ETV Bharat / state

JSW Project: ଢ଼ିଙ୍କିଆରେ ପୋଲିସ ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Jan 18, 2022, 4:18 PM IST

ଜଗତସିଂହପୁର ଜିଲ୍ଲାର ଢିଙ୍କିଆରେ ଲୋକଙ୍କ ଉପରେ ପୋଲିସ ବର୍ବରତା ଓ ଲାଠି ଚାଳନାକୁ ବିରୋଧ କରି ଆରଡିସିଙ୍କୁ ଭେଟିଲା ମହାନଗର ନାଗରିକ ମଞ୍ଚ । ଢିଙ୍କିଆ ଅଞ୍ଚଳରେ ପୋଲିସ୍ ଆତଙ୍କରାଜ ବନ୍ଦ କରିବା ସହ ସେ ଅଞ୍ଚଳରୁ ପୋଲିସ୍ ପ୍ରତ୍ୟାହାର କରିବାକୁ ଦାବି କରଛି ମଞ୍ଚ । ଅଧିକ ପଢନ୍ତୁ

citizens of cuttack meet RDC and demand to stop police attack in dhinkia
JSW Project: ଢ଼ିଙ୍କିଆରେ ପୋଲିସ ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କଟକ: ଜଗତସିଂହପୁର ଜିଲ୍ଲାର ଢିଙ୍କିଆରେ ଲୋକଙ୍କ ଉପରେ ପୋଲିସ ବର୍ବରତା ଓ ଲାଠି ଚାଳନାକୁ ବିରୋଧ କରି ଆରଡିସିଙ୍କୁ ଭେଟିଲା ମହାନଗର ନାଗରିକ ମଞ୍ଚ । ଢିଙ୍କିଆ ଅଞ୍ଚଳରେ ପୋଲିସ୍ ଆତଙ୍କରାଜ ବନ୍ଦ କରିବା ସହ ସେ ଅଞ୍ଚଳରୁ ପୋଲିସ୍ ପ୍ରତ୍ୟାହାର କରିବାକୁ ଦାବି କରଛି ମଞ୍ଚ । ଆରଡିସି(RDC)ଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର ମଧ୍ୟ ପଠାଇଛି ମଞ୍ଚ ।

ଏହାମଧ୍ୟ ପଢନ୍ତୁ: JSW Project: ମହିଳା ସ୍ବେଚ୍ଛାସେବୀଙ୍କୁ ସପକ୍ଷବାଦୀଙ୍କ ଅସଦାଚରଣ ଓ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ

ଏଥିସହ ଗିରଫ ଲୋକଙ୍କୁ ବିନା ସର୍ତ୍ତରେ ଖଲାସ କରିବା, ସେମାନଙ୍କ ଉପରେ ରୁଜୁ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବା ଓ ସେଠାରେ କାରଖାନା ପ୍ରତିଷ୍ଠା ଉଦ୍ୟମ ବନ୍ଦ କରିବା ପ୍ରମୁଖ ଦାବି ମହାନଗର ନାଗରିକ ମଞ୍ଚ ପକ୍ଷରୁ କରାଯାଇଛି । ଯଦି ଆଗାମୀ ଦିନରେ ଏହି ଦିଗରେ ସୁଧାର ନ ଆସେ ତେବେ ସବୁ ଜନତା ଏକ ହୋଇ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ମଞ୍ଚ ।

କଟକରୁ ପ୍ରଭୁ କଲ୍ୟାଣପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.