କଟକ: ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ କମିଲା ବସ ଭଡା । ସାଧାରଣ ବସ ଭଡା ବ୍ୟତିତ ଏସି, ଏକ୍ସପ୍ରେସ ଓ ଡିଲକ୍ସ ବସ ଭଡା ମଧ୍ୟ ହ୍ରାସ ପାଇଛି ।

ସାଧାରଣ ବସ ଭଡ଼ା ପୁର୍ବରୁ କିଲୋମିଟର ପିଛା ୬୯ ପଇସା ଥିଲାବେଳେ ଏବେ ଏହା ୧ ପଇସା କମି ୬୮ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ ଭଡା ୧ ପଇସା କମି ୭୧ ପଇସା, ଡିଲକ୍ସ ବସ ଭଡା ୨ ପଇସା କମି ୯୭ ପଇସା ଓ ଏସି ଡିଲକ୍ସ ବସ ଭଡା ୨ ପଇସା କମି ୧୧୯ ଟଙ୍କା ହୋଇଛି । ଡିଜେଲ ଦର୍ କମିବାରୁ ଅଟୋମେଟିକ୍ ମେକାନିଜିମ୍ ମାଧ୍ୟମରେ ବସ ଭଡ଼ା କମିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ