କଟକ: ସାତ ବର୍ଷର ଶିଶୁକୁ ନିଷ୍ଠୁର ସାଜିଲା ସାବତ ମା । ଅକଥନୀୟ ନିର୍ଯାତନାର ପରିଣାମରେ ପୋଡ଼ି ଯାଇଛି ପିଲାର ମୁହଁ । କାମ ନକରିବାରୁ ଚେଙ୍କ ଦେଇଛି ଏହି ପିଶାଚୀ ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସିଡ଼ି଼ଏ ଅଞ୍ଚଳରେ। ଏହି ଘଟଣାରେ ଚାଇଲ୍ଡ ଲାଇନ ପକ୍ଷରୁ ମର୍କତନଗର ଥାନାରେ ଏତଲା ଦିଆଯାଇଛି।
ଏତଲା ପରେ ଉଭୟ ବାପା ଓ ସାବତ ମା ଙ୍କୁ ମର୍କତନଗର ଥାନା ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପଟେ ଭିଡିଓ କନଫରେନ୍ସିଂ ଜରିଆରେ ଶିଶୁକୁ ସିଡବ୍ଲ୍ୟୁସି ଆଗରେ ହାଜର କରାଯାଇଥିଲା। ପରେ ଶିଶୁ ଟିକୁ ଚାଇଲ୍ଡଲାଇନରେ ରଖା ଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ