ETV Bharat / state

ଟୋଲଗେଟ ଆଦାୟ ନେଇ ତୁମୁଳକାଣ୍ଡ, କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକଙ୍କ ମଧ୍ୟରେ ସଂଘର୍ଷ

author img

By

Published : May 24, 2023, 7:52 PM IST

ଟୋଲଗେଟ ଟଙ୍କା ଆଦାୟକୁ ନେଇ ଗେଟ କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟକଙ୍କ ମଧ୍ୟରେ ତୁମୁଳକାଁଣ୍ଡ । ଏପଟେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ଟୋଲ ଗେଟ । ସୂଚନା ଦେଲେ ଉପ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

clash between tourists and toll gate staff
ଟୋଲ ଗେଟ ଆଦାୟକୁ ନେଇ ସଂଘର୍ଷ
ଟୋଲଗେଟ ଆଦାୟ ନେଇ ତୁମୁଳକାଣ୍ଡ

କଟକ: ଟୋଲ ଗେଟ ଆଦାୟକୁ ନେଇ ଗେଟ କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକ ମୁହାଁମୁହିଁ । ମୁଣ୍ଡଳୀ ଗେଟରେ ପାରି ହେବା ପାଇଁ ଅର୍ଥ ରାଶି ଦେବାକୁ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ଯୋଗୁଁ ୧୧ ଜଣ ପର୍ଯ୍ୟଟକ ସମେତ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 2 ଜଣ ମହିଳା ରହିଛନ୍ତି । ଏହି ଘଟଣାକୁ ନେଇ ତତ୍ପରତା ଦେଖାଇଛି ଆଠଗଡ଼ ପ୍ରଶାସନ । ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଅନ୍ୟାଦେଶ ପର୍ଯ୍ୟନ୍ତ ଟୋଲ ଗେଟ ବନ୍ଦ କରାଗଲା ।

ସୂଚନା ଅନୁଯାୟୀ, ଛତିଶଗଡ଼ରୁ ୨ଟି ବସ ଯୋଗେ ପର୍ଯ୍ୟଟକ ଓଡ଼ିଶାର ବିଭିନ୍ନ ସ୍ଥାନକୁ ବୁଲିବାକୁ ଆସିଥିଲେ । ବିଭିନ୍ନ ସ୍ଥାନ ବୁଲିବା ପରେ ଗତ ମଙ୍ଗବାର ଅପରାହ୍ନରେ ବସଟି ମୁଣ୍ଡଳି ଟୋଲ ଗେଟରେ ପହଞ୍ଚିଥିଲା । ଏମାନେ ଯାତ୍ରା ଶେଷ କରି ଛତିଶଗଡ଼ ଫେରୁଥିଲେ । ଏହି ସମୟରେ ଟୋଲଗେଟ କର୍ମଚାରୀ ବସ ପିଛା ୫ଶହ ଟଙ୍କା ଦେବାକୁ କହିଥିଲେ । କର୍ମଚାରୀ ଅଧିକ ଟଙ୍କା ମାଗିବାରୁ ବସ ଡ୍ରାଇଭର ପ୍ରତିବାଦ କରିଥିଲେ । ଯାହାକୁ ନେଇ ଉଭୟ ଟୋଲଗେଟ କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ମାରପିଟ ଓ ଭଙ୍ଗାରୁଜା ହୋଇଥିଲା । ଏହି ଗଣ୍ଡୋଗଳରେ ବସରେ ଥିବା ୧୧ ଜଣ ଯାତ୍ରୀଙ୍କ ସମେତ ୩ଜଣ ଗେଟ କର୍ମଚାରୀ ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଜଣେ କର୍ମଚାରୀଙ୍କୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣାରେ ଉଭୟ ଛତିଶଗଡ଼ ପର୍ଯ୍ୟଟକ ଓ ମଣ୍ଡଳି ଗେଟ କର୍ତ୍ତୃପକ୍ଷଙ୍କ ଏତଲା ଆଧାରରେ ଆଠଗଡ଼ ଥାନାରେ ଗେଟ କର୍ମଚାରୀ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମଙ୍ଗଳବାର ରାତିରୁ ଛତିଶଗଡ଼ର ପର୍ଯ୍ୟଟକଙ୍କୁ ଆଠଗଡ଼ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯିବା ସହ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରହିବାର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ତେବେ ଆଜି ବସ ମାଧ୍ୟମରେ ଅତିଥି ମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପରେ ମୁଣ୍ଡଳି ଟୋଲ ଗେଟକୁ ଅନିର୍ଦ୍ଧିସ୍ତ କାଳ ପର୍ଯ୍ୟନ୍ତ ବନ୍ଦ କରଯାଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ । ଏନେଇ ସେ କହିଛନ୍ତି, "ଓଡ଼ିଶାରେ ଅନେକ ଗୁଡ଼ିଏ ପର୍ଯ୍ୟଟନ ସ୍ଥଳୀ ରହିଛି । ସେଥିପାଇଁ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆକୃଷ୍ଟ ହୋଇ ଓଡ଼ିଶାକୁ ଆସିଥାନ୍ତି । ତେବେ ଏହି ଘଟଣା ପର୍ଯ୍ୟଟକଙ୍କ ଉପରେ ପ୍ରଭାବ ପକାଉଛି ଏବଂ ରାଜ୍ୟକୁ ନିନ୍ଦିତ କରୁଛି । ଏଭଳି ଘଟଣା ଆଗମୀ ଦିନରେ ନହେବା ଉପରେ ଦୃଷ୍ଟି ଦିଆଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.