ETV Bharat / state

ହାଇକୋର୍ଟରେ ଭୁବନେଶ୍ୱର ଗଣଦୁଷ୍କର୍ମ ମାମଲା, ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ - ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ ମାଧ୍ୟମରେ କରିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣୀ କରିଛନ୍ତି ହାଇକୋର୍ଟ । ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ହାଇକୋର୍ଟରେ ଭୁବନେଶ୍ୱର ଗଣଦୁଷ୍କର୍ମ ମାମଲା, ପ୍ରତିପକ୍ଷଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

author img

By

Published : Sep 28, 2020, 3:06 PM IST

କଟକ: ହାଇକୋର୍ଟରେ ଭୁବନେଶ୍ୱର ଗଣଦୁଷ୍କର୍ମ ମାମଲା । ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାମଲାର ଅଗ୍ରଗତି ସମ୍ପର୍କରେ ଅଦାଲତରେ ତଥ୍ୟ ରଖିବେ ଭୁବନେଶ୍ୱର ଡ଼ିସିପି । ଦୁଷ୍କର୍ମ ଘଟଣାରେ ଘରୋଇ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ଥିବାବେଳେ ଏହି ଘଟଣାର ଖବର ଗଣମାଧ୍ୟମରେ ପ୍ରକାଶ ଉପରେ ରୋକ ଲଗାଇବାକୁ ଗଣମାଧ୍ୟମ ସଂସ୍ଥା ଆବେଦନ କରିଥିଲା । ଏହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଆଉ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦ରେ ହେବ ।

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ ମାଧ୍ୟମରେ କରିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଗୌତମ ସିଦ୍ଦିକୀଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଭୁବନେଶ୍ବରରେ ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ନେଇ ଅଭିଯୋଗ ହେବା ପରେ ପୋଲିସ ଏତଲା ରୁଜୁ କରିଥିଲା । ଏହି ଘଟଣାରେ ପୋଲିସ କର୍ମଚାରୀ ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଜଡିତ ଥିବା ଅଭିଯୋଗ ରହିଛି ।

ଏସଆଇଟି ଗଠନ କରି ଦେଇ ପୋଲିସ ଚୁପ୍ ହୋଇ ବସିଥିବା ଆବେଦନରେ ଦର୍ଶାଯାଇଛି । କମିଶନରେଟ ପୋଲିସର ସ୍ବତନ୍ତ୍ର ଦଳ ଘଟଣାର ଉପଯୁକ୍ତ ତଦନ୍ତ କରିବା ଭଳି ଆଶା ନଥିବା ମାମଲାରେ ଅଭିଯୋଗ ଆଣିଛନ୍ତି ଆବେଦନକାରୀ । ତେଣୁ ଏହି ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଟିମକୁ କିମ୍ବା ସିବିଆଇ ଭଳି ସ୍ବାଧୀନ ସଂସ୍ଥାକୁ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ମାମଲାରେ ଗୃହ ବିଭାଗ, ପୋଲିସ ଡିଜି, ସିବିଆଇ, ଭୁବନେଶ୍ୱର ଡ଼ିସିପି ଓ ଭୁବନେଶ୍ୱର ମହିଳା ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.