ETV Bharat / state

ଧାନ ମଣ୍ଡିକୁ ନେଇ ବଢୁଛି ଚିନ୍ତା, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି - ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଧାନ ମଣ୍ଡି ନଖୋଲିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ ବିଜେପି କୃଷକ ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

paddy mandi
paddy mandi
author img

By ETV Bharat Odisha Team

Published : Nov 24, 2023, 10:23 AM IST

ଧାନ ମଣ୍ଡିକୁ ନେଇ ବଢୁଛି ଚିନ୍ତା

କଟକ: ଧାନ ବିକ୍ରି ପାଇଁ ଖୋଲୁନି ମଣ୍ଡି । ଯାହା ଫଳରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ସେପ୍ଟେମ୍ବର ମାସରେ ମଣ୍ଡି ଖୋଲିବା ନେଇ ସରକାର ତାରିଖ ଧାର୍ଯ୍ୟ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ନା ମଣ୍ଡି ଖୋଲିଲା ନା ଚାଷୀଙ୍କ ଧାନ ବିକ୍ରି ହୋଇପାରିଲା । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା । କଟକରେ ଏକ ସାମ୍ବାଦିକ ସମ୍ମିଳନୀର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି l ରାଜ୍ୟରେ କୃଷି ଏବଂ କୃଷକ ସମସ୍ୟା ନେଇ ମଧ୍ୟ ସେ ଉଦବେଗ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାର ଭାତ ହାଣ୍ଡିରେ କେବେ ଖୋଲିବ ଧାନ ମଣ୍ଡି ? ଚାଷୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ

ସେ କହିଛନ୍ତି ଯେ, ରାଜ୍ୟ ସରକାର ଗତ ସେପ୍ଟେମ୍ବର ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ଘୋଷଣା କରିଲେ । କିନ୍ତୁ ଏଯାବତ ମଣ୍ଡି ଖୋଲିନାହାନ୍ତି । ଯଦ୍ବାରା ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନକୁ କ୍ବିଣ୍ଟାଲ୍ ପିଛା ୧୨ଶହରୁ ୧୩ଶହ ଟଙ୍କାରେ ଦଲାଲ୍ ମାନଙ୍କ ହାତରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଅପରପକ୍ଷରେ କେନ୍ଦ୍ର ସରକାର କ୍ବିଣ୍ଟାଲ୍ ପିଛା ୨୧୮୩ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରୁଛନ୍ତି । ଏହାସହିତ ଦୀର୍ଘଦିନରୁ ମଣ୍ଡିରେ ମିଲରମାନଙ୍କ ହସ୍ତକ୍ଷେପ ଓ ଶୋଷଣ ସ୍ଥାନୀୟ ସରକାରୀ ନେତା ଏବଂ ସରକାରୀ କଳ ଜରିଆରେ ଚାଲୁଅଛି । ତାହାକୁ ସମ୍ପୂର୍ଣ୍ଣ ରୂପେ ସରକାର ତଦାରଖ କରିବା ଦରକାର । ଏହା ସହିତ କୃଷି ଯନ୍ତ୍ରପାତି, ସାର ଓ କୀଟନାଶକ ନିର୍ଦ୍ଦିଷ୍ଟ ସମୟରେ ଯୋଗାଇବା ଦରକାର ଏବଂ ସାରା ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଖୋଲିବା ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ ହେବା ଦରକାର ।

ରାଜ୍ୟରେ ଚାଷୀ ଆତ୍ମହତ୍ୟା ଅତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଗତ ମାସକ ମଧ୍ୟରେ ବଲାଙ୍ଗୀରର ଲୋଇସିଂହା, ଯାଜପୁରର ଧର୍ମଶାଳା ଏବଂ ନୟାଗଡ଼ର ରଣପୁରଠାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାର ଏଯାବତ୍ ସମବେଦନା ଓ ସହାୟତା ପ୍ରଦାନ କରିନାହାନ୍ତି । ଏ ସମସ୍ତ ଦିଗକୁ ବିଚାରକୁ ନେଇ ରାଜ୍ୟ ସରକାର ଯଦି ତୁରନ୍ତ ପଦକ୍ଷେପ ନନିଅନ୍ତି, ତାହେଲେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ ହେବ ବୋଲି କହିଛନ୍ତି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.