ETV Bharat / state

ମା’ର ମମତା ବୁଝିଲା ଜିଲ୍ଲା ପ୍ରଶାସନ, ଲକଡାଉନରେ ଭେଟିଲେ 3 ପିଲା - cuttack news

ଲକ୍ ଡାଉନ କାରଣରୁ ମା'କୁ ଦେଖିପାରୁନଥିଲେ ସନ୍ତାନ । ଜିଲ୍ଲା ପ୍ରଶାସନରେ ସହାୟତାରେ ମା’କୁ ଭେଟିଲେ 3 ସନ୍ତାନ ।

_ cancer patient meet her 3 children
ଜିଲ୍ଲା ପ୍ରଶାସନ ବଢାଇଲା ସହାୟତାର ହାତ
author img

By

Published : Apr 15, 2020, 10:18 AM IST

କଟକ: ଲକ୍ ଡାଉନ କାରଣରୁ ମା'କୁ ଦେଖିପାରୁନଥିଲେ ସେମାନଙ୍କ ପିଲା । ଆଉ ସନ୍ତାନଙ୍କୁ ପାଖରେ ପାଇ ଖୁସିରେ ଗଦଗଦ ମା’ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ।

କର୍କଟ ରୋଗୀ ମାଆ ମୁନି ଖାତୁନ ଦୀର୍ଘ ଦିନ ହେବ ମୁଖ କର୍କଟରେ ପୀଡିତ ଅଛନ୍ତି । ସେଥିପାଇଁ ତାଙ୍କୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ୱାମୀ ପାଖରେ ନ ଥିବାରୁ ପିଲା ମାନଙ୍କୁ ଏକ ସ୍ୱେଛାସେବୀ ସଂଗଠନ ଚୌଦ୍ୱାରର ଏକ ଆଶ୍ରମକୁ ସ୍ଥାନାନ୍ତରିତ କରାଯାଇଥିଲା । ମଝିରେ ମଝିରେ ମା' କୁ ଦେଖିବା ପାଇଁ ମେଡିକାଲ ଆସନ୍ତି 3 ସନ୍ତାନ ।

ହେଲେ କୋରୋନା ଯୋଗୁଁ ଲକ୍ ଡାଉନ୍ ହେବା ପରେ ମା କୁ ଦେଖିବା ହୋଇ ଯାଇଥିଲା ସ୍ୱପ୍ନ । ଏହି ଘଟଣା ଜିଲା ପ୍ରଶାସନ ଜାଣିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ତିନି ସନ୍ତାନଙ୍କୁ ମା' ମୁନି ଖାତୁନ ଙ୍କ ପାଖକୁ ଆଣିଥିଲେ । ଯାହା ଫଳରେ ମାଆ ଓ ସନ୍ତାନଙ୍କ ମଧ୍ୟରେ ଏକ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା । ତେବେ କିଛି ସମୟ ଭେଟିବା ପରେ ପ୍ରଶାସନ ପୁଣି ଶିଶୁଙ୍କୁ ଆଣି ଆଶ୍ରମରେ ଛାଡିଦେଇଥିଲା ।

କଟକରୁ ପ୍ରଭୂକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.