ETV Bharat / state

ଗରିବ କଲ୍ୟାଣ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର - ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ

ମାହାଙ୍ଗା ବ୍ଲକ ପୋଡ଼ାମରାଇରେ ଗରିବ କଲ୍ୟାଣ ସମ୍ମିଳନୀ ଉତ୍ସବରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ଅଧିକ ପଢ଼ନ୍ତୁ

ଗରିବ କଲ୍ୟାଣ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

author img

By

Published : May 31, 2022, 10:52 PM IST

କଟକ: ଜିଲ୍ଲା ମାହାଙ୍ଗା ବ୍ଲକ ପୋଡ଼ାମରାଇରେ ଗରିବ କଲ୍ୟାଣ ସମ୍ମିଳନୀ ଉତ୍ସବ ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବା ସହ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ରାଜ୍ୟ ସରକାର pwd ବିଭାଗରେ ଟେଣ୍ଡରରର ଦୁର୍ନୀତି କରି ଦଳୀୟ ଭିତ୍ତିରେ କାର୍ଯ୍ୟ ବାଣ୍ଟୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗରିବ କଲ୍ୟାଣ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଏହା ସହିତ ଆଗାମୀ ଦୁଇ ବର୍ଷ ମଧ୍ୟରେ ଦଳକୁ ଆହୁରି ମଜଭୁତ କରିବା ପାଇଁ ପ୍ରୟାସ ଆରମ୍ଭ କରିବା ପାଇଁ କର୍ମୀଙ୍କୁ ଆହ୍ଵାନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ସଭାପତି ସମୀର ମହାନ୍ତି , ଲେଖାଶ୍ରୀ ସମନ୍ତସିଂହାର, ଭୃଗୁ ବକ୍ସିପାତ୍ରଙ୍କ ସମେତ ବିଭିନ୍ନ ଜିଲ୍ଲାର ନେତୃମଣ୍ଡଳୀ ଯୋଗଦେଇଥିଲେ । ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସିଧାସଳଖ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମାହାଙ୍ଗାର ଏକ ସେବାକେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.