କଟକ: ରାଜ୍ୟରେ ବଢ଼ିଲା ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସରେ ୧ ପଇସା, ଡିଲକ୍ସ ଓ ଏସି ଡିଲକ୍ସ ବସରେ ୨ ପଇସା ବଢ଼ିଲା। ପୂର୍ବରୁ ସାଧାରଣ ଥିଲା ୭୩ ପଇସା ହେଲା ୭୪ ପଇସା, ଏକ୍ସପ୍ରେସ ଥିଲା ୭୬ ପଇସା ହେଲା ୭୭ ପଇସା, ଡିଲକ୍ସ ଥିଲା ୧ ଟଙ୍କା ୭ ପଇସା ହେଲା ୧ ଟଙ୍କା ୯ ପଇସା, ଏସି ଡିଲକ୍ସ ଥିଲା ୧ ଟଙ୍କା ୨୯ ପଇସା ହେଲା ୧ ଟଙ୍କା ୩୧ ପଇସା।
ସେହିପରି କିଲୋମିଟର ପ୍ରତି ଲାଗୁ ଏହି ଦର। ତୈଳ ଦର ବୃଦ୍ଧି ପରେ ବଢ଼ିଲା ବସ ଭଡା, ଅଟୋମେଟିକ ମେକାନିଜିମ ମାଧ୍ୟମରେ ବସ ଭଡା ବୃଦ୍ଧି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ