ETV Bharat / state

ଅମ୍ଫାନ ମୁକାବିଲା: ପ୍ରଶଂସା ସାଉଁଟିଲେ ଅଗ୍ନିଶମ କର୍ମଚାରୀ - ଅମ୍ଫାନ

ଅମ୍ଫାନ ସମୟରେ ଓ ପରେ ପ୍ରଭାବିତ ଅଞ୍ଚଳରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି ଅଗ୍ନିଶମ ବିଭାଗ । ସେମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ବିଭିନ୍ନ ମହଲରେ ପ୍ରଶଂସା ମଧ୍ୟ କରାଯାଇଛି ।

chief-fire-officer-reaction-about-fire-department

author img

By

Published : May 21, 2020, 7:30 PM IST

କଟକ: 'ଅମ୍ଫାନ' ମୁକାବିଲାରେ ଅଗ୍ନିଶମ ବିଭାଗର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପୂର୍ବ ଯୋଜନା ଅନୁଯାୟୀ ଉପକୂଳବର୍ତ୍ତୀ ୫ ଟି ଜିଲ୍ଲାରେ ୫୦ ଟି ଅଗ୍ନିଶମ କେନ୍ଦ୍ରରେ ୧୧୨ ଟି ଟିମ ମହଜୁତ ରଖାଯାଇଥିଲା । ଏହାସହ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳରୁ ୩୦ ଟି ଟିମ ଏହି ଜିଲ୍ଲାମାନଙ୍କରେ ମୁତୟନ କରାଯାଇଥିଲା ।

ଅମ୍ଫାନ ମୁକାବିଲା: ପ୍ରଶଂସା ସାଉଁଟିଲେ ଅଗ୍ନିଶମ କର୍ମଚାରୀ

ଏହି ଟିମ ଗତକାଲି(ବୁଧବାର) ଅମ୍ପାନ ସମୟରେ ଓ ପରେ ପ୍ରଭାବିତ ଅଞ୍ଚଳରେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିମ ଗଛ କାଟିବା କାମ କରିଥିଲେ । ସେହିପରି କେନ୍ଦ୍ରାପଡା ଅଞ୍ଚଳରେ ଏକ ପ୍ରସବଙ୍କୁ ସାହାଯ୍ୟ କରିଥିବା ଟିମ ପାଇଁ ବିଭାଗ ବେଶ ଗର୍ବିତ । କାରଣ ସେମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ।

ସବୁଠାରୁ ବଡ କଥା ହେଉଛି ବାଲେଶ୍ବରରେ ଆଶା କରାଯାଉନଥିବା କିଛି ସ୍ଥାନରେ ଅର୍ଥାତ ଜାତୀୟ ରାଜପଥର ବାମପାର୍ଶ୍ଵରେ ଥିବା ଅନେକ ଅଞ୍ଚଳରେ ଅମ୍ପାନର ପ୍ରଭାବ ଦେଖିବାକୁ ମିଳିଥିଲା । ଯାହାକି ଅଗ୍ନିଶମ ବିଭାଗ ପାଇଁ ଚାଲେଞ୍ଜ ଥିଲା । ତେବେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଗଛ କଟା କାମ ଶେଷ କରାଯିବ ବୋଲି ଚିଫ ଫାୟାର ଅଫିସର କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.