ETV Bharat / state

ରାଜ୍ୟରେ ପୁଣି ବଢିଲା ବସଭଡ଼ା

author img

By

Published : Feb 8, 2021, 3:00 PM IST

Updated : Feb 8, 2021, 6:36 PM IST

ରାଜ୍ୟରେ ସୋମବାର ବସଭଡାକୁ ବୃଦ୍ଧି କରାଯାଇଛି । ତେବେ କେଉଁ ବସ୍‌ ପ୍ରତି କେତେ ଭଡା ରହିଛି ଜାଣିବା ପାଇଁ ଅଧିକ ପଢନ୍ତୁ...

Bus rate hikes in Odisha
ରାଜ୍ୟରେ ବଢିଲା ବସଭଡ଼ା

କଟକ: ପେଟ୍ରୋଲ ଦର ବଢିବା ପରେ ସୋମବାର ରାଜ୍ୟରେ ବଢିଛି ବସଭଡ଼ା । ସାଧାରଣ ବସଭଡ଼ା କିଲୋମିଟର ପ୍ରତି 6 ପଇସା ବଢିଛି । ତେବେ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁସାରେ ବସଭଡା ବୃଦ୍ଧି କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ।

ରାଜ୍ୟରେ ପୁଣି ବଢିଲା ବସଭଡ଼ା

ସାଧାରଣ (ଅର୍ଡିନାରୀ) ଭଡ଼ା କିଲୋମିଟର ୬ ପଇସା ବୃଦ୍ଧି ହୋଇଥିବା ବେଳେ ଏକ୍ସପ୍ରେସ ଭଡ଼ା ୭ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ବସ ଭଡା କିଲୋମିଟର ପିଛା ୨ ପଇସା ଏବଂ AC ଡିଲକ୍ସ ଭଡ଼ା ୮ ପଇସାକୁ ବୃଦ୍ଧି ପାଇଛି। ଏଥିସହ ନୂଆକରି ସୁପର ପ୍ରିମିୟମ ବସଭଡା କିମି ପିଛା ୨ ଟଙ୍କା ୧୭ ପଇସା ଧାର୍ଯ୍ୟ କରାଯାଇଛି । ତେବେ ୧୨ଟି ପାରାମିଟରକୁ ନେଇ ଏହି ଦର ନିର୍ଦ୍ଧାରିତ କରିଛନ୍ତି ସରକାର । ଡିଜେଲ ଦର ବୃଦ୍ଧି ପାଇବା ସହ ମୋବିଲ, ଗାଡି ପାର୍ଟସ, ଟାୟାର ଭଳି ବିଭିନ୍ନ ବସ୍‌ ସାମଗ୍ରୀ ଦର ବୃଦ୍ଧି ପାଇଛି । ତେବେ ବର୍ଷକୁ ଥରେ ପରିବହନ ବିଭାଗ ପକ୍ଷରୁ ଦର ବୃଦ୍ଧି କରାଯିବାର ବ୍ୟବସ୍ଥା ଥିବା ବେଳେ ତିନିବର୍ଷ ହେବ ବସଭଡା ବୃଦ୍ଧି କରାଯାଇନଥିଲା ।

ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁସାରେ ବସଭଡା ବୃଦ୍ଧି କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ । ତେବେ ପୂର୍ବରୁ ଅଡିନାରୀ ବସ ଭଡା କିମି ପିଛା ୭୪ପଇସା ଥିବା ବେଳେ ଏବେ ତାହା ୮୦ ପଇସାକୁ ବୃଦ୍ଧି ପାଉଛି । ଠିକ ସେହିପରି ଏକ୍ସପ୍ରେସ ଭଡା କିମି ପିଛା ୭୭ରୁ ୮୪ ପଇସାକୁ ବୁଦ୍ଧି ପାଇଛି । ଅପରପଟେ ଡିଲକ୍ସ ବସଭଡା କିମି ପିଛା ୧ଟଙ୍କା ୦୯ ପଇସାରୁ ୧ଟଙ୍କା ୧୧ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏସି-ଡିଲକ୍ସ ବସଭଡା ୧ଟଙ୍କା ୩୧ପଇସାରୁ ୧ଟଙ୍କା ୩୯ ପଇସାକୁ ବୁଦ୍ଧି ପାଇଛି । ତେବେ ଏଭଳି ବସଭଡ଼ା ବୃଦ୍ଧି ଯୋଗୁଁ ବସଯାତ୍ରୀଙ୍କ ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 8, 2021, 6:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.