ETV Bharat / state

ହାଇକୋର୍ଟରେ କଟକ ସହରର କଂସେଇଖାନା ମାମଲା, ସିଏମସି ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

author img

By ETV Bharat Odisha Team

Published : Dec 14, 2023, 10:51 PM IST

କଟକ ସହରରେ ବେଆଇନ କଂସେଇଖାନା ବନ୍ଦ କରିବା ପ୍ରସଙ୍ଗରେ ସିଏମସିର ପଦକ୍ଷେପ କୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି 2015 ମସିହାରୁ କଟକ ସହରରେ ବେଆଇନ ଭାବେ ଚାଲୁଥିବା ରାସ୍ତାକଡ଼ ମାଂସ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦେଶ ରହିଥିଲେ ମଧ୍ୟ କାହିଁକି ଏହା କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

ହାଇକୋର୍ଟରେ କଟକ ସହରର କଂସେଇଖାନା ମାମଲା, ସିଏମସି ଉପରେ ହାଇକୋର୍ଟଙ୍କ ଅସନ୍ତୋଷ
ହାଇକୋର୍ଟରେ କଟକ ସହରର କଂସେଇଖାନା ମାମଲା, ସିଏମସି ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

କଟକ: କଟକ ସହରରେ ବେଆଇନ କଂସେଇଖାନା ବନ୍ଦ କରିବା ପ୍ରସଙ୍ଗରେ ସିଏମସିର ପଦକ୍ଷେପ କୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି 2015 ମସିହାରୁ କଟକ ସହରରେ ବେଆଇନ ଭାବେ ଚାଲୁଥିବା ରାସ୍ତାକଡ଼ ମାଂସ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦେଶ ରହିଥିଲେ ମଧ୍ୟ କାହିଁକି ଏହା କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ଏହି ପ୍ରସଙ୍ଗରେ ଗତ ଜୁଲାଇ 18 ତାରିଖରେ ସିଏମସି ଡେପୁଟି କମିଶନର ଅଜୟ ମହାନ୍ତିଙ୍କ ସତ୍ୟପାଠକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ବିସ୍ତୃତ ସତ୍ୟପାଠ ସହ ଆସନ୍ତା ଶୁଣାଣିରେ ଉପସ୍ଥିତ ରହିବାକୁ କୋର୍ଟ କହିଛନ୍ତି। କଟକ ସହରରେ ଛୋଟ ପଶୁଙ୍କ ପାଇଁ 5ଟି କଂସେଇ ଖାନା କାର୍ଯ୍ୟକ୍ଷମ କରାଯାଇଛି ବୋଲି ସି ଏମ ସି ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି। ଅନ୍ୟ ବଡ ପଶୁଙ୍କ ପାଇଁ ସ୍ବତନ୍ତ୍ର କଂସେଇ ଖାନା ନିର୍ମାଣ ପାଇଁ ଜାଗା ଚି଼ହ୍ନଟ ହୋଇଛି, କିନ୍ତୁ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ଏହାକୁ ବିରୋଧ କରାଯାଉଥିବାରୁ ନିର୍ମାଣରେ ବିଳମ୍ବ ହେଉଛି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। ତେବେ ରାସ୍ତାକଡ ବେଆଇନ ମାଂସ ଦୋକାନ ଗୁଡିକୁ ବନ୍ଦ କରିବା ପ୍ରସଙ୍ଗରେ ଆଉ କଣ ପଦକ୍ଷେପ ନିଆଯାଇଛି ସେନେଇ ଆସନ୍ତା ଶୁଣାଣିରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଆସନ୍ତା 3 ତାରିଖରେ ମାମଲାର ପରବର୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ଅଧିକ ପଢନ୍ତୁ- କଟକରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୁବ୍ଧ ହାଇକୋର୍ଟ, ୨୭ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

କଟକ ସହରରେ ବେଆଇନ ଭାବେ କଂସେଇଖାନା ଚାଲିବା ଓ ଗୋହତ୍ୟା ଅଭିଯୋଗ ନେଇ ବିଚାରାଧୀନ ମାମଲାରେ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ ପୂର୍ବରୁ ମଧ୍ୟ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସତ୍ୟପାଠରେ ମିଥ୍ୟା ତଥ୍ୟ ଦିଆଯାଇଥିବା ଶୁଣାଣି ସମୟରେ କୋର୍ଟ ଅନୁଭବ କରିଥିଲେ। ଏହାପରେ ସତ୍ୟପାଠ ଦେଇଥିବା ସିଏମସିର ଡେପୁଟି କମିସନର ଅଜୟ କୁମାର ମହାନ୍ତିଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମିଥ୍ୟା ସତ୍ୟପାଠ ଦେଇଥିବାରୁ ତାଙ୍କ ବିରୋଧରେ କାହିଁକି ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ନେଇ ବ୍ୟକ୍ତିଗତ ଭାବେ ହାଜର ହୋଇ ଡେପୁଟି କମିସନର କାରଣ ଦର୍ଶାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଗଉଜ୍ଞା‌ନ ଫାଉଣ୍ଡେସନ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ। କଟକ ସହରର ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ବେଆଇନ ଭାବେ ଗୋହତ୍ୟା କରାଯାଉଛି ବୋଲି ଅଭ‌ିଯୋଗ ରହିଛି। ହାଇକୋର୍ଟ ମାମଲାର ଶୁଣାଣି କରି ସିଏମସିକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯, ମାର୍ଚ୍ଚ ୨୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ସମସ୍ତ ବେଆଇନ ଓ ଅନଧିକୃତ ସ୍ଲଟର ହାଉସ (କଂସେଇଖାନା) ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.