ETV Bharat / state

ନିଆଳି ପାନ ଚାଷୀଙ୍କୁ ମିଳିନୁ ପ୍ରୋତ୍ସାହନ, ଧାନ ଭଳି ପାନକୁ ଗୁରୁତ୍ବ ଦେବାକୁ ଦାବି

ମୁଣ୍ଡ ଝାଳ ତୁଣ୍ଡରେ ମାରି ପାନ ଚାଷ କରୁଛନ୍ତି ଚାଷୀ । ହେଲେ ସରକାରଙ୍କ ଉଦସୀନତା ଯୋଗୁଁ ନିଆରେ ଧିରେ ଧିରେ ପାନ ଚାଷ କମିବାକୁ ଲାଗିଲାଣି । ଧାନ ପରି ପାନକୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

author img

By

Published : Jun 14, 2023, 6:29 PM IST

ନିଆଳି ପାନ ଚାଷୀଙ୍କୁ ମିଳିନୁ ପ୍ରୋତ୍ସାହନ
betel leaf farmers in niali facing problem
ନିଆଳି ପାନ ଚାଷୀଙ୍କୁ ମିଳିନୁ ପ୍ରୋତ୍ସାହନ

ନିଆଳି: ପାନ ଚାଷରେ ନାଁ କରିଛି ନିଆଳି । କୁହାଯାଏ ନିଆଳିରୁ ପାନର ଉତ୍ପତି । ନିଆଳିରେ ପିଢି ପରେ ପିଢି ପାନ ଛାଷ କରି ଗୁଜୁରାଣ ମେଣ୍ଟାନ୍ତି । ହେଲେ ଏବେ ନିଆଳିରେ ପାନ ଚାଷ କମିବାକୁ ଲାଗିଲାଣି । ପାନ ବିକ୍ରି ହୋଇ ପାରୁନି କି ଚାଷୀଙ୍କ ପେଟ ପୁରୁନି । ରାଜ୍ୟ ଓ ରାଜ୍ୟ ବାହାରେ ନିଆଳି ପାନ ଚାଷ ଏବେ ଉଜୁଡିବାକୁ ବସିଲାଣି । ପୂର୍ବ ପରି ଚାଷପ୍ରତି ଚାଷୀଙ୍କ ମନରେ ନାହିଁ ସୁହାଗ ନାହିଁ । ସରକାରଙ୍କଠାରୁ ସହୟତା ପ୍ରୋତ୍ସାହନ ମିଳୁ ନଥିବାରୁ ଯୁବପିଢ଼ି ପାନଚାଷରୁ ମୁହଁ ଫେରାଉଛନ୍ତି । ମନେ ହେଉଛି ନିଆଳି ମାନଚିତ୍ରରୁ ଲୋପ ପାଇଯିବ ପାନ ଚାଷ ।

ନିଆଳି ପାନର ବେଶ ଚାହିଦା ରହିଛି । ହେଲେ ଏହା ଧୀରେଧୀରେ କମିବାକୁ ଲାଗିଲାଣି । ୧୯୯୯ ମହାବାତ୍ୟା ପରଠାରୁ ପାନ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ଆଗ୍ରହ କମିଥିବା ଲକ୍ଷ୍ୟ କରାଯାଉଛି । ରାଜ୍ଯ ସରକାରଙ୍କ ଅବହେଳା କିମ୍ବା ସବସିଡି ଆକାରରେ ବାଉଁଶ, ପାଖୁଡି,କତା ଏବଂ ପିଡିଆ ନ ମିଳିବା କାରଣ ହେଉ କିମ୍ବା ବଜାରରେ ବହୁଳ ପ୍ରସାରିତ ଗୁଟକାର ବ୍ୟବହାର ଫଳରେ ପାନ ଚାଷ ପ୍ରଭାବିତ ହୋଇଛି । ସରକାର ଧାନ ଚାଷ ପ୍ରତି ଯେମିତି ଧ୍ୟାନ ଦେଉଛନ୍ତି ପାନ ଚାଷକୁ ଗୁରୁତ୍ବ ଦେଉନଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ । ସେବା ସମବାୟ ସମିତି ଗୁରୁତ୍ବ ଦେଉଛି କିନ୍ତୁ ପାନ ଚାଷ ପ୍ରତି ସେତେଟା ଆଗ୍ରହ ଦେଖାଉନଥିବା କାରଣରୁ କଟକ ଜିଲ୍ଲା ନିଆଳି ପାନଚାଷ କମିବାର କାରଣ ବୋଲି କହିଛନ୍ତି ଅନେକ ପାନଚାଷୀ । ଫଳରେ ପିଢି ପରେ ପିଢି ପାନ ଚାଷ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଚାଷୀଙ୍କ ପିଲା ଛୁଆ ଆଉ ପାନ ଚାଷ ପ୍ରତି ଆଗ୍ରହ ଦେଖାଉନଥିବା କହିଛନ୍ତି ଚାଷୀ ।

ଗତ ୨୦ ବର୍ଷ ହେବ ପୂର୍ବ ଅପେକ୍ଷା ପାନ ଚାଷ କମିଛି । ବିଶେଷ କରି ପାନ ଉପରେ ଜିଏସଟି ଲଗାଇବା କାରଣରୁ ଚାଷୀମାନଙ୍କ ପାଇଁ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଯାହାଦ୍ବାରା କି ରାଜ୍ୟ ବାହାର ପାନ ବ୍ଯବସାୟୀ ଆଉ ନିଆଳି ଆସୁନଥିବା କୁହାଯାଉଛି । ପାନ ବରଜ ପାଇଁ ଆବଶ୍ୟକୀୟ ସରଞ୍ଜାମ ଦରଦାମର ଆଉ ଏକ କାରଣ ଏମିତି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନିଆଳି ପାନ ଚାଷୀ । ପାନ ସବୁଥିରେ ଲୋଡା ହୋଇଥାଏ । ରାଜ୍ୟ ସରକାର ଉଦାସୀନତା ଯୋଗୁଁ ପାନଚାଷ ପ୍ରତି ମନ ବଳାଉନାହାନ୍ତି ଯୁବପିଢି । ନିଆଳିରେ ପ୍ରତିବର୍ଷ ଜୁନ 14କୁ ପାନ ଦିବସ ଭାବେ ପାଳନ କରାଯାଏ ହେଲେ ଚାଷୀ ଏ ଦିବସ ବିଷୟରେ ଅଜ୍ଞ । ରାଜ୍ୟ ସରକାର ଧାନ ପରି ପାନକୁ ଗୁରୁତ୍ବ ଦେଲେ ଚାଷୀଙ୍କ ମୁହଁରେ ହସ ଫୁଟି ପାରନ୍ତା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.