ETV Bharat / state

କଣ୍ଟାପଡ଼ା ବ୍ଲକ ଘେରିଲା ବିଜେପି, ରାଜ୍ୟପାଳଙ୍କୁ ଦେଲା ୧୧ ଦଫା ସମ୍ବଳିତ ଦାବିପତ୍ର

author img

By ETV Bharat Odisha Team

Published : Nov 28, 2023, 5:12 PM IST

ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି କଣ୍ଟାପଡ଼ା ବ୍ଲକ ଘେରାଉ କଲା ବିଜେପି । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ । ଅଧିକ ପଢ଼ନ୍ତୁ

କଣ୍ଟାପଡ଼ା ବ୍ଲକ ଘେରାଉ
କଣ୍ଟାପଡ଼ା ବ୍ଲକ ଘେରାଉ

କଣ୍ଟାପଡ଼ା ବ୍ଲକ ଘେରାଉ

ନିଆଳି: ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ପ୍ରତିବାଦ କରୁଛି ବିଜେପି । ବ୍ଲକ ଏବଂ ମୁନିସିପାଳିଟି ସ୍ତରରେ ବିରୋଧ ଓ ପ୍ରତିବାଦ କରୁଛନ୍ତି ବିଜେପି କର୍ମୀ । ରାଜ୍ୟରେ ଘଟୁଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ଜନ ଆକ୍ରୋଶ ଆନ୍ଦୋଳନ କରୁଛି ବିଜେପି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହ ବିଜୁ ପକ୍କା ଘର ଯୋଜନା, ସହ ସ୍ୱାସ୍ଥ୍ୟ, ଶିକ୍ଷା, ଉନ୍ନତି ପାଇଁ ହେଉଥିବା ଯୋଜନାରେ ରାଜ୍ୟରେ ବିଜେଡି ସରକାର ବ୍ୟାପକ ଦୁର୍ନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ବିଜେପି ପକ୍ଷରୁ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ବିଜେପି ନେତା ଛବି ମଲ୍ଲିକଙ୍କ ନେତୃତ୍ୱରେ ଶହଶହ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ନାରା ବାଜି କରିଥିଲେ । ବ୍ଲକରେ ସରକାରୀ ଯୋଜନା ବାଟବଣା ହେଉଛି, ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନା ମିଳୁନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଲୋକଙ୍କୁ ନଦେଇ ଫେରିଯାଉଛି, ବାର୍ଦ୍ଧକ୍ୟ ଓ ବିଧବା ଭର୍ତ୍ତା ବଣ୍ଟନରେ ହେରାଫେରି, ଚତୁର୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଅର୍ଥ ଟଙ୍କା ହେରଫେର, ଶୌଚାଳୟ ବଣ୍ଟନରେ ହେରାଫେରି, ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନିତୀ ଏବଂ ଆମ ଓଡ଼ିଶା ନବିନ ଓଡିଶା ନାଁରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ବିଜେଡି ଦଳର ହାତ ପାଣ୍ଠି ପାଲଟିଛି । ଏହି ଯୋଜନା ନାଁରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ବିଜେପି ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ.....ସିଏମସି ଆଗରେ ବିଜେପିର ଶକ୍ତି ପ୍ରଦର୍ଶନ, ପୋଲିସ ଓ କର୍ମୀଙ୍କ ମଧ୍ୟରେ ଠେଲାପେଲା

ଏହି ଦୁର୍ନୀତିରେ ସ୍ଥାନୀୟ ବିଧାୟକଙ୍କ ହାତ ରହିଛି ବୋଲି ବିଜେପି ଅଭିଯୋଗ କରିଛି । ବ୍ଲକ ଅଫିସରମାନଙ୍କ ସହଯୋଗରେ ଏହି ସବୁ ଦୁର୍ନୀତି, ଭ୍ରଷ୍ଟାଚାର ଓ ବେଭିଚାର ହେଉଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା । ଏହି ସବୁ ଦୁର୍ନୀତି ବିରୁଦ୍ଧରେ ବିଜେପି ପକ୍ଷରୁ ୧୧ ଦଫା ଏକ ସମ୍ବଳିତ ଦାବିପତ୍ର କଣ୍ଟାପଡ଼ା ବ୍ଲକ ବିଡ଼ିଓଙ୍କ ଜରିଆରେ ଦଳ ପ୍ରଦାନ କରିଛି । ଏହି ବିକ୍ଷୋଭରେ ରାଜ୍ଯ ବିଜେପି ଉପ ସଭାପତି ଗୋଲକ ମହାପାତ୍ର , ରାଜ୍ୟ ସାଧାରଣ ସମ୍ପାଦକ ଯତିନ ମହାନ୍ତି, ବିଜେପି ରାଜ୍ଯ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା, କଟକ ଜିଲ୍ଲା ଓବସି ମୋର୍ଚ୍ଚା ମୁଖ୍ୟ ପ୍ରତାପ ରାଉତରାୟ ଓ କୃଷକ ମୋର୍ଚ୍ଚା ମୁଖ୍ୟ ଅଶୋକ ରଥ ପ୍ରମୁଖ ରାଜ୍ଯ ସରକାରଙ୍କ ବିରୁଦ୍ଧରେ ନାରା ବାଜି କରିଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.