ETV Bharat / state

ଆନନ୍ଦ ଭବନରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

author img

By

Published : Mar 5, 2023, 12:24 PM IST

ଆଜି ପ୍ରବାଦ ପୁରୁଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରେ ବିଜୁ ପଚ୍ଚନାୟକଙ୍କ ଜୟନ୍ତୀ ପାଳିତ ହୋଇଛି । ଅଧିକ ପଢନ୍ତୁ

biju jayanti celebrated in cuttack
ଆନନ୍ଦ ଭବନରେ ବିଜୁ ପଚ୍ଚନାୟକଙ୍କ ଜୟନ୍ତୀ ପାଳିତ

କଟକ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 107 ତମ ଜନ୍ମ ଜୟନ୍ତୀ । ଏହି ଉପଲକ୍ଷେ କଟକର ଆନନ୍ଦ ଭବନରେ ବିଜୁ ଜୟନ୍ତୀ ବେଶ ଆଡ଼ମ୍ବର ସହ ପାଳନ କରଯାଇଛି । ନେତାଠୁ ଆରମ୍ଭ କରି ରାଜନେତା ସମସ୍ତେ ଆନନ୍ଦ ଭବନରେ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିବା ସହ ତାଙ୍କର ଜୀବନ ଶୈଳୀ ଉପରେ ଚର୍ଚ୍ଚା କରିଛନ୍ତି ।

ଭୂମିପୁତ୍ର ଭାବରେ ସୁନାମ ଅର୍ଜନ କରିଥିବା ବିଜୁ ବାବୁ ଆଜି ଓଡିଶାର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ହୃଦୟରେ ରହିଛନ୍ତି । ତାଙ୍କର କର୍ତ୍ତବ୍ୟ ନିଷ୍ଠା, ଦକ୍ଷ ରଣନୀତି, କହିବା ଶୈଳୀ ସବୁ ଦିଗରେ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି । କଟକରେ ଅନୁଷ୍ଠିତ ଏହି ଜୟନ୍ତୀ କାର୍ଯ୍ୟକ୍ରମ ସବୁ ଆଡେ ପାଳିତ ହୋଇଛି । କଳିଙ୍ଗ ପୁତ୍ର ଭାବରେ ସାରା ବିଶ୍ବରେ ଖ୍ୟାତି ଅର୍ଜନ କରିବା ପରେ ନିଜର ଜୀବନ ତମାମ ଓଡିଶାର ଗର୍ବ ଓ ଗୌରବକୁ ଦ୍ବିଗୁଣିତ କରିଥିଲେ । ଯାହାକୁ ନେଇ ଆଜି ତାଙ୍କର ଗାରିମା ସବୁ ଆଡେ ପ୍ରଜ୍ବଳିତ ।

1997 ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ଶାସନ ଜାରି ରହିଛି । ସେଥିପାଇଁ 23 ବର୍ଷ ଧରି ବିଜୁ ଜନତା ଦଳ ନିରନ୍ତର ଓଡିଶାରେ ଶାସନ କରି ଆସିଛି । ଯାହାର ଶ୍ରେୟ କେବଳ ବିଜୁ ପଟ୍ଟନାୟକ ବୋଲି କହିଛନ୍ତି ଦଳୀୟ କର୍ମୀ ଓ ନେତା । ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 107ତମ ଜୟନ୍ତୀ ପାଇଁ କଟକରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ଭେଟରାନ ସ୍ପୋଟର୍ସ ପର୍ସନ୍ସ ଆସୋସିଏସନ ପକ୍ଷରୁ ଆନନ୍ଦ ଭବନ ଠାରୁ ଏକ ମିନି ମାରାଥନର ଆୟୋଜନ କରାଯାଇଥିଲା । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶତାଧିକ ସ୍କୁଲ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ସେହିପରି ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ୱାକାଥଲନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପରେ ମନ୍ତ୍ରୀ ଆନନ୍ଦ ଭବନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜିର ଦିନକୁ ବେଶ ଧୁମ ଧାମରେ କଟକରେ ପାଳନ କରଯାଇଛି ।

ଏହା ବି ପଢନ୍ତୁ...Biju Patnaik's iconic Dakota aircraft: ଡାକୋଟା ବିମାନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକ ଜଣେ ସ୍ବାଧୀନତା ସଂଗ୍ରାମୀ ଆଧୁନିକ ଓଡିଶାର ନିର୍ମାତା ମହାନାୟକ ତଥା ଦୁଃସାହସୀ ପାଇଟଲ ଥିଲେ । ତାଙ୍କୁ ଭୂମିପୁତ୍ର ଆଖ୍ୟା ମିଳିଥିଲା । ଆଜି ଏହି ମହାନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହି ଦିନକୁ ପଞ୍ଚାୟତରାଜ ଦିବସ ଭାବେ ମଧ୍ୟ ପାଳନ କରାଯାଏ ।

ଇଚିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.