ETV Bharat / state

ଲୋୟର ପିଏମଜି ଘଟଣା, ଏସପି ଅଫିସ ଘେରିଲା ବିଜେପି - ଲୋୟର ପିଏମଜିରେ ବିଜେପି ଓ ପୋଲିସ ଧସ୍ତାଧସ୍ତି ଘଟଣା

ଲୋୟର ପିଏମଜି ଠାରେ ବିଜେପି ଓ ପୋଲିସ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ଘଟଣାରେ କଟକ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

କଟକରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ
bjp protest in cuttack
author img

By

Published : Mar 4, 2023, 8:38 PM IST

ଲୋୟର ପିଏମଜିରେ ବିଜେପି ଓ ପୋଲିସ ଧସ୍ତାଧସ୍ତି ଘଟଣା

କଟକ: ରାଜ୍ୟ ସରକାରଙ୍କ ବିରୋଧରେ ଥମୁନି ବିଜେପିର ଗର୍ଜନ । ବିଜେଡି ସରକାର ଓ ପୋଲିସ ଉପରେ ପୁଣି ବର୍ଷିଲା ବିଜେପି । ବିଧାନସଭା ଘେରାଉ ସମୟରେ ରାଜଧାନୀରେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସର ଆକ୍ରମଣ ଅଭିଯୋଗ କରି ଆଜି (ଶନିବାର) ସାରା ରାଜ୍ୟରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି କ୍ରମରେ କଟକ ଗ୍ରାମାଞ୍ଚଳ SP ଅଫିସ ସମ୍ମୁଖରେ କଟକ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ରାଜ୍ୟ ସରକାର ପୋଲିସ ବିଭାଗକୁ ବ୍ୟବହାର କରି ଏହି ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି ।

ଏହି ଅବସରରେ କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ । ତେବେ ଉକ୍ତ ଅଘଟଣକୁ ନେଇ ଆଜି କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଥିଲା କଟକ ଜିଲ୍ଲା ବିଜେପି । ଏନେଇ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା କହିଛନ୍ତି, "ଭୁବନେଶ୍ୱର ଲୋୟର ପିଏମଜି ଠାରେ ବିଜେପି କର୍ମୀଙ୍କ ଉପରେ ପୋଲିସ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା । ଏହା ସହ ସରକାରୀ ଦଳ ଷଡ଼ଯନ୍ତ୍ର କରି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଖାଲି ସେତିକି ନୁହେଁ ବିଜେପି କର୍ମୀମାନଙ୍କୁ ସଙ୍ଗୀନ ଦଫା ଲଗାଇ ଗିରଫ କରି ଜେଲକୁ ପଠାଯାଇଛି । ହେଲେ ଏପର୍ଯ୍ୟନ୍ତ ଯେଉଁମାନେ ପ୍ରକୃତ ଦୋଷୀ ଅଛନ୍ତି ସେମାନଙ୍କୁ ପୋଲିସ ଓ ସରକାର ଘଣ୍ଟ ଘୋଡାଉଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାକୁ ଅନେକ ଦିନ ବିତିଥିଲେ ସୁଦ୍ଧା ଏଯାବତ କୌଣସି ତଦନ୍ତର ଦିଗ ସାମ୍ନାକୁ ଆସି ପାରୁନି । ପୋଲିସ କ୍ରାଇମବ୍ରାଞ୍ଚ ଅନେକ ଆଇନଗତ ଦିଗ ଉପରେ ତଦନ୍ତ କରୁଛନ୍ତି । ହେଲେ ପ୍ରକୃତ ସତ୍ୟତାରୁ ପରଦା ହଟି ପାରୁନି । ଏଥରୁ ଜଣାପଡୁଛି ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି ଆଉ କିଛି ନାହିଁ । ଯଦି ବିରୋଧୀ ଦଳ ହିସାବରେ ବିଜେପି ସ୍ୱର ଉତ୍ତୋଳନ କରୁଛି ତାହାକୁ ପୋଲିସ ଲଗାଇ ମୁଁହ ବନ୍ଦ କରାଯାଇଛି ବୋଲି କହିଛନ୍ତି ବିଜେପି ନେତା । ତେବେ ଆଗାମୀ ଦିନରେ ଏହି ଲଢେଇ ଆହୁରି ତୀବ୍ରତର ହେବା ସହ ସରକାରଙ୍କ ଅସଲ ମୁଖା ଖୋଲାଯିବ ବୋଲି ବିଜେପି ଚେତାବନୀ ଦେଇଛି । ପ୍ରକାଶ ଥାଉକି, ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବ ମୋର୍ଚ୍ଚାର ଧାସ୍ତାଧସ୍ତି ସମୟରେ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ଅନେକ ବିଜେପି କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.