ETV Bharat / state

ଚନ୍ଦନ ମହାରଣା ନିର୍ଦ୍ଦୋଷ, ଖୁବ ଶୀଘ୍ର ହେବେ ଖଲାସ

2013ରେ ମାଡମରା ଘଟଣାରେ ଚନ୍ଦନଙ୍କୁ ଅଭିଯୁକ୍ତ ଭାବେ ଚଳିତ ମାସ 11 ତାରିଖରେ ଗିରଫ କରାଯାଇଥିଲା। ହେଲେ ଚନ୍ଦନ ସମ୍ପୂର୍ଣ ନିର୍ଦ୍ଦୋଷ ଵୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଚାନ୍ଦିନୀଚୌକ ଅନ୍ତର୍ଗତ ଚନ୍ଦନ ମହାରଣା ହେବେ ଖଲାସ ହେବା ନେଇ ମିଳିଛି ସୂଚନା ।

author img

By

Published : Mar 24, 2019, 7:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଚାନ୍ଦିନୀଚୌକ ଅନ୍ତର୍ଗତ ଚନ୍ଦନ ମହାରଣା ହେବେ ସସମ୍ମାନେ ଖଲାସ । ତଦନ୍ତକାରୀ ଅଫିସରଙ୍କ ଭୁଲ ରିପୋର୍ଟ ଯୋଗୁ ଏକ ନିର୍ଦ୍ଦୋଷକୁ ମିଳିଥାନ୍ତା ଦଣ୍ଡ । କିନ୍ତୁ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି କମିଶନରେଟ ପୋଲିସ । 2013ରେ ମାଡମରା ଘଟଣାରେ ଚନ୍ଦନଙ୍କୁ ଅଭିଯୁକ୍ତ ଭାବେ ଚଳିତ ମାସ 11 ତାରିଖରେ ଗିରଫ କରାଯାଇଥିଲା। ହେଲେ ଚନ୍ଦନ ସମ୍ପୂର୍ଣ ନିର୍ଦ୍ଦୋଷ ଵୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପ୍ରକୃତ ଅଭିଯୁକ୍ତ ଚନ୍ଦନଙ୍କ ବାପାଙ୍କ ନାଁ କହିଥିବାରୁ ଚାର୍ଜସିଟରେ ଚନ୍ଦନ ମହାରଣାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । କିନ୍ତୁ ସମସ୍ତ ତଦନ୍ତ ପରେ ଚାନ୍ଦିନୀଚୌକର ଚନ୍ଦନ ସମ୍ପୂର୍ଣ ନିର୍ଦ୍ଦୋଷ ବୋଲି ଆଜି ସ୍ପଷ୍ଟ କରିଛି କମିଶନରେଟ ପୋଲିସ । ଯାହାକୁ ନେଇ ଚନ୍ଦନଙ୍କ ପରିବାରକୁ ମିଳିଛି ଆଶ୍ୱସ୍ତି ।ଏପଟେ ଚନ୍ଦନଙ୍କ ଫେରିବା ବାଟକୁ ଅନେଇ ବସିଛନ୍ତି ତାଙ୍କ ମା ଓ ପରିବାର । ତାଙ୍କ ମୁକୁଳିବା ଖବର ଶୁଣିବା ପରେ ଆଉ ସମସ୍ତଙ୍କୁ ଆଖିରେ ଆସିଛି ଖୁସିର ଲୁହ । 4 ଦିନ ପୂର୍ବରୁ ଲାଲବାଗ ଥାନାରେ ହଡ଼ତାଳ କରିଥିଲେ ପରିବାର ଲୋକେ । ଆଉ ଆଜି ତାହାର ସୁଫଳ ମିଳିଛି ।

କିନ୍ତୁ ଯେଉଁ ତଦନ୍ତକାରୀ ଅଫିସର ଭୁଲ ତଦନ୍ତ କରି ଚନ୍ଦନଙ୍କୁ ଏହି ଦୁର୍ଦ୍ଦଶା ଦେଖାଇଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ଏହି ମାମଲାକୁ ପୁନଃତଦନ୍ତ କରିବାକୁ କୋର୍ଟରେ ପ୍ରାର୍ଥନା କରିଛି କମିଶନରେଟ ପୋଲିସ । କାରଣ ପ୍ରକୃତ ଦୋଷୀ ଯିଏ ଏହି ଚତୁରତାର ନିଜ ବାପାଙ୍କ ଜାଗାରେ ଚନ୍ଦନଙ୍କ ବାପାଙ୍କ ନାମ ଲେଖିଦେଇଥିଲା ।

ଯାହାକୁ ନେଇ ଲାଲବାଗ ଅଞ୍ଚଳର ଚନ୍ଦନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିଶନରେଟ ପୋଲିସ । କିନ୍ତୁ ଚନ୍ଦନ ସମ୍ପୂର୍ଣ ନିର୍ଦ୍ଦୋଷ ଆଉ କିଛି ଦିନ ଭିତରେ ଚନ୍ଦନ ଘରେ ପହଞ୍ଚିବେ ବୋଲି ସ୍ପଷ୍ଟ କରିଛନ୍ତି କମିଶନର । ତେବେ ଚନ୍ଦନ ତ ଘର ବାହୁଡା ହେବ । କିନ୍ତୁ ପୋଲିସର ଏପରି କର୍ତ୍ତବ୍ୟନିଷ୍ଠା ଉପରେ ଉଠିଛି ପ୍ରଶ୍ନ । ଯାହାର ଉତ୍ତର କେବେ ଆସିବ ତାହା ସମୟ କହିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.