ETV Bharat / state

ମାଷ୍ଟର ଚାବିରେ ଲୁଟୁଥିଲା ବାଇକ, ପୋଲିସ ପକାଇଲା ହ୍ୟାଣ୍ଡକପ - ବାଇକ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ

ବାଇକ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଧୁପାଟଣା ଥାନା ପୋଲିସ । ଅଧିକ ପଢନ୍ତୁ

bike looter  arrested
bike looter arrested
author img

By

Published : Mar 5, 2023, 8:21 PM IST

bike looter arrested

କଟକ : ବାଇକ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଦୀର୍ଘ ଦିନ ଧରି ପୋଲିସ ହାତରୁ ଖସିବା ପରେ ଆଜି ସେହି ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଧୁପାଟଣା ଥାନା ପୋଲିସ । ଗିରଫ ସମୟରେ ଅଭିଯୁକ୍ତ ନିକଟରୁ 7ଟି ବାଇକ୍ ଓ ଦୁଇଟି ସାଇକେଲ ପୋଲିସ ଜବତ ହୋଇଛି । ତେବେ କଟକ ମଧୁପାଟଣା ଥାନା ଅଧୀନରେ ଥିବା ଦରଘା ପାଟଣା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜର ବାଇକ ରଖି କାମରେ ଯାଇଥିଲା । ହେଲେ ଫେରିବା ପରେ ବାଇକଟି ସେଠାରେ ନ ଥିଲା । ଆଉ ଦୀର୍ଘ ସମୟ ଧରି ପଚରାଉଚରା ପରେ ନିରାଶ ହୋଇ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ କୃଷ୍ଣ ଚନ୍ଦ୍ର ଭୂୟାଁ । ତେବେ ଗାଡି ଚୋରି ହୋଇଯାଇଥିବା ଅଭିଯୋଗ କରିବା ପରେ ଖୋଳତାଡ ଆରମ୍ଭ କରିଥିଲା ପୋଲିସ ।

ଏନେଇ ବିଶ୍ଵସ୍ତ ସୂତ୍ର ଆଧାରରେ ଅଭିଯୁକ୍ତ ବିନୋଦ ବରାଦକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଏହାପରେ ଯେତେବେଳେ ପୋଲିସ ପଚରଉଚରା କରିଥିଲା ସେ ସମୟରେ ଗୋଟିଏ ପରେ ଗୋଟିଏ ଗାଡ଼ି ଓ ସାଇକେଲ ସମ୍ପର୍କରେ ସୂଚନା ଦେଇଥିଲା ବିନୋଦ । ଏହାପରେ ସମସ୍ତ ଗାଡ଼ି ଓ ସାଇକେଲଗୁଡ଼ିକୁ ପୋଲିସ ଜବତ କରିବାରେ ସକ୍ଷମ ହୋଇଥିଲା । ବିଶେଷ କରି ଏକ ମାଷ୍ଟର ଚାବିର ବ୍ୟବହାର କରି ଗାଡ଼ିଗୁଡ଼ିକୁ ଚୋରି କରୁଥିଲା ଲୁଟେରା ।

ଖାଲି ସେତିକି ନୁହେଁ ବିନୋଦ ଦିନରେ ମଜୁରିଆ ଭାବରେ କାର୍ଯ୍ୟ କରେ ଓ ଏହି ସମୟରେ ଚୋରି ପାଇଁ ଧାର୍ଯ୍ୟ କରିଥିବା ସ୍ଥାନ ଚିହ୍ନଟ କରିଥାଏ । ଏହାପରେ ଗାଡ଼ି ରଖି ଯାଉଥିବା ଲୋକଙ୍କୁ ସେ ନଜର ରଖେ । ଯଦି ଆସିବାରେ ଡେରି ହୁଏ ତେବେ ଗାଡ଼ି ଓ ସାଇକେଲ ନେଇ ଫେରାର ହୋଇଯାଏ । ବିନୋଦର ଘର ନୟାଗଡ଼ ଜିଲ୍ଲା ର ଖଣ୍ଡପଡ଼ା ଅଞ୍ଚଳରେ । କିନ୍ତୁ ସେ କଟକର ଫ୍ରେଣ୍ଡସ୍ କଲୋନୀ ଅଞ୍ଚଳରେ ଭଡାରେ ରହି ଏହିଭଳି ଭାବରେ ବାଇକ୍ ଓ ସାଇକେଲ ଲୁଟ୍ କରୁଥୁଲା। ଏନେଇ ପୋଲିସ ଆଜି ବିନୋଦକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏହି ରାକେଟରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ଖୋଲତାଡ କରୁଛି ପୋଲିସ । ଏଥିସହ ଯେଉଁ ଗାଡିଗୁଡିକ ଜବତ ହୋଇଛି ତାହାକୁ ସେମାନଙ୍କ ମାଲିକମାନଙ୍କୁ ଫେରାଇବା ପାଇଁ ପୋଲିସ ଯୋଜନା ଆରମ୍ଭ କରିଥିବା ଜଣାପଡିଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.