କଟକ: ସାରା ରାଜ୍ୟରେ ଆରମ୍ଭ ହୋଇଛି ପକ୍ଷୀଗଣନା । ଏହି ପରିପ୍ରେକ୍ଷୀରେ ଆଠଗଡ ବନଖଣ୍ଡରେ ମଧ୍ୟ ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ପକ୍ଷୀ ଗଣନା । ଆଠଗଡ ବନଖଣ୍ଡର ୫ଟି ରେଞ୍ଜ ଅଂଶୁପା ସମେତ ୫୮ଟି ଆଦ୍ରଭୂମି ଅଞ୍ଚଳର ଏହି ପକ୍ଷୀଗଣନା କରାଯାଇଛି ।
ପକ୍ଷୀଗଣନା କାର୍ଯ୍ୟକ୍ରମରେ ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବନଖଣ୍ଡର 2ଶହ କର୍ମଚାରୀଙ୍କ ସମେତ ୫ ଜଣ ରେଞ୍ଜର, ୪୦ ଜଣ ଫରେଷ୍ଟର ଗାର୍ଡ ସାମାଜିକ ଅନୁଷ୍ଠାନ, ପିପୁଲସ ଫର ଆନିମଲ ଏହି ପକ୍ଷୀଗଣନା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି ।
ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ କମ ସଂଖ୍ୟକ ପକ୍ଷୀ ଆସିଥିବା ଦେଖିବାକୁ ମିଳିଥିବାବେଳେ ବିଦେଶାଗତ ପକ୍ଷୀ ଆସିନଥିବା ଜଣାପଡିଛି । କମ ବୃଷ୍ଟିପାତ, ପ୍ରଦୂଷଣ, ପର୍ଯ୍ୟଟନ ସ୍ଥଳୀମାନଙ୍କରେ ଲୋକଙ୍କ ଗହଳି ପକ୍ଷୀଙ୍କ ପାଇଁ ଖାଦ୍ୟର ଅଭାବ ସାଙ୍ଗକୁ ପକ୍ଷୀ ଶିକାରୀଙ୍କ ପ୍ରାଦୃଭାବ ଯୋଗୁଁ ଚଳିତ ବର୍ଷ କମ ସଂଖ୍ୟକ ପକ୍ଷୀ ଆସିଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ