ETV Bharat / state

ଜଗନ୍ନାଥ ଆମକୁ ପରୀକ୍ଷା କରିବାକୁ ଚାବି ହଜାଇ ଦେଇଥିଲେ: ସୌମ୍ୟରଂଜନ

author img

By

Published : Apr 29, 2023, 11:52 AM IST

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସୌମ୍ୟରଂଜନଙ୍କ ପ୍ରତିକ୍ରିୟା । କହିଲେ ଜଗନ୍ନାଥ ଆମକୁ ପରୀକ୍ଷା କରିବାକୁ ଚାବି ହଜାଇ ଦେଇଥିଲେ । ଅଧିକ ପଢନ୍ତୁ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସୌମ୍ୟରଂଜନଙ୍କ ପ୍ରତିକ୍ରିୟା

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ସେ କହିଛନ୍ତି ଯେ, ଯେକୌଣସି ନୂଆ କାମ କଲେ ବାଦବିବାଦ ରହିବ । ଚାବି ହଜିବା ଘଟଣାକୁ ମୁଁ ଗ୍ରହଣ କରିପାରିନାହିଁ । ଏହାକୁ ଗୁରୁତର ସହ ବିଚାର କରିବାର ଆବଶ୍ୟକ ରହିଛି । ସବୁ ଘଟଣାରେ ରାଜନୀତି କାହିଁକି କରାଯାଉଛି । ମହାପ୍ରଭୁ ଜଗନ୍ନାଥ ବୋଧେ ଆମକୁ ପରୀକ୍ଷା କରିବା ପାଇଁ ଚାବି ହଜେଇ ଦେଇଥିଲେ ବୋଲି ଭାବିବାକୁ ପଡିବ । ଘଟଣାର ଯାଞ୍ଚ କରାଯିବାର ଆବଶ୍ୟକ ରହିଛି । କିନ୍ତୁ ଯେଉଁମାନେ ଯାଞ୍ଚ ଦାବି କରୁଛନ୍ତି ସେମାନେ ଯାଞ୍ଚ ପାଇଁ ପ୍ରସ୍ତୁତ ଅଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟରଂଜନ ।

ସୌମ୍ୟରଂଜନଙ୍କ ଏପରି ପ୍ରଶ୍ନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହଇଛି । ଚର୍ଚ୍ଚା ହେଉଛି କି ସୌମ୍ୟ କୁଆଡେ ମାପିଚୁପି ଏବେ ଗଣମାଧ୍ୟମକୁ କହିଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଉପଲକ୍ଷେ ତାଙ୍କ ସମାଧି ପୀଠ କଟକ ଗୋରାକବର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ଏପରି କହିଛନ୍ତି ।

ତେବେ ଗୋରାକବର ଠାରେ ଆୟୋଜିତ ମଧୁବାବୁ ଜୟନ୍ତୀ କାର୍ଯ୍ୟକ୍ରମରେ ବହୁ ରାଜନେତା, ସଂଗଠନ ଓ ବୁଦ୍ଧିଜୀବୀ ସାମିଲ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧୁବାବୁଙ୍କ ସମାଧି ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ, ସିଏମସି ମେୟର ସୁବାସ ସିଂହ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଚାଲାକି ପରେ ସଫେଇ ଦେଲା ଛତିଶଗଡ, ଏହି ସମୟରେ ପାଣି ଛାଡିବା ସାଧାରଣ ପ୍ରକ୍ରିୟା

ଏହାପରେ ଆୟୋଜିତ ଏକ ସଭାରେ ଯୋଗଦେଇ ମଧୁବାବୁଙ୍କ ଜୀବନୀ ଏବଂ ଓଡ଼ିଶା ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଓଡ଼ିଆ ଜାତି ଗଠନ କରିବାରେ ସେ ଥିଲେ ମୁଖ୍ୟପୂରୋଧା । ମଧୁବାବୁଙ୍କ ଓଡ଼ିଆ ଜାତି ପ୍ରତି ଥିବା ଭଲପାଇବା ଏବଂ ଅବଦାନ ସବୁଦିନ ପାଇଁ ମନେରହିବ ବୋଲି କହିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି । ସେହିପରି ମେୟର କହିଛନ୍ତି ଯେ, ଆସନ୍ତା ବର୍ଷକ ମଧ୍ୟରେ ଗୋରାକବର କାର୍ଯ୍ୟକୁ ଶେଷ କରାଯିବ । ସିଏମସି ଏହାର କାର୍ଯ୍ୟକୁ ତ୍ୱରିତ ବେଗରେ କରୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.