ETV Bharat / state

ଧାନ ମଣ୍ଡିରେ ମିଲରଙ୍କ ଦାଦାଗିରି ବନ୍ଦ ବାଦିରେ ଗର୍ଜିଲା ବିଜେପି

author img

By ETV Bharat Odisha Team

Published : Nov 29, 2023, 4:18 PM IST

କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛି କୃଷକ ମୋର୍ଚ୍ଚା । ଏହାସହ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବି ପ୍ରତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଧାନ ମଣ୍ଡିରେ ମିଲରମାନଙ୍କ ଦାଦା ଗିରି ବନ୍ଦ କରାଯାଉ : ବିଜେପି

କଟକ: ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ଓଡ଼ିଶା ଶାଖା ପକ୍ଷରୁ କୃଷକମାନଙ୍କର ବିଭିନ୍ନ ସମସ୍ୟା ଏବଂ ୫ ଦଫା ଦାବି ନେଇ କଟକ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ସହିତ କୃଷକ ମାନଙ୍କର ସମସ୍ୟା ଏବଂ ଦାବି ପୂରଣ ପାଇଁ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କୃଷକ ମୋର୍ଚ୍ଚା ଦାବି କରିଛି ରାଜ୍ୟ ସରକାର ଅତି ଶୀଘ୍ର ରାଜ୍ୟର ସମସ୍ତ ଧାନ ମଣ୍ଡି ଖୋଲନ୍ତୁ, ଧାନ ମଣ୍ଡି ସବୁ ଦିନ ପାଇଁ ଖୋଲା ରହୁ, ଧାନ କିଣା କାରବାରରେ କଟନି ଛଟନି ବନ୍ଦ କରାଯାଉ । ଧାନ ମଣ୍ଡିରେ ମିଲରମାନଙ୍କର ଦାଦାଗିରି ବନ୍ଦ କରାଯାଉ । ଏହାସହ ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ।

କୃଷକ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରିଛି ଦୀର୍ଘ 23 ବର୍ଷ ଧରି ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ବ୍ୟାପକ ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ବୁଡି ରହିଛି । କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଉଥିବା ଅର୍ଥକୁ ବାଟବଣା କରାଯାଉଛି । 23 ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ସରକାର ଅମଳରେ ଚାଷ ଜମିକୁ ଜଳ ସେଚନ ହୋଇ ପାରିଲା ନାହିଁ । ଶୀତଳ ଭଣ୍ଡାର ଗୁଡ଼ିକ ଅଚଳ ହୋଇପଡ଼ିଛି ।ଅତୀତରେ ଓଡ଼ିଶାରେ 112 ଟି ଶୀତଳ ଭଣ୍ଡାର ମଧ୍ୟରୁ ମାତ୍ର 8 ଟି କାର୍ଯ୍ୟ କ୍ଷମ ହେଉଛି । ତେଣୁ ଏହି ସବୁ ସମସ୍ୟା ପ୍ରତି ରାଜ୍ୟପାଳ ଦୃଷ୍ଟି ଦେବା ପାଇଁ ବିଜେପିର କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ନିବେଦନ କରାଯାଇଛି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଜିଲ୍ଲା କିଶାନ ମୋର୍ଚ୍ଚାର ସଭାପତି ସୁଶାନ୍ତ ମହାନ୍ତି, ପ୍ରଶାନ୍ତ ବେହେରା, ସ୍ପାଦକ୍ କ୍ଷୀରୋଦ ଚନ୍ଦ୍ର ଦଳସିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ସହିତ ଉପ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ଓଡିଶାର ଭାତ ହାଣ୍ଡିରେ କେବେ ଖୋଲିବ ଧାନ ମଣ୍ଡି ? ଚାଷୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ

ତେବେ ରାଜ୍ୟ ସରକାର ଗତ ସେପ୍ଟେମ୍ବର୍ ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ଘୋଷଣା କରିଥିବା ସତ୍ତ୍ୱେ ଏଯାବତ୍ ମଣ୍ଡି ଖୋଲିନାହାନ୍ତି l ଯଦ୍ୱାରା ଚାଷୀ ନିଜର କଷ୍ଟ ଉପାର୍ଜିତ ଧନକୁ କ୍ୱିଣ୍ଟାଲ୍ ପିଛା ୧୨ଶହ/୧୩ଶହ ଟଙ୍କାରେ ଦଲାଲ୍ ମାନଙ୍କ ହାତରେ ବିକ୍ରି କରିବାକୁ ବାଧ୍ୟ ହେଉଛି l ଅପରପକ୍ଷରେ କେନ୍ଦ୍ର ସରକାର କ୍ୱାଣ୍ଟାଲ୍ ପିଛା ୨୧୮୩ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରୁଛନ୍ତି l ଏହାସହିତ ଦୀର୍ଘଦିନରୁ ମଣ୍ଡିରେ ମିଲରମାନଙ୍କ ହସ୍ତକ୍ଷେପ ଓ ଶୋଷଣ ସ୍ଥାନୀୟ ସରକାରୀ ନେତା ଏବଂ ସରକାରୀ କଳ ଜରିଆରେ ଚାଲୁଅଛି l ତାହାକୁ ସଂପୂର୍ଣ୍ଣ ରୂପେ ସରକାର ତଦାରଖ କରିବା ଦରକାର l

ରାଜ୍ୟରେ ଚାଷୀ ଆତ୍ମହତ୍ୟା ମାତ୍ରା ଅତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି l ଗତ ମାସକ ମଧ୍ୟରେ ବଲାଙ୍ଗୀରର ଲୋଇସିଂହା, ଯାଜପୁରର ଧର୍ମଶାଳା ଏବଂ ନୟାଗଡର ରଣପୁର ଠାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାର ଏଯାବତ୍ ସମବେଦନା ଓ ସହାୟତା ପ୍ରଦାନ କରିନାହାନ୍ତି l ଏ ସମସ୍ତ ଦିଗକୁ ବିଚାରକୁ ନେଇ ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତାହା ହେଲେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ ହେବ ବୋଲି ନଗର ବିଜେପି ସ୍ପଷ୍ଟ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.