କଟକ: କଟକ ରେଳ ଷ୍ଟେସନରେ ଅଘଟଣ । ଭାଙ୍ଗିଲା ଏକ୍ସପ୍ରେସ ଟ୍ରେନର ବଫର । ବାଙ୍ଗିରପୋଷି-ଭୁବନେଶ୍ବର ଟ୍ରେନର ବଫର ଭାଙ୍ଗିଯାଇଛି । ଆଜି (ଶୁକ୍ରବାର) ସକାଳ ପାଖାପାଖି ସାଢେ ୯ଟା ସମୟରେ କଟକ ଷ୍ଟେସନରେ ଏହି ଅଘଟଣ ଘଟିଛି । ବାଙ୍ଗିରପୋଷିରୁ ଭୁବନେଶ୍ବର ଆସୁଥିବା ଏହି ଟ୍ରେନଟି କଟକ ଷ୍ଟେସନରେ ପହଞ୍ଚିବା ପରେ ଏହାର ବଫର ଭାଙ୍ଗି ଯାଇଛି । ତେବେ ଏଥିରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନା ମୁତାବକ, ଆଜି ସକାଳେ ଏହି ଘଟଣା ଘଟିଛି । କଟକ ରେଳ ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମରେ ଭୁବନେଶ୍ୱରରୁ ବାଙ୍ଗିରିପୋଷି ଯାଉଥିବା ଟ୍ରେନ ନମ୍ବର 114051ର ଏସି ବଗିଟି ବଫରିଂ ହୋଇଥିବାବେଳେ ଏହାର ବଫର ବଙ୍କା ହୋଇ ଆରପଟ ବଗିରେ ପଶି ଯାଇଥିଲା । ସକାଳ ପ୍ରାୟ ସାଢେ ୯ଟା ସମୟରେ ଟ୍ରେନ କଟକ ଷ୍ଟେସନରେ ପହଞ୍ଚିବା ପରେ ଏହି ସମସ୍ୟା ଦେଖାଯାଇଥିଲା । ଏହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ । ତେବେ ଏହି ଅଘଟଣରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । କିନ୍ତୁ ଏହାଯୋଗୁଁ ପ୍ଲାଟଫର୍ମରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ବାଙ୍ଗିରପୋଷି-ଭୁବନେଶ୍ବର ଟ୍ରେନର ବରଫ ଭାଙ୍ଗିବା ପରେ ସଙ୍ଗେ ସଙ୍ଗେ ରେଳ ବିଭାଗର ଟେକ୍ନିକାଲ ଟିମ୍ ପ୍ଲାଟଫର୍ମ ନଂ ୫ରେ ପହଞ୍ଚି ଏହାକୁ ମରାମତି କରୁଛନ୍ତି । ଯାତ୍ରୀମାନଙ୍କୁ ଅନ୍ୟ ବ୍ୟବସ୍ଥା ଦ୍ୱାରା ଗନ୍ତବ୍ୟସ୍ଥଳକୁ ପଠାଯିବ ବୋଲି ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି । ଯାହା ଜଣାପଡିଛି, ଏହି ଟ୍ରେନର ସେକେଣ୍ଡ ଏସିର ବଗିଟି ବଫରିଂ ହୋଇଥିବା ବେଳେ ବଫରଟି ବଙ୍କା ହୋଇ ଆରପଟ ବଗିରେ ପଶିଯାଇଥିଲା । ଯାହା ଫଳରେ ଟ୍ରେନଟି ଏକ ଘଣ୍ଟାରୁ ଅଧିକ ସମୟ ଧରି ଷ୍ଟେସନରେ ପଡ଼ି ରହିଥିବା ବେଳେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ଏହାମଧ୍ୟ ପଢନ୍ତୁ: ମେଡ଼ିକାଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ 10ରୁ ଊର୍ଦ୍ଧ୍ବ ଶିଶୁ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ପୁରୀ ରେଳ ଷ୍ଟେସନରେ ଏକ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଯାତ୍ରୀଙ୍କୁ ଓହ୍ଲାଇ ପଛକୁ ଫେରୁଥିବାବେଳେ ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ସୌଭାଗ୍ୟବଶତଃ ସେହି ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିବାରୁ ଏକ ବଡ ଅଘଟଣ ଟଳି ଯାଇଥିଲା । ଖବର ପାଇ ସଙ୍ଗେ ସଙ୍ଗେ ରେଳ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ହୋଇଥିବା ୨ଟି ବଗିକୁ ଅଲଗା କରିଥିଲେ ।
ଇଟିଭି ଭାରତ, କଟକ