ETV Bharat / state

କଟକ ଶିଶୁ ଭବନରେ ବଢୁଛି ଶିଶୁ ମୃତ୍ୟ ହାର !

କଟକ ଶିଶୁଭବନରେ ସଙ୍ଗୀନ ଚିତ୍ର । ଦେଢ଼ ବର୍ଷ ମଧ୍ୟରେ ଗଲାଣି 3487 ଶିଶୁଙ୍କ ଜୀବନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 29, 2023, 8:54 AM IST

child death reportedly increasing at Sishu Bhawan
child death reportedly increasing at Sishu Bhawan
କଟକ ଶିଶୁ ଭବନରେ ବଢୁଛି ଶିଶୁ ମୃତ୍ୟ ହାର !

କଟକ: କଟକ ଶିଶୁଭବନରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଶିଶୁଭବନର ବଢୁଛି ଶିଶୁ ମୃତ୍ୟୁହାର । ଦେଢ଼ ବର୍ଷ ମଧ୍ୟରେ ଗଲାଣି 3487 ଶିଶୁଙ୍କ ଜୀବନ । ପରିସଂଖ୍ୟାନ ରିପୋର୍ଟରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ରିପୋର୍ଟ ଅନୁଯାୟୀ ପ୍ରତିଦିନ ହାରାହାରି 6 ଶିଶୁଙ୍କର ମୃତ୍ୟୁ ହେଉଛି । ଏଭଳି ତଥ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶିଶୁ ବିଶେଷଜ୍ଞ ।

ଶିଶୁଭବନରେ ବିଶ୍ଵସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ସବୁଠାରୁ ଦୁଃଖର କଥା ଶିଶୁଭବନରେ ବେଡ଼ ସଂଖ୍ୟା ମାତ୍ର 412 କିନ୍ତୁ ପ୍ରତ୍ୟେକ ଦିନ 1000ରୁ ଅଧିକ ଶିଶୁ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି । କିନ୍ତୁ ନା ଏଠାରେ ଅଛି ଆବଶ୍ୟକତା ଅନୁଯାୟୀ ବେଡ଼, ନା ଅଛନ୍ତି ତାକ୍ତର। ଏଥିସହ ପାରା ମେଡ଼ିକାଲ ଷ୍ଟାଫ ମଧ୍ଯ ଆବଶ୍ୟକତା ଅନୁଯାୟୀ ନାହାନ୍ତି । ଫଳରେ ନାହିଁ ନାହିଁରେ ଚାଲିଛି ଶିଶୁ ଭବନ। ଆଉ ବଳି ପଡୁଛନ୍ତି ନିଷ୍ପାପ ଶିଶୁ। ଏଭଳି ସମ୍ବେଦନଶୀଳ ବିଷୟକୁ ନେଇ ବିଜେପି ତରଫରପ ଶିଶୁଭବନ ଅଧିକ୍ଷକଙ୍କ ସହିତ ଆଲୋଚନା କରାଯାଇ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପରିସଂଖ୍ୟାନକୁ ଦେଖିଲେ ଜଣାଯାଏ ଶିଶୁ ମୃତ୍ୟୁହାର ଦିନକୁ ଦିନ ବଢ଼ିବାରେ ଲାଗିଛି । 2022 ଜାନୁଆରୀରୁ ଡିସେମ୍ବର ଭିତରେ 22 ଶହରୁ ଊର୍ଦ୍ଧ୍ବ ଶିଶୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ 2023 ଜାନୁଆରୀରୁ ଅଗଷ୍ଟ ସୁଧା 11 ଶହ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଶୀଘ୍ର କାର୍ଯ୍ୟକ୍ଷମ ହେବ ଶିଶୁ ଭବନ ନୂଆ ବିଲ୍ଡିଂ; ସମୀକ୍ଷା କଲେ ମୋକିମ

ଚଳିତ ବର୍ଷ ଜାନୁଆରୀରେ 156 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଗଷ୍ଟରେ ଏହା 162ରେ ପହଞ୍ଚିଛି । ଅନ୍ୟପଟେ ଅଧିକ୍ଷକଙ୍କ କହିବା ଅନୁଯାୟୀ, ଶିଶୁମାନଙ୍କୁ ଅତ୍ୟଧିକ ଗୁରୁତର ଅବସ୍ଥାରେ ଏଠାକୁ ଅଣାଯାଉଥିବାରୁ ଏଭଳି ପରିସଂଖ୍ୟାନ ଦେଖିବାକୁ ମିଳିଛି । କିନ୍ତୁ ବର୍ତ୍ତମାନର ପରିସଂଖ୍ୟାନ ଯେତିକି ରହିଛି ତାହା ପାଇଁ ଶିଶୁ ଭବନରେ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା ଉପଲବ୍ଧ ହେବା ସହ ଆଉ କିଛି ଦିନ ଯିବା ପରେ ନୂଆ ବିଲ୍ଡିଂ ଲୋକାର୍ପିତ ହେଲା ପରେ ସବୁ ସମସ୍ୟାର ସମାଧାନ ହେଇଯିବ ବୋଲି କହିଛନ୍ତି ଅଧିକ୍ଷକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.