ETV Bharat / state

ହେତୁବାଦୀଙ୍କ ବିରୋଧରେ ପୁଣି ମାମଲା, କଟକ ଡିସିପିଙ୍କୁ ଭେଟିଲେ ଦୈବଜ୍ଞ ବ୍ରାହ୍ମଣ ସମାଜ - ବ୍ରାହ୍ମଣ ସମାଜ ପକ୍ଷରୁ ହେତୁବାଦୀଙ୍କ ବିରୋଧରେ ଏତଲା

ସୂର୍ଯ୍ୟ ପରାଗରେ ହେତୁବାଦୀଙ୍କ ଚିକେନ ବିରିୟାନୀକୁ ନେଇ ବଢ଼ୁଛି ବିବାଦ । ସାରା ରାଜ୍ୟରେ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଆଜି କଟକ ଡିସିପିଙ୍କୁ ଦୈବଜ୍ଞ ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା ଦିଆଯାଇଛି । ଅଧିକ ପଢ଼ନ୍ତୁ

ହେତୁବାଦୀଙ୍କ ବିରୋଧରେ ପୁଣି ମାମଲା, କଟକ ଡିସିପିଙ୍କୁ ଭେଟିଲେ ଦୈବଜ୍ଞ ବ୍ରାହ୍ମଣ ସମାଜ

author img

By

Published : Oct 29, 2022, 4:45 PM IST

କଟକ: ସୂର୍ଯ୍ୟ ପରାଗରେ ଚିକେନ ବିରିୟାନୀ ଖାଇବାକୁ ନେଇ ଟାର୍ଗେଟରେ ହେତୁବାଦୀ । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଏହାସହ ହିନ୍ଦୁ ଓ ବ୍ରାହ୍ମଣ ସମାଜକୁ ଅପମାନ ଜନକ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି । ଏନେଇ ସାରା ରାଜ୍ୟରେ ହେତୁବାଦୀଙ୍କ ବିରୋଧରେ ତୀବ୍ର ନିନ୍ଦା ପ୍ରକାଶ ପାଇଥିବାବେଳେ ଆଜି କଟକ ଡିସିପିଙ୍କୁ ଦୈବଜ୍ଞ ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା ଦିଆଯାଇଛି ।

ହେତୁବାଦୀଙ୍କ ବିରୋଧରେ ପୁଣି ମାମଲା, କଟକ ଡିସିପିଙ୍କୁ ଭେଟିଲେ ଦୈବଜ୍ଞ ବ୍ରାହ୍ମଣ ସମାଜ

ଗତ ଅକ୍ଟୋବର ୨୫ ତାରିଖରେ (ଦୀପାବଳୀ ଅମାବାସ୍ୟା) ସୂର୍ଯ୍ୟ ପରାଗ ସମୟରେ ହେତୁବାଦୀ ସଂଗଠନ ତରଫରୁ ସର୍ବସାଧାରଣରେ ଚିକେନ ବିରିୟାନୀ ଖାଇବା ଓ ବାଣ୍ଟିବା ଭଳି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ହିନ୍ଦୁ ଧର୍ମ ଏବଂ ବ୍ରାହ୍ମଣମାନଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗ କରି ହେତୁବାଦୀ ସଙ୍ଗଠନ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଏତଲା ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି (ଶନିବାର) କଟକ ଡିସିପିଙ୍କୁ ଦୈବଜ୍ଞ ବ୍ରାହ୍ମଣ ସମାଜ ପକ୍ଷରୁ ହେତୁବାଦୀଙ୍କ ବିରୋଧରେ ଏତଲା ଦିଆଯାଇଛି ।

ଦୈବଜ୍ଞ ବ୍ରାହ୍ମଣ ସମାଜ ପକ୍ଷରୁ ଦିଆଯାଇଥିବା ଅଭିଯୋଗରେ ଲେଖାଅଛି, ହେତୁବାଦୀମାନେ ଯେଉଁଭଳି ଭାବେ ହିନ୍ଦୁ ସମାଜକୁ କୁଶ୍ଚିତ ଓ ହତାଦାର କରି କହିଛନ୍ତି ତାହାକୁ ବ୍ରାହ୍ମଣ ସମାଜ ଘୋର ନିନ୍ଦା କରୁଛି । ସେମାନେ ପୁରୀ ଯାଇ ଲଣ୍ଡା ହୋଇ ନିଜର ପ୍ରାୟଶ୍ଚିତ କରନ୍ତୁ । ଏବଂ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦୈବଜ୍ଞ ବ୍ରାହ୍ମଣ ସମାଜ ଦାବି କରିଛି । କଟକ ଦୈବଜ୍ଞ ବ୍ରାହ୍ମଣ ସମାଜର କୋଷାଧ୍ୟକ୍ଷ ଅଶୋକ କୁମାର ଆଚାର୍ଯ୍ୟ କହିଛନ୍ତି, "ସୂର୍ଯ୍ୟ ପରାଗରେ ପାକତ୍ୟାଗ ନୀତିକୁ ଅନେକ ଯୁଗରୁ ହିନ୍ଦୁ ସମାଜ ମାନି ଚାଲିଛି । କିନ୍ତୁ ହେତୁବାଦୀମାନଙ୍କର ଏଭଳି ଅସାମାଜିକ କାର୍ଯ୍ୟ ଅତ୍ୟନ୍ତ ଘୃଣ୍ୟ । ଆଗାମୀ ଦିନରେ ସରକାର ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବ୍ରାହ୍ମଣ ସମାଜ ଆନ୍ଦୋଳନକୁ ଓହ୍ଲାଇବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.