କଟକ: ଆଜି ପବିତ୍ର ବଡଦିନ । ସିଲଭର ସିଟି କଟକରେ ବଡଦିନ ବା ଖ୍ରୀଷ୍ଟମାସ ଖୁବ୍ ଜାକଜମକରେ ପାଳନ ହେଉଛି । ଶାନ୍ତି, ପ୍ରେମ ଓ ମୈତ୍ରୀର ବାର୍ତ୍ତା ନେଇ ସହରରେ ଖ୍ରୀଷ୍ଟମାସ ପାଳୁଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ । ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସୁନ୍ଦର ଭାବରେ ସଜେଇ ହୋଇଛି ସହରର ସମସ୍ତ ଚର୍ଚ୍ଚ(Christmas Celebrations In Cuttack) । ରଙ୍ଗୀନ ଆଲୋକମାଳାରେ ଝଲସୁଛି ସିଲଭର ସିଟି । ଯୀଶୁ ଜନ୍ମ ନେଇ ଥିବା ପବିତ୍ର ଗୁହାଳ ଠାରୁ ଆରମ୍ଭ କରି ଚର୍ଚ୍ଚ ମୁଖଶାଳା ପର୍ଯ୍ୟନ୍ତ ଦେଖିବା ପାଇଁ ବିଭିନ୍ନ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସେହିପରି ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଚର୍ଚ୍ଚରେ ଦେଖିବାକୁ ମିଳିଛି ସମୂହ ପ୍ରାର୍ଥନାର ସୁନ୍ଦର ଦୃଶ୍ୟ ।
କେବଳ ଚର୍ଚ୍ଚ ନୁହେଁ ଘରେ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । ବଡଦିନ ପାଇଁ କଟକ ସହରର ଥିବା ରୋଜାରୀ କ୍ୟାଥେଲିକ୍ ଚର୍ଚ୍ଚ, ଓଡିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଚର୍ଚ୍ଚ ଗୁଡିକରେ ସକାଳୁ ସକାଳୁ ସମସ୍ତେ ଏକାଠି ହୋଇ ଏହି ପବିତ୍ର ଦିନକୁ ଧୁମଧାମରେ ପାଳନ କରିବା ସହ ସମୂହ ପ୍ରାର୍ଥନା କରିଛନ୍ତି । କେବଳ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ନୁହନ୍ତି, ଭାଇଚାରାର ସହର କଟକରେ ଅନ୍ୟାନ୍ୟ ସଂପ୍ରଦାୟ ଲୋକ ମଧ୍ୟ ସାମିଲ ହୋଇଛନ୍ତି ଏହି ବଡଦିନ ପର୍ବରେ । ସମସ୍ତ ଶ୍ରଦ୍ଧାଳୁ ଏକାଠି ହୋଇ କ୍ୟାରୋଲ ଗାନ କରିଛନ୍ତି । ଏହାସହ ପରସ୍ପରକୁ ପବିତ୍ର ଖ୍ରୀଷ୍ଟମାସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: Merry Christmas ୨୦୨୨: ବଡଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି
ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ରାତି ପାହିଲେ ଏକା ସାଙ୍ଗରେ ପୂଜା ପାଆନ୍ତି ରାମ, ଯୀଶୁ, ଆହ୍ଲା । ଆଉ ପ୍ରତିଟି ଧର୍ମର ପର୍ବପର୍ବାଣିକୁ ଏକାଠି ପାଳନ କରିଥାନ୍ତି ସବୁଧର୍ମର ଲୋକେ । କେବଳ ଖୀଷ୍ଟଧର୍ମାଲମ୍ବୀ ନୁହଁନ୍ତି ବରଂ ସବୁ ଧର୍ମର ଲୋକେ ଚର୍ଚ୍ଚକୁ ଯାଇ ଖୁସି ମନାଇଥାନ୍ତି । ଖ୍ରୀଷ୍ଟମାସ ଅବସରରେ ରାଜ୍ୟର ସବୁ ସହରରେ ଥିବା ସମସ୍ତ ଚର୍ଚ୍ଚ ଗୁଡିକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ଗତକାଲି ମଧ୍ୟରାତ୍ରରେ ଚର୍ଚ୍ଚ ଗୁଡିକରେ ଧରାବତରଣ କରିଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟ । ଯୀଶୁଙ୍କ ପଦାର୍ପଣରେ ଖେଳିଯାଇଥିଲା ଖୁସିରେ ମାହୋଲ । ପରସ୍ପରକୁ ଆଲିଙ୍ଗନ କରି ମେରି ଖ୍ରୀଷ୍ଟମାସ ।
ଇଟିଭି ଭାରତ, କଟକ