ETV Bharat / state

ବଡ଼ ଦିନ ପାଇଁ ସଜେଇ ହେଉଛି କଟକ

author img

By ETV Bharat Odisha Team

Published : Dec 24, 2023, 7:01 PM IST

Christmas preparation, ଆଜି ମଧ୍ୟ ରାତ୍ରିରେ ଧରା ପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ । ଉତ୍ସବ ମୁଖର ସାରା ବିଶ୍ବ । ପ୍ରଭୁଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ କଟକ ବାସିନ୍ଦା । ଆଗକୁ ପଢ଼ନ୍ତୁ,

ବଡ଼ ଦିନ ପାଇଁ ସଜେଇ ହେଉଛି କଟକ
ବଡ଼ ଦିନ ପାଇଁ ସଜେଇ ହେଉଛି କଟକ
ବଡ଼ ଦିନ ପାଇଁ ସଜେଇ ହେଉଛି କଟକ

କଟକ: ଆଜି ମଧ୍ୟ ରାତ୍ରିରେ ଧରା ପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ । ଏଥିପାଇଁ ଉତ୍ସବ ମୁଖର ସାରା ବିଶ୍ବ । ଯୀଶୁଙ୍କ ସ୍ବାଗତ ପାଇଁ କେଉଁଠି କରାଯାଇଛି ସୁନ୍ଦର ସାଜସଜ୍ୟା ତ ଆଉ କେଉଁଠି ସ୍ବାଦିଷ୍ଟ ଖାଦ୍ୟର ପସରା । ଓଡ଼ିଶାରେ ମଧ୍ୟ ଖୁବ ଆଡ଼ମ୍ବର ସହ ପାଳନ କରାଯାଉଛି ବଡ଼ଦିନ । ପ୍ରଭୁଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ କଟକ ବାସିନ୍ଦା । ଚର୍ଚ୍ଚଠାରୁ ଘର ସବୁକୁ ରଙ୍ଗ ବେରଙ୍ଗ ଲାଇଟ୍‌ରେ ସଜା ଯାଇଛି । ବଜାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ସାଜସଜା । ସମସ୍ତ ଗିରିଜାଘରେ ଚାଲିଛି ପ୍ରଭୁ ଯୀଶୁଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି । ବିଭିନ୍ନ ସାଜସଜା ଜିନିଷ ନେବା ପାଇଁ ବଜାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି । ସେପଟେ କଟକ ସହରର କ୍ୟାଥେଲିକ୍ ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଚର୍ଚ୍ଚଗୁଡ଼ିକରେ ସାମୁହିକ ପାର୍ଥନା ପାଇଁ ସବୁ ଆୟୋଜନ କରାଯାଇଛି । ତେବେ ଆଉ କିଛି ସମୟ ପରେ ଏହି ଧରା ପୃଷ୍ଠରେ ପ୍ରଭୁ ଯୀଶୁଙ୍କ ଅବତରଣ ହେବ । ସେଥିପାଇଁ ଭାଇଚାରା ସହର କଟକରେ ପ୍ରସ୍ତୁତି ଶେଷ ହୋଇଛି । ଚର୍ଚ୍ଚଗୁଡିକୁ ସୁନ୍ଦର ଭାବରେ ସଜା ଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ଆରମ୍ଭ ହେଲା ପଥ ଉତ୍ସବ, ଦୁଲୁକିଲା ରାଜଧାନୀ ରାଜରାସ୍ତା

କେବଳ ଚର୍ଚ୍ଚ ନୁହଁ ଘରେ ଘରେ ମଧ୍ୟ ଏହି ଦିନକୁ ଆଡ଼ମ୍ବରରେ ପାଳନ କରିଯାଏ । ତେଣୁ ବଜାରରେ ମଧ୍ୟ ଭଳିକି ଭଳି ଘର ସଜେଇବା ଜିନିଷ ଶୋଭା ପାଉଛି । ଆଉ ବଡ଼ ଦିନ ପାଇଁ ବଜାରରେ ଭିଡ଼ ଦେଖିବାକୁ ମିଳିଛି । ଖ୍ରୀଷ୍ଟମାସ ଟ୍ରି', କ୍ରିଙ୍ଗ୍‌ବେଲ୍‌, ଲାଇଟ୍‌, ସାଣ୍ଟାକ୍ଲଜ୍‌ ଡ୍ରେସ୍‌, ଟୋପି କିଣି ନେଉଛନ୍ତି ଗ୍ରାହାକ । କ୍ରିସ୍‌ମାସକୁ ଧୁମଧାମରେ ପାଳନ କରିବା ପାଇଁ ଅପେକ୍ଷା କରିଛନ୍ତି ଖ୍ରୀଷ୍ଟ ଧର୍ମାଲମ୍ବୀ । କଟକ ସହରର ଥିବା କ୍ୟାଥେଲିକ ଚର୍ଚ୍ଚ, ବାପଟିଷ୍ଟ୍‌ ଚର୍ଚ୍ଚ ଏବଂ ଅନ୍ୟାନ ଚର୍ଚ୍ଚଗୁଡ଼ିକରେ ଆଲୋକ ମାଳାଠାରୁ ଆରମ୍ଭ କରି ସାମୁହିକ ପ୍ରାର୍ଥନା ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଯୀଶୁ ଜନ୍ମ ନେଇଥିବା ପବିତ୍ର ଗୁହାଳ, ଚର୍ଚ୍ଚର ମୁଖଶାଳା ରଙ୍ଗୀନ ଆଲୋକମାଳାରେ ଝଲସୁଛି । ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । କେବଳ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ନୁହନ୍ତି, ଭାଇଚାରାର ସହର କଟକରେ ବଡ଼ଦିନ ପାଳନରେ ଅନ୍ୟାନ୍ୟ ସଂପ୍ରଦାୟ ମଧ୍ୟ ସାମିଲ ହୋଇଥାନ୍ତି । କ୍ୟାଥେଲିକ ଚର୍ଚ୍ଚର ଫାଦର କହିଛନ୍ତି ଯେ, "ରାତି 10 ଟାରୁ ପ୍ରାର୍ଥନା ଆରମ୍ଭ କରାଯିବ । ପ୍ରଭୁ ଯୀଶୁ ଜନ୍ମ ନେବା ପରେ ମଧ୍ୟ ରାତ୍ରିରେ ପାର୍ଥନା କରାଯିବା ସହିତ ସମସ୍ତେ ଶାନ୍ତି ଓ ପ୍ରେମର ବାର୍ତ୍ତା ବାଣ୍ଟିବେ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.