ETV Bharat / state

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ୱୀକାର କଲା ବୋର୍ଡ, ଛାତ୍ରଛାତ୍ରୀଙ୍କୁ ମିଳିବ ଗ୍ରେସ ମାର୍କ !

author img

By

Published : Mar 18, 2023, 8:38 PM IST

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ଆଉଥରେ ପରୀକ୍ଷା ହେବାର କୌଣସି ସମ୍ଭାବନା ନଥିବା ସ୍ପଷ୍ଟ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ୱୀକାର କଲା ବୋର୍ଡ

କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏହି ତ୍ରୁଟି, ପରିକ୍ଷାର୍ଥୀ ମାନଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଆଉଥରେ ପରୀକ୍ଷା ହେବାର କୌଣସି ସମ୍ଭାବନା ନଥିବା ସ୍ପଷ୍ଟ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ ବୋଲି କହିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ।

ଏନେଇ ବୋର୍ଡ ଉପସଭାପତି ଡଃ ନିହାର ରଞ୍ଜନ ମହାନ୍ତି କହିଛନ୍ତି, "ଏଥିରେ ମୁଦ୍ରଣ ଜନିତ ତ୍ରୁଟି ରହିଛି । ୪ଟି ସେଟ ମଧ୍ୟରୁ B ସେଟରେ ମୁଦ୍ରଣ ଜନିତ ତ୍ରୁଟି ଦେଖିବାକୁ ମିଳିଥିଲା । A ସେଟର ପ୍ରଶ୍ନପତ୍ରର କିଛି ଅଂଶ B ସେଟରେ ରହି ଯାଇଥିଲା । ମୂଲ୍ୟାୟନ କରିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ । ଯେପରି କୌଣସି ଛାତ୍ରଛାତ୍ରୀ କମ ମାର୍କ ପାଇବେ ନାହିଁ ।" ତେବେ ପୁନର୍ବାର ପରୀକ୍ଷା ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ଅର୍ଥାତ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରେସ ମାର୍କ ଦିଆଯିବ ବୋଲି ପରୋକ୍ଷରେ ପ୍ରତିକ୍ରିୟା ଦେଇଛନ୍ତି ବୋର୍ଡ ଉପସଭାପତି । ଏହି ତ୍ରୁଟିକୁ କେହି ଦେଖିବାର ସୁଯୋଗ ନଥିବା ସେ କହିଛନ୍ତି । କାରଣ ଏହା କନଫିଡେନସିଆଲ, ସେଥିପାଇଁ ଏହି ତ୍ରୁଟିକୁ କେହି ଦେଖି ପାରିନଥିଲେ । ତେବେ ପୁନର୍ବାର ଏହି ସମସ୍ୟା ଆଉ ହେବ ନାହିଁ ବୋଲି ସେ କହିଛନ୍ତି ।

ଆଜିର ଇତିହାସ ଓ ନଗର ବିଜ୍ଞାନ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ବିଭ୍ରାଟ ଖବର ସାମ୍ନାକୁ ଆସିଥିଲା । କେତେବେଳେ ପ୍ରଶ୍ନପତ୍ର ଭାଇରାଲ ହେଉଛି ତ ଆଉ କେତେବେଳେ ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଯାଉଛି । ଆଜି ଏହି ପରୀକ୍ଷା ସମୟରେ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ କରିଥିଲେ କିଛି ପରୀକ୍ଷାର୍ଥୀ । ଗୋଟିଏ ପ୍ରଶ୍ନ ଦୁଇଟି ସ୍ଥାନରେ ଥିବାବେଳେ ଆଉ କେତୋଟି ପ୍ରଶ୍ନପତ୍ରରେ ଗୋଟିଏ ଗୋଟିଏ ପ୍ରଶ୍ନ ନଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ।

ଏନେଇ ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ ଯେ, ୫୦ଟି ପ୍ରଶ୍ନ ବଦଳରେ ୪୯ଟି ପ୍ରଶ୍ନ ଆସିଛି । ସେହିଭଳି ୧୮ଟି ପ୍ରଶ୍ନ ଏକାଧିକ ଥର ଆସିଛି । କେବଳ କିଛି ପରୀକ୍ଷା କେନ୍ଦ୍ରରେ ପିଲାଙ୍କଠାରେ ଏଭଳି ଭୁଲ ଥିବା ଜଣାପଡିଛି । ଏଭଳି ପ୍ରଶ୍ନପତ୍ର ପରୀକ୍ଷା ହଲରେ ଦିଆଯାଇଥିଲା । ଏହା ଦ୍ବାରା ଯେଉଁ କ୍ଷତି ହେବ ସରକାର ଭରଣା କରିବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି । ତେବେ ଏନେଇ ଗ୍ରେସ ମାର୍କ ଦରକାର ବୋଲି ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି । ତେବେ ବୋର୍ଡ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଅନେକ ପରୀକ୍ଷାର୍ଥୀଙ୍କ ମନରେ ଆଶ୍ବସ୍ତି ଆଣିଦେଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.