କଟକ: ରକ୍ତ ସଂଗ୍ରହ କରୁଛି ବିଜୁ ଯୁବ ଛାତ୍ର ଜନତା ଦଳ । ରାଜ୍ୟର ଅନେକ ମେଡିକାଲରେ ରକ୍ତର ଅଭାବ ଦେଖାଗଲାଣି । ଲକଡାଉନ ପାଇଁ ଏହି ସମସ୍ୟା ଦେଖାଯାଉଛି । ରକ୍ତର ଅଭାବ ପୂରଣ କରିବା ପାଇଁ କଟକରେ ରକ୍ତ ସଂଗ୍ରହ କରାଯାଉଛି ।
କଟକରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସାହାଯ୍ୟରେ ସହରର ପ୍ରତି ୱାର୍ଡରୁ ରକ୍ତ ସଂଗ୍ରହ କରାଯାଉଛି । ଏକ ଗାଡି ସାହାଯ୍ୟରେ ରକ୍ତ ସଂଗ୍ରହ କରାଯାଉଛି । ପ୍ରତ୍ୟକ ଦିନ ୨୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଥିଲାବେଳେ, ସହରରେ ଏହି କାର୍ଯ୍ୟକ୍ରମ ପ୍ରତ୍ୟକ ଦିନ ଚାଲିବ । ତେବେ ସାମାଜିକ ଦୂରତା ବଜାୟ ରଖି ରକ୍ତ ସଂଗ୍ରହ କରାଯାଉଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର କଟକ ସଂଯୋଜକ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ