ETV Bharat / state

CMC ସହିଦ ଭବନରେ ରିସେପସନ ପାର୍ଟି, ଅସନ୍ତୋଷ ଝାଡିଲେ କର୍ପୋରେଟର - ସହିଦ ଭବନରେ ରିସେପସନ ପାର୍ଟି

ବନ୍ଧୁ ମିଳନ ନାଁରେ ସିଏମସି ସହିଦ ଭବନରେ ରିସେପସନ ପାର୍ଟି । ଅସନ୍ତୋଷ ପ୍ରକାଶ କଲେ ବିଜେପି ବିଜେପି କର୍ପୋରେଟର । ଅଧିକ ପଢନ୍ତୁ

illegal reception party in meeting hall
ସିଏମସି ନିଷିଦ୍ଧାଞ୍ଚଳରେ ରିସେପସନ ପାର୍ଟି
author img

By

Published : Feb 28, 2023, 10:40 AM IST

ସିଏମସି ନିଷିଦ୍ଧାଞ୍ଚଳରେ ରିସେପସନ ପାର୍ଟି

କଟକ: ବନ୍ଧୁ ମିଳନ ପାଇଁ ଅନୁମତି ନେଇ ବିବାହ ରିସେପସନ ଭୋଜିର ଆୟୋଜନ । ତାହା ପୁଣି କୌଣସି ହୋଟେଲ କିମ୍ବା ମଣ୍ଡପରେ ନୁହେଁ, ବରଂ ସିଏମସି ସହିଦ ଭବନରେ ଏଭଳି ବିବାହ ଭୋଜିର ବିଶାଳ ଆୟୋଜନ କରାଯାଇଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉକ୍ତ ସ୍ଥାନରେ ଏଭଳି ଭୋଜି ଆୟୋଜନ ପାଇଁ ସମ୍ପୂର୍ଣ୍ଣ ନିଷେଧ ଥିଲାବେଳେ କାହିଁକି ଏବଂ କାହା ଅନୁମତି ନେଇ ଏଭଳି ଆୟୋଜନ କରାଯାଇଥିଲା ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି କର୍ପୋରେଟର ଗଗନ ଓଝା । ସମସ୍ତ ନିୟମକୁ ଉଲ୍ଲଂଘନ କରି କାହିଁକି ଏପରି କରାଗଲା ଏବଂ କାହା ଇସାରାରେ ଏପରି କରାଗଲା ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଏହି ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ମେୟର ସୁବାସ ସିଂ କହିଛନ୍ତି ।

ସିଏମସି ନିଷିଦ୍ଧାଞ୍ଚଳରେ ଭୋଜିର ଆସର ଜମିଥିଲା । ତାହା ପୁଣି କଟକ ସହିଦ ଭବନରେ ଦେଖିବାକୁ ମିଳିଛି । ଏନେଇ ସିଏମସି କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ଖବର ନାହିଁ । ସିଏମସି ଆଗରେ ଥିବା ସହିଦ ଭବନରେ ବିଶାଳ ଭୋଜି ଭାତର ଆୟୋଜନ ହୋଇଛି । ଫେବୃଆରୀ ୨୬ ରବିବାର ସନ୍ଧ୍ୟା ୬ଟାରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ସହିଦ ଭବନରେ କଟକ ସହରର ଜଣେ ବ୍ୟକ୍ତିଙ୍କ ବାହାଘରର ବିଶାଳ ରିସେପସନ୍ ପାର୍ଟିର ଆୟୋଜନ କରାଯାଇଥିଲା । ସହିଦ ଭବନ ପରିସର ମଣ୍ଡପ ପାଲଟିଥିଲା । ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ହୋଇଥିଲା । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିବାହ ଭୋଜିର ଆୟୋଜନ ହୋଇଥିଲା । ମାତ୍ର ଏ ଘଟଣାରେ ସିଏମସି କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ସିଏମସି ବୈଠକ ଭବନରେ ରିସେପସନ ପାର୍ଟି କରିବାକୁ ଜନୈକ ବ୍ୟକ୍ତିଙ୍କୁ କିପରି ଅନୁମତି ମିଳିଲା ।

ଦୁଇଟି ମୁଖ୍ୟ ଗେଟରେ ଧଳା କପଡା ଲଗାଇ ବନ୍ଧୁମିଳନ କାର୍ଯ୍ୟକ୍ରମ ବୋଲି ଲେଖାଥିଲା । ମାତ୍ର ଭିତରେ ବିବାହ ଭୋଜି ଚାଲିଥିଲା । ଯେଉଁ ସହିଦ ଭବନରେ କେବଳ ସରକାରୀ ଓ ବେସରକାରୀ ସଂସ୍ଥାଙ୍କ ଦ୍ଵାରା ସଭା, ସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ସେଠାରେ ବିବାହ ଘର ଭୋଜି ପାଇଁ କିଏ ଅନୁମତି ଦେଲା ? ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ କର୍ପୋରେଟର ।

ଏହା ବି ପଢନ୍ତୁ...କଟକରେ ନକଲି ଝାଡାବାନ୍ତି ଔଷଧ ଜବତ, ଜଣେ ଅଟକ

ବନ୍ଧୁ ମିଳନ ନାଁରେ ଏତେ ବଡ଼ ବିବାହ ଭୋଜିର ଆୟୋଜନ କରିଥିବା କିଏ ଏହି ବ୍ୟକ୍ତି ? କେଉଁ ଅଧିକାରୀଙ୍କ ଛତ୍ରଛାୟା ତଳେ ଏପରି ନିୟମକୁ ଉଲ୍ଲଂଘନ କରି ବିଶାଳ ଭୋଜି ଭାତର ଆୟୋଜନ ହୋଇଥିଲା । ଏନେଇ କଟକ ମେୟର ସୁବାସ ସିଂହ ପ୍ରତିକ୍ରିୟା ରଖି ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.