ETV Bharat / state

ଶାଢ଼ୀ ବ୍ୟବସାୟ ଉପରେ ଚଡକ, କୋହଳ କରିବାକୁ ସରକାରଙ୍କୁ ନିବେଦନ

author img

By

Published : Jun 29, 2021, 7:14 PM IST

କୋରୋନା ମହାମାରୀରେ ପ୍ରଭାବିତ ହୋଇଛନ୍ତି ଶାଢୀ ବ୍ୟବସାୟୀ । ଜୁଲାଇରେ କୋହଳ ପ୍ରକ୍ରିୟାରେ ଶାଢୀ ବ୍ୟବସାୟ ଉପରେ ଦୃଷ୍ଟି ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ବ୍ୟବସାୟୀ । ଅଧିକ ପଢନ୍ତୁ...

ଶାଢ଼ୀ ବ୍ୟବସାୟ ଉପରେ ଚଡକ, କୋହଳ କରିବାକୁ ସରକାରଙ୍କୁ ନିବେଦନ
ଶାଢ଼ୀ ବ୍ୟବସାୟ ଉପରେ ଚଡକ, କୋହଳ କରିବାକୁ ସରକାରଙ୍କୁ ନିବେଦନ

କଟକ: ଶାଢ଼ୀ ବ୍ୟବସାୟ ଉପରେ କୋଭିଡ ମାଡ଼ । ଜିଲ୍ଲାରେ ଲକଡାଉନ ଯୋଗୁଁ ବନ୍ଦ ପଡିଛି ଲକ୍ଷ ଲକ୍ଷ ବ୍ୟବସାୟୀଙ୍କ ଦୁଃଖ । ଗତ 2 ମାସ ମଧ୍ୟରେ ଶାଢୀ ବ୍ୟବସାୟୀ ଅନେକ କ୍ଷତି ସହିଛି । ଲକଡାଉନ ସମୟରେ ଶାଢୀ ବ୍ୟବସାୟ ପାଇଁ କଟକଣାକୁ ସାମାନ୍ୟ କୋହଳ କରିବାକୁ ରାଜ୍ୟ ଟେକ୍ସଟାଇଲ ସଂଘ ସରକାରଙ୍କୁ ନିବେଦନ କରିଛି ।

କୋରୋନା ମହାମାରୀର ପ୍ରଭାବ ପ୍ରାୟ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ଗତ 2 ବର୍ଷ ଧରି ମହାମାରୀ ତାଣ୍ଡବ ରଚୁଥିବା ବେଳେ ଲକଡାଉନ ସଟଡାଉନରେ ଘାଣ୍ଟି ହୋଇପଡିଛନ୍ତି ସାଧାରଣ ଜନତା । ସେପଟେ ଏହାର ଗଭୀର ପ୍ରଭାବ ଖାସ କରି ବ୍ୟବସାୟୀଙ୍କ ଉପରେ ପଡିଛି । ଲକଡାଉନ ଯୋଗୁଁ ଶାଢୀ ବ୍ୟବସାୟୀଙ୍କ ଦୋକାନ ବନ୍ଦ ରହିଛି । ଫଳରେ ସେମାନଙ୍କର ରୋଜଗାରର ପନ୍ଥା ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।

ତେବେ ଏହି ଦୁଃଖ ଏବେ ପରିବାର ଉପରେ ଆଣିଛି ପ୍ରଭାବ । ପିଲାଙ୍କ ପଢାଖର୍ଚ୍ଚ ଠାରୁ ଆରମ୍ଭ କରି ପରିବାରର ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାରେ ଏହି ବ୍ୟବସାୟୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଥିଲାଗି ଜୁଲାଇ ମାସରେ ହେବାକୁ ଥିବା କୋହଳ ପ୍ରକ୍ରିୟାରେ ଶାଢ଼ୀ ବ୍ୟବସାୟକୁ ନଜର ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ରାଜ୍ୟ ଟେକ୍ସଟାଇଲ ସଂଘ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.