ETV Bharat / state

ଡକାୟତି ଉଦ୍ୟମ ପଣ୍ଡ କଲା ଚାଉଳିଆଗଞ୍ଜ ପୋଲିସ, 5 ଗିରଫ

author img

By

Published : Jun 9, 2021, 9:19 AM IST

ବିଦ୍ୟାଧରପୁର ନିକଟ ଏକ ଏକାନ୍ତ ସ୍ଥାନରେ 5 ଜଣ ଡ଼କାୟତି ଯୋଜନା କରୁଥିବା ବେଲେ ପଣ୍ଡ କଲା ଚାଉଳିଆଗଞ୍ଜ ଥାନା ପୋଲିସ । 5 ଜଣଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ଡକାୟତି ଉଦ୍ୟମ ପଣ୍ଡ କଲା ଚଉଳିଆଗଞ୍ଜ ପୋଲିସ, 5 ଗିରଫ

କଟକ: ଡକାୟତି ଉଦ୍ୟମ ପଣ୍ଡ କଲା ଚାଉଳିଆଗଞ୍ଜ ଥାନା ପୋଲିସ । ବିଦ୍ୟାଧରପୁର ନିକଟ ଏକ ଏକାନ୍ତ ସ୍ଥାନରେ 5 ଜଣ ଡ଼କାୟତି ଯୋଜନା କରୁଥିବା ବେଳେ ହାବୁଡି ଯାଇଥିଲା ପୋଲିସ । ଏହାପରେ 5 ଜଣଙ୍କୁ ଗିରଫ କରିବା ସହ ଅନେକ କିଛି ସାମଗ୍ରୀ ଓ ମାରଣାସ୍ତ୍ର ମଧ୍ୟ ଜବତ କରିଛି । ତେବେ ଏହି ଅଭିଯୁକ୍ତ ମାନଙ୍କ ମଙ୍ଗ ଧରିଥିଲା ମିଲନ ଓରଫ ବିଶ୍ଵଜିତ ମହାରଣା । ଏହି ଗ୍ୟାଙ୍ଗର ମୁଖ୍ୟ ଲକ୍ଷ ଥିଲା ଜାତୀୟ ରାଜପଥରେ ଡକାୟତି ।

ପୂର୍ବରୁ କଟକରେ ଅନେକ ଚୋରି ମାମଲା ମଧ୍ୟ ଏମାନଙ୍କ ନାଁରେ ରହିଛି । ହେଲେ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଥିଲେ ଏହି ଡ଼କାୟତି ଗ୍ୟାଙ୍ଗ । ତେବେ ଶେଷରେ ଗତକାଲି(ମଙ୍ଗଳବାର) ଏହି 5 ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏମାନେ ହେଲେ , ମିଲନ , ଗେଡା , ବାବୁ , ଜଗା ,ନଣ୍ଡା । ଗିରଫ ସମୟରେ କିଛି ବନ୍ଧୁକ ଓ ଗୁଳି ମଧ୍ୟ ପୋଲିସ ଜବତ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.