ETV Bharat / state

ଫୋକସରେ 2024 ନିର୍ବାଚନ, କଟକର ସବୁ ସିଟ୍ ପୋଛିବ ବିଜେଡି: ଦେଵାଶିଷ ସାମନ୍ତରାୟ - କଟକରେ ବସିଲା କାର୍ଯ୍ୟକାରିଣୀ ବୈଠକ

ସାଧାରଣ ନିର୍ବାଚନ ପାଇଁ କଟକରେ ବସିଲା କାର୍ଯ୍ୟକାରିଣୀ ବୈଠକ । କଟକର ନଅଟି ବା ସମସ୍ତ ସିଟ୍ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କଲା ବିଜେଡି । ଅଧିକ ପଢ଼ନ୍ତୁ

ସାଧାରଣ ନିର୍ବାଚନ ପାଇଁ କଟକରେ ବସିଲା କାର୍ଯ୍ୟକାରିଣୀ ବୈଠକ

author img

By

Published : Jun 12, 2023, 7:28 AM IST

ସାଧାରଣ ନିର୍ବାଚନ ପାଇଁ କଟକରେ ବସିଲା କାର୍ଯ୍ୟକାରିଣୀ ବୈଠକ

କଟକ: କଟକ ସଦର ଜରିପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି କଟକ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ । ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର 9ଟି ବିଧାନସଭା ମଣ୍ଡଳୀରୁ 8 ଜଣ ନିର୍ବାଚିତ ବିଧାୟକ ଓ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଥିଲେ । ବିଜେଡିର ବହୁ ବରିଷ୍ଠ ନେତୃବୃନ୍ଦ ତଥା ଆଗ ଧାଡ଼ିର କର୍ମୀ ବୈଠକରେ ଉପସ୍ଥିତ ଥିଲେ ।

2024 ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିଲା ଖସଡା । କିଭଳି ନିଜକୁ ପ୍ରସ୍ତୁତ କରିବାକୁ ହେବ, ଦଳର ସଦସ୍ୟତା ଅଭିଯାନକୁ କିଭଳି ଆହୁରି ଆଗକୁ ନିଆଯିବ, ଦଳର ଡିଜିଟାଲ ପ୍ଲାଟଫର୍ମ ବା ସୋସିଆଲ ମିଡିଆ ପେଜ ଗୁଡିକୁ କିଭଳି ଆହୁରି ସୁଦୃଢ କରାଯିବ ଆଲୋଚନା କରିଥିଲେ । ଏହାସହ ଦଳରେ ଅଧିକରୁ ଅଧିକ ଯୁବବର୍ଗଙ୍କୁ କିଭଳି ସାମିଲ କରାଯିବ, ମିଶ୍ରଣ ପର୍ବକୁ କିଭଳି ଆହୁରି ବ୍ୟାପକ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।

ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଜ ନିଜ ମତ ରଖିଥିଲେ ବରିଷ୍ଠ ନେତୃମଣ୍ଡଳୀ । ଆଗାମୀ ନିର୍ବାଚନରେ କଟକ ଜିଲ୍ଲାର ସମସ୍ତ ଆସନରେ ବିଜେଡି ବିଜୟ ଲାଭ କରିବ ବୋଲି କହିଛନ୍ତି ଦେବାଶିଷ । କଟକ ଜିଲ୍ଲା ଵିଜେଡି ସଭାପତି ଦେଵାଶିଷ ସାମନ୍ତରାୟ କିହଛନ୍ତି, ଆସନ୍ତା ବିଧାନସଭା ଓ ସାଧାରଣ ନିର୍ବାଚନ ପାଇଁ ଏହି କାର୍ଯ୍ୟକାରିଣୀ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି । ବିଶେଷ କରି କଟକ ଜିଲ୍ଲାର ପ୍ରତି ଓ୍ବାର୍ଡରେ କିଭଳି ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଚିଠା ପହଞ୍ଚି ପାରିବ ସେଥିପାଇଁ ଦଳୀୟ କର୍ମୀମାନେ ଆଜି ଠାରୁ ପ୍ରୟାସ କରିବାକୁ କୁହାଯାଇଛି । ସୋସିଆଲ ମିଡିଆରେ ଜିଲ୍ଲା ପାଇଁ ରାଜ୍ୟ ସରକାର କଣ ପ୍ରତିଶ୍ରୁତି ଦେଇଥିଲେ ଓ କ’ଣ କରିଛନ୍ତି ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମୀମାନଙ୍କୁ କୁହାଯାଇଛି । ଏହା ବ୍ୟତୀତ ଆସନ୍ତା ନିର୍ବାଚନରେ ଯେଭଳି ନଅଟି ଯାକ ବିଧାନସଭା ଆସନ ଓ କଟକ ଲୋକସଭା ଆସନରେ ଵିଜୟଲାଭ କରିବ ଦଳ ସେଥିପାଇଁ ଆଜିଠାରୁ ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଛି।’’

ଗତ ନିର୍ବାଚନରେ ବିଜେଡି ଜିଲ୍ଲାରେ ବେଶ ଭଲ ପଦର୍ଶନ କରିଥିଲା । ବାରବାଟୀ ନିର୍ବାଚନ ମଣ୍ଡଳୀରେ ଦେବାଶିଷଙ୍କୁ ହରେଇ ମୋକିମ ବିଧାୟକ ଆସନ ବାଜିମାତ କରିଥିଲେ । ତେବେ ଗତ କିଛି ବର୍ଷ ମଧ୍ୟରେ ଏହି ଆସନ ପାଇଁ ଦଳ ତାର ସବୁ ବ୍ଲୁ ପ୍ରିଣ୍ଟ କରି ସାରିଛି । ତେଣୁ ଦଳ ନିଶ୍ଚୟ ଆଗାମୀ ନିର୍ବାଚନରେ ସବୁ ଆସନରେ ବାଜିମାତ କରିବ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.