ETV Bharat / state

SHG ଗ୍ରୁପ ହେଉଛନ୍ତି ଲାଭବାନ, ସୁଯୋଗ ସୃଷ୍ଟି କରୁଛି MSME - ଏସଏସଜି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ

MSME ଜରିଆରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାନ ଗଢିଉଠିଛି । ଯାହା ଦ୍ବାରା ଲାଭବାନ ହେଉଛନ୍ତି ଏସଏଚଜି ଗ୍ରୁପ । ଅଧିକ ପଢ଼ନ୍ତୁ

ସୁଯୋଗ ସୃଷ୍ଟି କରୁଛି ଜିଲ୍ଲ ପ୍ରଶାସନ
ସୁଯୋଗ ସୃଷ୍ଟି କରୁଛି ଜିଲ୍ଲ ପ୍ରଶାସନ
author img

By

Published : Mar 13, 2023, 7:19 AM IST

ଏସଏସଜି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଏମଏସଏମଇର ଲକ୍ଷ୍ୟ

କଟକ: ଏସଏଚଜି ମହିଳାଙ୍କ ପାଇଁ ବଢ଼ୁଛି ସୁଯୋଗ । ସଫଳ ଉଦ୍ୟୋଗୀ ଭାବେ ଗଢ଼ୁଛନ୍ତି ନିଜ ସ୍ବତନ୍ତ୍ର ପରିଚୟ । ନିଜର ଦକ୍ଷତା ଓ ଘରୋଇ କାରିଗରୀକୁ ନେଇ ଏବେ ନୂଆ ସମ୍ଭାବନା ଦିଗରେ ଆଗେଇ ଚାଲିଛନ୍ତି ଏସଏଚଜି ମହିଳାମାନେ । ଏସଏଚଜି ଏବେ ଏମଏସଏମଇ ମୁହାଁ । କଟକରେ ଉଦ୍ୟୋଗୀ ସପ୍ତାହ ପାଳନ ଅଵସରରେ କଟକର ବିଭିନ୍ନ ବ୍ଲକରୁ ଆସିଥିବା ଏସଚଜିର ମହିଳାମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରିକରି ଲାଭବାନ ହୋଇଛନ୍ତି ।

କଟକ ନୌବାଣିଜ୍ୟ ସଂଗ୍ରହାଳୟରେ ୭ ଦିନ ବ୍ୟାପି ଉଦ୍ୟୋଗୀ ସପ୍ତାହ ପାଳନ କରାଯାଇଥିଲା । ଯେଉଁଠି କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା । ଏହାସହ ବିକ୍ରିବଟା ସୁଵିଧା ସହ ସେମାନଙ୍କର ଜିନିଷକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଟକରେ ସ୍ବତନ୍ତ୍ର ପ୍ରଦର୍ଶନୀ ଓ ବିକ୍ରି ମେଳା ଆୟୋଜିତ ହୋଇଥିଲା । ଜିଲ୍ଲା ପ୍ରଶାସନର ସହାୟତାରେ କଟକ ଜିଲ୍ଲାର କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ ଓ ସ୍ବୟଂ ସହାୟିକା ଗୋଷ୍ଠୀର ଉତ୍ପାଦକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସାତ ଦିନ ଧରି ଆୟୋଜିତ ହୋଇଥିଲା । 'ଅଣୁ,କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀ ପ୍ରଦର୍ଶନୀ'। ଏହି ୭ ଦିନ ମଧ୍ୟରେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆୟ କରିଛନ୍ତି ଏହି ବ୍ୟବସାୟୀ । ବିଶେଷକରି ହଳଦୀ, ଧୂପକାଠି, ଝୁଣା ଏହି ମେଳାରେ ବେଶ ଆଦୃତ ହୋଇଥିଲା ।

ମାଣିଆ ବନ୍ଧ ଶାଢ଼ୀର ଚାହିଦା ମଧ୍ୟ ବେଶ ଅଧିକ ରହିଥିଲା । ୭୦ରୁ ଊର୍ଦ୍ଧ୍ବ ଷ୍ଟଲରେ ଏସଏଚଜି ଗ୍ରୁପର ମହିଳାମାନେ ସେମାନଙ୍କ ନିଜସ୍ୱ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇଥିଲେ । ଯାହା ଦ୍ୱାରା ବଜାର ଚାହିଦା ମଧ୍ୟ ବୃଦ୍ଧି ପାଇଥିଲା । ଘରତିଆରି ସାମଗ୍ରୀକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥିଲା ।

MSME ଜରିଆରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାନ ଗଢି ଉଠଛି ଯାହା କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀଙ୍କୁ ସହାୟକ ହୋଇଛି । ୩୦ଟି ଜିଲ୍ଲାରେ ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ କେଉଁ କେଉଁ ଶିଳ୍ପାନୁଷ୍ଠାନ ନିର୍ମାଣ କଲେ ତାହାର ଚାହିଦା ବଢିବ ଓ ବଜାରଘାଟରେ ଉତ୍ପାଦନର ଚାହିଦା ବୃଦ୍ଧି ପାଇବ ସେନେଇ ମଧ୍ୟ ଆଲୋଚନା ହୋଇଛି । ତେବେ କହିବାକୁ ଗଲେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ ମାକେର୍ଟ ମଧ୍ୟ ପ୍ରସ୍ତୁତି କରିବାର ଲକ୍ଷ ରଖିଛି ଏମଏସଏମଇ । ମହିଳାଙ୍କ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତଙ୍କୁ ସଫଳ ଉଦ୍ୟୋଗୀରେ ପରିଣତ କରିବାକୁ MSME ବିଭାଗ ତରଫରୁ ପାଳନ ହେଉଛି ଉଦ୍ୟୋଗୀ ସପ୍ତାହ । ତେବେ କଟକରେ ଏହି ଉଦ୍ୟୋଗୀମାନେ ଆଗମୀ ଦିନରେ ନିଶ୍ଚୟ ଜଣେ ଜଣେ ସଫଳ ବ୍ୟବସାୟୀ ହୋଇ ପାରିବେ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.