ETV Bharat / state

ରାଜନୈତିକ ରୂପ ନେଲା କର୍ପୋରେଟରଙ୍କ ଧାରଣା, ଆନ୍ଦୋଳନକୁ ସମର୍ଥନ କଲେ ଉଭୟ ଦଳର ବରିଷ୍ଠ ନେତା

author img

By ETV Bharat Odisha Team

Published : Nov 14, 2023, 7:43 PM IST

ଅହରାତ୍ର ଧାରଣାରେ ବିରୋଧୀ କରର୍ପୋରେଟର। ସିଏମସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଉଭୟ କଂଗ୍ରେସ ଓ ବିଜେପି କର୍ପୋରେଟର । ଗତକାଲି(ସୋମବାର) CMC କାଉନସିଲ ବୈଠକରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ଅଧିକାରୀମାନେ ଅଧାରୁ ଉଠିଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କର୍ପୋରେଟର ମାନେ । ଅଧିକ ପଢ଼ନ୍ତୁ

ରାଜନୈତିକ ରୂପ ନେଲା କର୍ପୋରେଟରଙ୍କ ଧାରଣା, ଆନ୍ଦୋଳନକୁ ସମର୍ଥନ କଲେ ଉଭୟ ଦଳର ବରିଷ୍ଠ ନେତା
ରାଜନୈତିକ ରୂପ ନେଲା କର୍ପୋରେଟରଙ୍କ ଧାରଣା, ଆନ୍ଦୋଳନକୁ ସମର୍ଥନ କଲେ ଉଭୟ ଦଳର ବରିଷ୍ଠ ନେତା
ରାଜନୈତିକ ରୂପ ନେଲା କର୍ପୋରେଟରଙ୍କ ଧାରଣା, ଆନ୍ଦୋଳନକୁ ସମର୍ଥନ କଲେ ଉଭୟ ଦଳର ବରିଷ୍ଠ ନେତାରାଜନୈତିକ ରୂପ ନେଲା କର୍ପୋରେଟରଙ୍କ ଧାରଣା, ଆନ୍ଦୋଳନକୁ ସମର୍ଥନ କଲେ ଉଭୟ ଦଳର ବରିଷ୍ଠ ନେତା

କଟକ: ଥମିବାର ନାଁ ଧରୁନାହିଁ କର୍ପୋରେଟରଙ୍କ ଆନ୍ଦୋଳନ । ଘଟଣା ଏବେ ରାଜନୈତିକ ମୋଡ଼ ନେଇଛି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିଶେଷକରି ଶାସକ ଦଳକୁ କଡ଼ା ବିରୋଧ କରିବା ସହ, ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଉଭୟ ନେତା । ପୁରା ଘଟଣାରେ ମୁହଁ ଖୋଲିଛନ୍ତି ମେୟର ସୁବାସ ସିଂ ।

ଅହୋରାତ୍ର ଧାରଣାରେ ବିରୋଧୀ କରର୍ପୋରେଟର । CMC କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଉଭୟ କଂଗ୍ରେସ ଓ ବିଜେପି କର୍ପୋରେଟର । ଗତକାଲି(ସୋମବାର) CMC କାଉନସିଲ ବୈଠକରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ଅଧିକାରୀମାନେ ଅଧାରୁ ଉଠିଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କର୍ପୋରେଟର ମାନେ । ଯେପର୍ଯ୍ୟନ୍ତ CMC କର୍ତ୍ତୃପକ୍ଷ କ୍ଷମା ନମାଗିଛନ୍ତି ଓ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇଛନ୍ତି ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଧାରଣାରତ କର୍ପୋରେଟରମାନେ ଚେତାବନୀ ଦେଇଛନ୍ତି ।

ଏନେଇ ବିଧାୟକ ମୋକିମ କହିଛନ୍ତି ରାଜନୀତି କଣ ଆଗାମୀ ଦିନରେ , ମେୟରଙ୍କୁ ଦେଖାଇ ଦିଆଯିବ । ସେହିପରି ମନମୋହନ ସାମଲ କହିଛନ୍ତି ଏନେଇ ଆସନ୍ତା ୨୦ ତାରିଖରେ CMC କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯିବ ।

ଅଧିକ ପଢନ୍ତୁ- ଜନସାଧାରଣଙ୍କ ଟିକସ ଟଙ୍କା ହରିଲୁଟ ଅଭିଯୋଗ, CMC କର୍ପୋରେଟରଙ୍କ ଅହରାତ୍ର ଧାରଣା

ହାଡିଆ ପଠାର ବହୂମୂଲ୍ୟ ସରକାରୀ ଜମିକୁ ଚଞ୍ଚକତା କରି କିପରି ବିକ୍ରି କରାଗଲା ? CMCର ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲ୍‌ର ଜାଲିଆତି କେମିତି ହେଲା ? ଏହାକୁ ନେଇ CMC କାଉଁସିଲ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ମେୟର ଓ କମିସଶନରଙ୍କ ଜବାବ ଦାବି କରି ହୋହାଲ୍ଲା କରିଥିଲେ ବିରୋଧୀ କର୍ପୋରେଟର । ଜମି ମାଫିଆ ମାନେ ଏକ ବିରାଟ ଷଡଯନ୍ତ୍ର କରି ହାଡିଆ ପଠାର ସରକାରୀ ଜମିକୁ ହାତେଇବା ପାଇଁ ଉଦ୍ୟମ କରିଛନ୍ତି । ହଡ଼ିଆ ପଠାର ସରକାରୀ ଜମିକୁ ଲିଜରେ ନେଇ ପରେ ଏହି ଜମିକୁ ଏକ ନିର୍ଦ୍ଧିଷ୍ଟ ବ୍ୟାଙ୍କରେ ବନ୍ଧକ ରଖି ୫ କୋଟି ଟଙ୍କା ଋଣ କରିଛନ୍ତି । CMC ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲର ଜାଲିଆତି କାରି ଏହା କରାଯାଇଥିଲେ ମଧ୍ୟ ଏଥିରେ CMCର କିଛି ଅସାଧୁ କର୍ମଚାରୀ ଓ ପ୍ରଭାବଶାଳୀ ଲୋକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ କର୍ପୋରେଟର । ଏହା ସହ କ୍ରାଇମବ୍ରାଞ୍ଚ ତଦନ୍ତ ନୁହେଁ ବରଂ ଏସଆଇଟି କିମ୍ବା ସିବିଆଇ ଦ୍ବାରା ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ।

ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ CMC କାର୍ଯ୍ୟାଳୟରୁ ଅନନ୍ୟା ଦାସଙ୍କ ମୂଳ ଦସ୍ତଖତ ଓ ସିଲ୍‌ର ନକଲ ସଂଗ୍ରହ କରି ନେଇଛି । ଜାଲ ଦସ୍ତଖତ ଓ ସିଲ ସହିତ ସେଗୁଡ଼ିକୁ ମେଳ କରିବା ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ସେପଟେ ଏହି ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ସିଏମସି ମେୟର । ହାଡ଼ିଆ ପଠାରେ ଥିବା ଜମି ରାଜ୍ୟ ସରକାରଙ୍କର । ସେହି ଜମି ବାବଦ ସମସ୍ତ ପ୍ରକାର ନିଷ୍ପତି ରାଜ୍ୟ ସରକାରଙ୍କ ବ୍ୟତିତ ଅନ୍ୟ କେହି ନେଇପାରିବେ ନାହିଁ । କିନ୍ତୁ କିଛି ଅସାଧୁ ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲକୁ ଜାଲ କରି ଏହି କାଣ୍ଡ ଭିଆଇଛନ୍ତି କିନ୍ତୁ ଏଥିରେ ସିଏମସିର କୌଣସି ଭୂମିକା ନ ଥିବା ମେୟର କହିଛନ୍ତି ।

କଟକ ହାଡିଆ ପଠାର ଶହେ ଏକର ସରକାରୀ ଜମିକୁ ଜାଲିଆତି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳର କର୍ପୋରେଟରମାନେ ଆଜି ମେୟରକୁ ଘେରିଛନ୍ତି । ହାଡିଆ ପଠାର ବହୁମୂଲ୍ୟ ଜମିକୁ କିପରି ଚଞ୍ଚକତା କରି ବିକ୍ରି କରାଗଲା ଏବଂ ସିଏମସି ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲ ଜାଲିଆତି କରି ଏହି ଚଞ୍ଚକତା କରାଗଲା ଏହାର ଜବାବ ମାଗିଛନ୍ତି ବିରୋଧୀ । CMCର କାଉଁସିଲ ବୈଠକ ଅବସରରେ ଅନ୍ୟ ପ୍ରସଙ୍ଗ ସହ ହାଡିଆପଠା ଜମି ଜାଲିଆତି କଥା ଉଠାଇ ଗୃହରେ ଯୋରଦାର ହଟ୍ଟଗୋଳ ହୋଇଥିଲା । ଏହି ଜମି କେଳେଙ୍କାରୀରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବା ଅଭିଯୋଗ କରି ଏହାର ଏସଆଇଟି କିମ୍ବା ସିବିଆଇ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ କର୍ପୋରେଟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.