ETV Bharat / state

ହସ୍ପିଟାଲ ବିସ୍ଫୋରଣ; ମୃତକ ଜ୍ୟୋତିଙ୍କ ପିତାମାତାଙ୍କ ହେବ ଡିଏନଏ ଟେଷ୍ଟ, ଘରେ ଶୁଦ୍ଧିକ୍ରିୟା ଆରମ୍ଭ - devastated family

parents went for DNA test in Hospital Blast Tragedy : ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ବିସ୍ଫୋରଣରେ ମୃତକ ଜ୍ୟୋତି ରଞ୍ଜନଙ୍କ ମାତାପିତାଙ୍କ ହୋଇଛି ଡିଏନଏ ଟେଷ୍ଟ । ମୃତଦେହ ଚିହ୍ନଟରେ ବିଭ୍ରାଟ ଯୋଗୁଁ ପରିବାରର ଶୁଦ୍ଧିକ୍ରିୟା ଆରମ୍ଭ । ଅଧିକ ପଢନ୍ତୁ

ହସ୍ପିଟାଲ ବିସ୍ଫୋରଣ ମୃତକ ଜ୍ୟୋତିରଞ୍ଜନଙ୍କ ପିତାମାତାଙ୍କ ହେବ ଡି.ଏନ.ଏ ଟେଷ୍ଟ, ଘରେ ଶୁଦ୍ଧିକ୍ରିୟା ଆରମ୍ଭ

author img

By ETV Bharat Odisha Team

Published : Jan 7, 2024, 10:57 PM IST

ହସ୍ପିଟାଲ ବିସ୍ଫୋରଣ ମୃତକ ଜ୍ୟୋତିରଞ୍ଜନଙ୍କ ପିତାମାତାଙ୍କ ହେବ ଡି.ଏନ.ଏ ଟେଷ୍ଟ, ଘରେ ଶୁଦ୍ଧିକ୍ରିୟା ଆରମ୍ଭ

ନିଆଳି: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ ପୁରିଛି ୧୦ ଦିନ । ହେଲେ ମୃତଦେହ ହସ୍ତାନ୍ତରକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ଲୁଚକାଳି ଖେଳ ଛଡାଇ ନେଇଛି ଗୋଟିଏ ପରିବାରର ଖୁସି । ଏହି ବିସ୍ଫୋରଣ ରେ ଗୁରୁତର ଆହତ ହୋଇଥିଲେ ଜ୍ୟୋତି ରଞ୍ଜନ ମଲ୍ଲିକ । କିନ୍ତୁ ତାଙ୍କ ମୃତ ଦେହକୁ ଅନ୍ୟ ପରିବାରକୁ ଦେଇ ଦେବା ଘଟଣା ଜ୍ୟୋତି ରଞ୍ଜନଙ୍କ ପରିବାର ଉପରେ ବୋଝ ଉପରେ ନଳିତା ବିଡା ପରି ହୋଇଛି ।

ତଥାପି ପ୍ରଶାସନର ଚେତା ପଶୁ ନାହିଁ । ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କ ମନମାନି ରାଜ୍ୟବାସୀଙ୍କୁ ଚକିତ କରିଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା କୂଳ ବ୍ରାହ୍ମଣ ସାଇଲୋ ଗାଁରେ ଜ୍ୟୋତି ରଞ୍ଜନ ସପରିବାର ରହୁଥିଲେ । ତେବେ ଜ୍ୟୋତି ରଞ୍ଜନ ଙ୍କ ବାପା ରମେଶ ମଲ୍ଲିକ ଓ ତାଙ୍କ ମା ମୀନା ମଲ୍ଲିକ ଙ୍କୁ ଘରୋଇ ମେଡିକାଲ ପକ୍ଷରୁ ଡି ଏନ ଏ ଟେଷ୍ଟ ପାଇଁ ନିଆଯାଇଛି । ଗତକାଲି ମୃତ୍ୟୁବରଣ ବରଣ କରିଥିବା ଯୁବକ ଦିଲ୍ଲୀପ ସାମନ୍ତରାୟ ଓ ଜ୍ୟୋତି ରଞ୍ଜନ ମଲ୍ଲିକ ଙ୍କ ମଧ୍ୟରେ ଦ୍ବନ୍ଦ ଦୂର କରି ପରିଚୟ ଜାଣିବା ପାଇଁ ଆଜି ଡି.ଏନ .ଏ ଟେଷ୍ଟ କରାଯାଉଥିବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ .... ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା: ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା 3କୁ ବୃଦ୍ଧି

ସେପଟେ ଜ୍ୟୋତି ରଞ୍ଜନଙ୍କ ମୃତଦେହ ନ ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଗତକାଲି ଠାରୁ ଜ୍ୟୋତି ରଞ୍ଜନଙ୍କ ପରିବାର ହିନ୍ଦୁ ଧର୍ମ ନୀତି ଅନୁସାରେ ତିକିତ ଖାଇ ଦ୍ବିତୀୟ ଦିନ ଠାରୁ ବେଳିକିଆ ଖାଇବା ଆରମ୍ଭ କରିଛନ୍ତି । ଦଶଦିନ କୋକେଇ ବାନ୍ଧି ପଳାସ କାଠକୁ ଶବ କରି ଶଶ୍ମାନ ନେଇ ଦାହ କରି ତାର ଅଙ୍ଗାରକୁ ଅସ୍ଥି କରି କ୍ରିୟାକ୍ରମ କରିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ପରିବାର ଲୋକଙ୍କୁ କୋଟିଏ ଟଙ୍କା କ୍ଷତିପୂରଣ ସହିତ ଜ୍ୟୋତି ରଞ୍ଜନଙ୍କ ବିଧବା ପତ୍ନୀଙ୍କୁ ସରକାରୀ ଚାକିରୀ ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଏସି କମ୍ପ୍ରେସର ଫାଟି ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ୪ ଜଣ ଗୁରୁତର ଆହତ ହୋଇଥଲେ । ଗତ ୩୧ ତାରିଖରେ ଦିଲ୍ଲୀପ ସାମନ୍ତରାୟ ନାମକ ବ୍ୟକ୍ତି ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସ୍ବାମୀ ର ମୃତ୍ୟୁ ଦୁଃଖ ସହି ନ ପାରି ତାଙ୍କ ସ୍ତ୍ରୀ ନିଜ ଜୀବନ ହାରିଥିଲେ । କିନ୍ତୁ ଏହାର ୪ ଦିନ ପରେ ଦିଲ୍ଲୀପ ଜୀବିତ ଥିବା ନେଇ ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା । ଫଳରେ ଜ୍ୟୋତି ରଞ୍ଜନଙ୍କ ସ୍ଥାନରେ ଦିଲ୍ଲୀପଙ୍କୁ ମୃତ ଘୋଷଣା କରାଯାଇଥିବା ଚର୍ଚ୍ଚା ହୋଇଥିଲା । ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମୃତଦେହ ଚିହ୍ନଟରେ ତ୍ରୁଟିଘଟଣା ସାରା ରାଜ୍ୟ ରେ ଚହଳ ସୃଷ୍ଟି କରିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.