଲ୍ଲୀପ । ଅଧିକ ପଢନ୍ତୁ

odisha cm brother apply for old age pension

କଟକ: ବଡ ପରିବାରରେ ଜନ୍ମ, କିନ୍ତୁ ଦୁର୍ଦ୍ଦିନରେ କଟୁଛି ଦିନ । ଗୋଟିଏ ଭାଇ ପୁରା ରାଜ୍ୟକୁ ଚଳାଉଛି, ଆଉ ଗୋଟିଏ ଭାଇର ଜୀବନ ଦୁର୍ବିସହ ହୋଇପଡିଛି । ଶାରୀରିକ ଭାବେ ଅସୁସ୍ଥ ସାଙ୍ଗକୁ ରହିଛି ଅର୍ଥ ଅଭାବ । ଆମେ କହୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ କଥା । ପରଲୋକ ମୋତେ ସାହାଯ୍ୟ କରୁଛନ୍ତି କିନ୍ତୁ ମୋର ରକ୍ତ ସମ୍ପର୍କର ଭାଇ ମୋତେ ପଚାରୁ ନାହିଁ ବୋଲି କହିଛନ୍ତି ଦିଲ୍ଲୀପ ପଟ୍ଟନାୟକ । ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍‌ ଯୋଜନା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାରେ ଭତ୍ତା ପାଇଁ ଆବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ । ନିଜ ରକ୍ତ ସମ୍ପର୍କ ପାଇଁ କର୍ତ୍ତବ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦୁଃଖକଷ୍ଟରେ ବିତୁଛି ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଦିନ, କହିଲେ ନବୀନ ଆମକୁ ପଚାରୁ ନାହାଁନ୍ତି

ବିଜୁ ପଟ୍ଟନାୟକଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକଙ୍କ ପୁଅ ତଥା ନବୀନ ପଟ୍ଟନାୟକଙ୍କ ବଡ଼ ବାପାଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ ପଟ୍ଟନାୟକ । ତାଙ୍କୁ ବର୍ତ୍ତମାନ ୭୬ ବର୍ଷ ବୟସ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସହଯୋଗ ମିଳିପାରିଲା ନାହିଁ । ସେ ଏବେବି ରୋଗାକ୍ରାନ୍ତ ଅଛନ୍ତି । ଅସହାୟ ଅବସ୍ଥାରେ ନିଜ ଜୀବନ ବିତାଉଛନ୍ତି । କିଛି ଦିନ ତଳେ ତାଙ୍କର ଅସହାୟ ଅବସ୍ଥା ସମ୍ପର୍କରେ ଗଣ ମାଧ୍ୟମରେ ଖବର ମଧ୍ୟ ପ୍ରସାରଣ ହୋଇଥିଲା । କିନ୍ତୁ ତାଙ୍କ ପାଖରେ କୌଣସି ପ୍ରକାର ସାହାଯ୍ୟ ସହଯୋଗ ପହଞ୍ଚି ପାରିନଥିବା ସେ କହିଛନ୍ତି । ଶେଷରେ ସେ ଭତ୍ତା ପାଇଁ ଆବେଦନ କରିଛନ୍ତି ।

ଦିଲ୍ଲୀପ ପଟ୍ଟନାୟକ କହିଛନ୍ତି, ‘ମୁଁ ଉଚ୍ଚ ପରିବାରରେ ଜନ୍ମ ହୋଇଛି ସତ, କିନ୍ତୁ ବର୍ତ୍ତମାନ ମୁଁ ଶାରିରୀକ ଓ ଆର୍ଥିକ ଅବସ୍ଥା ତାହା ନ କହିବା ଭଲ । ମୋର ଅବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ତାଙ୍କର ରକ୍ତ ସହ ସମ୍ପର୍କ ନାହିଁ କି ମାଟି ସହ ସମ୍ପର୍କ ନାହିଁ । ସେ କଣ ଭାଇ ସହ ସମ୍ପର୍କ ରଖିବେ । ମୋ ପାଖରେ କେବଳ ଜଣେ ଠିଆ ହୋଇଛନ୍ତି ସେ ହେଉଛନ୍ତି ବାରବାଟି ବିଧାୟକ ମହମ୍ମଦ ମୋକିମ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ଯୋଗାଯୋଗ କରାଯାଇନାହିଁ । ସେ ଗଣମାଧ୍ୟମରେ ଯଦି ମୋ ଖବର ଦେଖିଥିବେ ତେବେ ମୋର ଆଶା ସେ ମୋତେ ସାହାଯ୍ୟ କରିବେ । ତାଙ୍କର ଏଇଟା କର୍ତ୍ତବ୍ୟ । ମୁଁ ଏଇଟା ମାନେ ଯଦି ଜଣେ ରକ୍ତ ସମ୍ପର୍କର ଭାଇ ନିଜର କର୍ତ୍ତବ୍ୟ କରିବନି ତେବେ ତାହାଲେ ସେ କି ଭାଇ । ସେ କୋଟି କୋଟି ଟଙ୍କାରେ ଖେଳୁଛି ମୋ ପାଖରେ ହଜାରେ ଟଙ୍କା ନାହିଁ । ମୁଁ ନିବେଦନ କରୁଛି ନବୀନ ବାବୁ ନିଜ ରକ୍ତ ସମ୍ପର୍କ ପାଇଁ କର୍ତ୍ତବ୍ୟ କରନ୍ତୁ ।’’

ସୂଚନା ଥାଉକି, ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ ଦୁଃଖରେ କାଳାତିପାତ କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଭାଇ ଏଭଳି ଦୁର୍ଦ୍ଦିନ ଦିନ କାଟୁଥିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ଭତ୍ତା ଆବେଦନ କରି ଭାଇ ନବୀନ ତାଙ୍କୁ ସାହାଯ୍ୟ କରିବ ବୋଲି ଦିଲ୍ଲୀପ ଆଶା ବାନ୍ଧିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.