କଟକ: ଉତ୍ତମ ଶିକ୍ଷା ନୀତିକୁ ନାହିଁ ଦୃଷ୍ଟି, କବେଳ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଯେଉଁ ସ୍କୁଲରେ ପିଲା ନାହାନ୍ତି କିମ୍ବା ଶିକ୍ଷକ ଅଭାବ ରହିଛନ୍ତି ତାହା ମିଶ୍ରଣ ହେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରି ବିକ୍ଷୋଭ କରିଛି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ । ଏହି ସ୍କୁଲ ମିଶ୍ରଣ ପ୍ରକ୍ରିୟା ବନ୍ଦ କରୁବାକୁ ଦାବି କରି ସଂଗଠନ ତରଫରୁ କଟକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ପ୍ରଭାରୀ ରୋସନ ଲାଲ ବିଟୁ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ । ସେହିପରି ଯେଉଁ ସ୍କୁଲରେ ଭିତ୍ତିଭୂମି ଅଭାବ ରହିଛି ତାହାକୁ କିପରି ସୁଦୃଢ କରାଯିବ ତାହାକୁ ଦୃଷ୍ଟି ନଦେଇ କବେଳ ଗୋଟିଏ ସ୍କୁଲକୁ ଅନ୍ୟ ସ୍କୁଲ ସହ ଯୋଡି ବାଃ ବାଃ ନେବାକୁ ସରକାର ଚେଷ୍ଟା କରୁଥିବା କହିଛି ଛାତ୍ର କଂଗ୍ରେସ । ତେବେ ଏହି ଲଢେଇ ପୂର୍ବରୁ ଥିଲା ଆଗକୁ ମଧ୍ୟ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ